ଭୂତ ନାହିଁ; ପ୍ରେତ ନାହିଁ

ଭୂତ ନାହିଁ କି ପ୍ରେତ ନାହିଁ, ତାନ୍ତ୍ରିକ କେମିତି ସତ ହେବ? ଯିଏ କହେ ମୁଁ ତାନ୍ତ୍ରିକ, ସେ ଠକ ଛଡ଼ା କିଛି ନୁହେଁ। ଠକିବା ପାଇଁ ତାନ୍ତ୍ରିକ। ନିଜର ପ୍ରତିପତି ସମାଜରେ ବଢ଼ାଇବା ପାଇଁ ତାନ୍ତ୍ରିକ। ନିଜର କଳାକାରନାମା ଲୁଚାଇବାକୁ ତାନ୍ତ୍ରିକ। ନିଜ କଲାକର୍ମରୁ ପାଉଥିବା ପଶ୍ଚାତାପଜନିତ ଯନ୍ତ୍ରଣାରୁ ରକ୍ଷା ପାଇଁ ଏକ ବାଉଳି ହେବା ପ୍ରକ୍ରିୟା ତାନ୍ତ୍ରିକ। ତାନ୍ତ୍ରିକ ମାତ୍ରକେ କିଛି ବେପାର।
ଏଇ ନିକଟରେ ଜଣେ ବ୍ୟକ୍ତି ପ୍ରକାଶ କଲେ ସେ ସାଧନା କରିଛନ୍ତି, ଚାଳିଶ ଲକ୍ଷ ଦୁଇ ପ୍ରେତ ରଖିଛନ୍ତି। ସେ ହେଉଛନ୍ତି ପ୍ରେତ ସଂଘର ସଭାପତି। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଲାଣି। କେହି ବି ଏହାକୁ ବିଶ୍ୱାସ କରିବା ଦୂରେ ଥାଉ, ଭଣ୍ଡ ବୋଲି ସମସ୍ତଙ୍କ ଧାରଣା ହେଲା। ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ବିରୋଧର ତୀବ୍ରତା କ୍ଷୀପ୍ର ଥିଲା। କେହି କେହି ସମ ବେଉସାଧାରୀ କହିଲେ, ସେ ଯାହା କହୁଛନ୍ତି ଭୁଲ୍‌ କହୁଛନ୍ତି, କିନ୍ତୁ ଭୂତ ଅଛି। ଭୂତ ଅଛି ବୋଲି ବିଭିନ୍ନ ଉଦାହରଣ ଦେଇ ପ୍ରମାଣିତ କରିବାକୁ ଚାହୁଁଥିଲେ। ଆଗରୁ କହୁଥିବା ଶୁଣାଯାଉଥିଲା, ଲେମ୍ବୁ ମଧ୍ୟରେ ଲକ୍ଷେ ଭୂତ ରଖିଛନ୍ତି। ସତରେ ଭୂତ ଥାଇ ଲାଭ କ’ଣ? ଥିଲେ କେତେ ନ ଥିଲେ କେତେ? କ’ଣ କାମରେ ଲାଗିବ? କରୋନା ମହାମାରୀ ସମୟରେ ଆମେ ଦେଖିଛେ, ସବୁ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ବନ୍ଦ ଥିଲା। ଭୂତ, ପ୍ରେତ କଥା କିଏ ପଚାରେ? ଏ ଭଣ୍ଡ ସବୁ କୁଆଡ଼େ ଯାଇଥିଲେ?
ଭୂତ, ପ୍ରେତ କଥାକୁ ନେଇ ସାରା ବିଶ୍ୱରେ ଊଣାଅଧିକେ ବିଭିନ୍ନ କାଳ୍ପନିକ ଧାରଣା ରହିଛି। ବିଭିନ୍ନ ଧର୍ମ ମଧ୍ୟରେ ବି ଏହାକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି। ଆଉ ଏହାକୁ ନେଇ କିଛି ଭଣ୍ଡ ବିଭିନ୍ନ ଧର୍ମରେ ନିଜର ବେପାର ମେଲାଇଛନ୍ତି। ମନ ମଧ୍ୟରେ ପ୍ରଶ୍ନ ଆସିପାରେ ସତରେ କ’ଣ ଭୂତ, ପ୍ରେତ ଅଛନ୍ତି? ଏହାର ଉତ୍ତର ନା ନାହିଁ। ଜୀବ ମଲା ପରେ ଶବ ପାଲଟେ। ମୃତଶରୀର ପଚିଶଢ଼ି ମାଟିରେ ମିଶେ। ଜୀବ ମଲା ପରେ ତାହା ଯଦି ଭୂତ ହୁଏ, ପ୍ରେତ ହୁଏ, ତେବେ ପଶୁଜନ୍ତୁ ମଲା ପରେ କେହି ଭୂତ, ପ୍ରେତ ହେବାର ଶୁଣାଯାଏନାହିଁ। କେବଳ ମଣିଷ ମଲା ପରେ ଭୂତ କିମ୍ବା ପ୍ରେତ ହୁଏ ବୋଲି ଆଲୋଚନା ହୁଏ। କାରଣ ମଣିଷର ମଣିଷକୁ ହିଁ ଭୟ, ମଣିଷ କଳାମୁଣ୍ଡିଆ।
ମନରେ ପ୍ରଶ୍ନ ଆସେ ଭୂତ, ପ୍ରେତ ନ ଥିବା ମନରେ ବିଶ୍ୱାସ ହେଲେ ମଧ୍ୟ ମଣିଷ କାହିଁକି ଅନ୍ଧାରକୁ ଡରେ, ଅନ୍ଧାରରେ ଟିକେ ଶବ୍ଦ ହେଲେ କାହିଁକି ଚମକି ପଡ଼େ? ହଁ ଏହାର ଉତ୍ତର ଅଛି। ଛୁଆଟିକୁ ଆମେ ଟିକେ କଥାରେ ହୁଁ ବାୟା ଅଛି, ଭୂତ ଅଛି ବୋଲି ଡରାଇ, ଅଜାଣତରେ ଭୟକୁ ତାହାର ଅସ୍ଥିମଜ୍ଜାଗତ କରିଦେଇଥାଉ। ଛୁଆ ବେଳେ ଯଦି ପଚିଶିକ ପଣକିଆ ଘୋଷିଥିବେ, ମଲା ପର୍ଯ୍ୟନ୍ତ ଆପଣଙ୍କ ମନେ ଥିବ। ଭୟ ଏକ ମାନସିକ ଅବସ୍ଥା।
କେହି କେହି ଗେଲରେ କୁହନ୍ତି, ବଡ଼ ବଡ଼ ଗଛ କଟା ହେବା ଦ୍ୱାରା ସମାଜରେ ଅନ୍ଧବିଶ୍ୱାସ ଦୂର ହେଉଛି, କାରଣ ଯେଉଁ ଭୂତ ସେ ଗଛରେ ଥିଲା ତାହା ମଣିଷ ମନରେ ଆଉ ନାହିଁ। ଆଉ କେହି କେହି କୁହନ୍ତି ଭାରତୀୟ ଚଳଚ୍ଚିତ୍ରରେ ଦେଖାଯାଉଥିବା ଭୂତଗୁଡ଼ିକ ବହୁତ ସୁନ୍ଦର, ବିଦେଶୀ ଚଳଚ୍ଚିତ୍ରରେ ଦେଖାଯାଉଥିବା ଭୂତଗୁଡ଼ିକ ଏତେ ସୁନ୍ଦର ନୁହନ୍ତି। ଯାହା ହେଉ ମଣିଷ କିଛି ଆନନ୍ଦ ପାଉଛି ମନରେ।
ମନରେ ଆହୁରି ପ୍ରଶ୍ନ ଆସେ, ଏ ଭୂତ, ପ୍ରେତ ଭାବନା ମଣିଷ ମନରୁ କିପରି ଦୂର ହେବ? ଦୂର ହେବ, ସମସ୍ତଙ୍କୁ ଆର୍ଥିକଭାବେ ସଶକ୍ତ କରିବାକୁ ହେବ। ଆର୍ଥିକ ଦିଗରେ ସଶକ୍ତ ମଣିଷ ଆତ୍ମସମ୍ମାନର ସହିତ ବଞ୍ଚେ। ଆର୍ଥିକ ସଶକ୍ତ ହିଁ ସମାଜରୁ ଅନେକ ଅନ୍ଧବିଶ୍ୱାସ, କୁସଂସ୍କାର ଅନେକାଂଶରେ ଦୂର କରିବାକୁ ସମର୍ଥ। ଶରୀରରେ ଜର ହେଲେ, ଖଣ୍ଡିଆଖାବରା ହେଲେ ଆମେ ଦେହ ଖରାପ ଅଛି ବୋଲି ହୃଦ୍‌ବୋଧ କରୁ। ମାନସିକଭାବେ ଯନ୍ତ୍ରଣା ପାଉଥିବାକୁ ଆମେ ମାନସିକ ରୋଗ ବୋଲି ଭାବି ଡାକ୍ତର ଦ୍ୱାରା ତାହାର ଉପଶମ କରାଉନା। ବିଦ୍ୟାଳୟରେ ମନସ୍ତତ୍ୱବିତ୍‌ଙ୍କୁ ନିଯୁକ୍ତି ମିଳିଲେ, ଯାବତୀୟ ଭ୍ରାନ୍ତ ଧାରଣାର ଅନେକ ନିରାକରଣ ହୋଇପାରିବ। ଆମ ବିଦ୍ୟାଳୟଗୁଡ଼ିକରେ ତ ଯଥେଷ୍ଟ ଶିକ୍ଷକ ନାହାନ୍ତି, ଏ କଥା କିଏ ପଚାରେ। ଖାଲି ଆମେ ଦଳେ ଭୂତ ଅଛି, ଆଉ ଆମେ ଦଳେ ଭୂତ ନାହିଁ କହି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ସାର ହେବ, ଯାହାର ବେପାର ବୁଡ଼ିବ ତାହାର ଆକ୍ରୋଶର ଶିକାର ହେଉଥିବା…।

  • ଗଣେଶ୍ୱର ନାୟକ
    ଗୋଗଳ, କାଏମା, ଯାଜପୁର
    ମୋ-୯୭୭୭୭୪୯୭୨୭

Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri