ଆଦର୍ଶ କୃଷି ଉଦ୍ୟାନ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୬ା୪: ରାଜ୍ୟର ପ୍ରତି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ହୋଇଛି। ଉଦ୍ୟାନ କୃଷି ମିଶନ ଅଧୀନରେ ଉଦ୍ୟାନରେ ଉନ୍ନତ ଧରଣର ଆମ୍ବ, ନଡ଼ିଆ, ପିଜୁଳି, ଅମୃତଭଣ୍ଡା, ସପୁରି ଆଦି ସହ ଫୁଲ ଚାରା ଘରୋଇ ବଗିଚା ପାଇଁ ସୁଲଭ ମୂଲ୍ୟରେ ଚାଷୀ ପାଉଛନ୍ତି। ତେବେ କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହି ଉଦ୍ୟାନ ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଅଦ୍ୟାବଧି ସଫଳ ହୋଇନାହିଁ। ଏପରି ପ୍ରକଳ୍ପ ପାଇଁ ଗତ ୮ବର୍ଷ ପୂର୍ବେ ଉଦ୍ୟମ ଆରମ୍ଭ ହୋଇଥିଲା। କୃଷି ଉଦ୍ୟାନ ପାଇଁ ଡେରାବିଶ ବ୍ଲକ ନୋଳସାହିଠାରେ ୬୦ ଏକର ଜମି ଚିହ୍ନଟ ହୋଇଥିଲା। ପ୍ରାଚୀର, ଫଳ, ଫୁଲ ପାଇଁ ୨ କୋଟି ଟଙ୍କା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବ୍ୟୟବରାଦ ହୋଇଥିଲା। ଏହାସତ୍ତ୍ୱେ ପ୍ରକଳ୍ପକୁ ତ୍ୱରାନ୍ବିତ କରାଯାଇ ପାରିନାହିଁ। ପ୍ରଶାସନିକ ଅସହଯୋଗ ପ୍ରକଳ୍ପକୁ ଆରମ୍ଭ ପୂର୍ବରୁ ମାରି ଦିଆଗଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ଚାଷୀ ଓ କୃଷକ ନେତାମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ସାମାଜିକ କର୍ମୀ ମନୋଜ ନାୟକ, ବୁଦ୍ଧିଜୀବୀ ପ୍ରଭାତ ପରିଡା, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଖଣି ଓ ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ଜିଲାର ସମତଳ ଓ ଉର୍ବର ମାଟି, ପରିବେଶ, ପ୍ରବାହିତ ୭ ନଦୀ ସହ ଉପଯୁକ୍ତ ପରିମାଣର ବର୍ଷା ଜଳ ବିଭିନ୍ନ ପ୍ରକାର ଫଳ, ଫୁଲ, ପନିପରିବା ପରି ଅର୍ଥକରୀ ଫସଲ ପାଇଁ ଉପଯୁକ୍ତ। ଫସଲ ପାଇଁ ଆବଶ୍ୟକ ପରିବେଶ ଥିଲେ ମଧ୍ୟ ଚାଷୀଙ୍କ ପାଇଁ ଉନ୍ନତ ଚାରା, ବୈଜ୍ଞାନିକ ପଦ୍ଧତିର ତାଲିମ, ସରକାରୀ ରିହାତିରେ କୃଷି ଯନ୍ତ୍ରପାତି ଆଦି ସମସ୍ୟା ସୃଷ୍ଟି କରିଛି। ଏସବୁର ସମାଧାନ ଜିଲାର ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ଦ୍ୱାରା କିଛି ମାତ୍ରାରେ ସମାଧାନ ହୋଇ ପାରିଥାନ୍ତା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନୋଳସାହିଠାରେ ଚିହ୍ନଟ ୬୦ ଏକର ଜମିରେ ଆଦର୍ଶ କୃଷି ଉଦ୍ୟାନ ପାଇଁ ପ୍ରାଥମିକ ସ୍ତରରେ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିସହ ଭିତ୍ତିଭୂମି ପ୍ରତିଷ୍ଠା, ୪ ପାଖରେ ପାଚେରି ନିର୍ମାଣ, ଉନ୍ନତ କିସମର ଚାରା ସୃଷ୍ଟି ପାଇଁ ପ୍ରାୟ ୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତେବେ କୌଣସି କାରଣରୁ ଏହି ଅଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ସମ୍ଭବ ହୋଇପାରିନାହିଁ। ଅପରପକ୍ଷରେ ଗ୍ରାମାଞ୍ଚଳରେ ଫଳ ଚାରା ରୋପଣ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଗତ ୫ ବର୍ଷ ମଧ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ନଡ଼ିଆ ଗଛ ରୋପଣ ପାଇଁ ଏହି ଅର୍ଥ ବିନିଯୋଗ ହୋଇଥିବା ବେଳେ ଗରଦପୁର ଓ ଡେରାବିଶ ବ୍ଲକ ଅଞ୍ଚଳର ବହୁ ହିତାଧିକାରୀ ଅର୍ଥ ଉଠାଇ ଥିଲେ ମଧ୍ୟ ଗଛର ଚିହ୍ନବର୍ଣ୍ଣ ନାହିଁ। ସେହିପରି ହିତାଧିକାରୀଙ୍କ ଜମି ନ ଥିବା ସତ୍ତ୍ୱେ ନଡ଼ିଆ ଗଛ ରୋପଣ କରିଥିବା ନେଇ ଟଙ୍କା ଉଠାଯାଇଛି। ଏହାର ତଦନ୍ତ ହେଲେ ବିଭାଗର ଚାରାରୋପଣ ଦୁର୍ନୀତି ପଦାକୁ ଆସିବ। ସେହିପରି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା କରି ଚାଷୀଙ୍କୁ ସହଯୋଗ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଦେବଦାସ ଦତ୍ତ କହିଛନ୍ତି, ପ୍ରସ୍ତାବିତ ଆଦର୍ଶ କୃଷି ଉଦ୍ୟାନ ଅଞ୍ଚଳ ବନ ବିଭାଗ ଅଧୀନରେ ଅଛି। ବନ ବିଭାଗର ଅନୁମତି ବିନା କାର୍ଯ୍ୟ ଆରମ୍ଭ ସମ୍ଭବ ନୁହେଁ। ଏପରି ପ୍ରକଳ୍ପ ପ୍ରତିଷ୍ଠା ନେଇ ଉଦ୍ୟମ ଓ ପ୍ରକ୍ରିୟା ଅବ୍ୟାହତ ଅଛି। ନଡ଼ିଆ ଗଛ ରୋପଣରେ ଅନିୟମିତତା ସମ୍ପର୍କରେ ତଦନ୍ତ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri