ବରିଷ୍ଠ ନେତା ଚନ୍ଦ୍ରଶେଖରଙ୍କୁ ନିଲମ୍ବନ ସୁପାରିସ

ରାୟଗଡ଼ା(ସ୍ବ.ପ୍ର.)/ମୁନିଗୁଡ଼ା/ ବିଷମକଟକ (ଡି.ଏନ.ଏ.)୧୨ା୫: ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ନେତା ଚନ୍ଦ୍ରଶେଖର ବେହେରାଙ୍କୁ ଦଳରୁ ୩ ବର୍ଷ ପାଇଁ ନିଲମ୍ବନ କରିବାକୁ ରାଜ୍ୟ ନେତୃବୃନ୍ଦଙ୍କୁ ସୁପାରିସ କରାଯାଇଛି । ଚନ୍ଦ୍ରଶେଖର ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ନିଲମ୍ବନ ସୁପାରିସ କରାଯାଇଥିବା ମୁନିଗୁଡ଼ା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ପ୍ରକାଶ କରିଛନ୍ତି। ୨୦୧୭ରେ ଭାଜପା ସମର୍ଥିତ ପ୍ରାର୍ଥୀ ତଥା ତାଙ୍କ ଭାଇ ରାମଚନ୍ଦ୍ର ବେହେରାଙ୍କୁ ଜିଲା ପରିଷଦ ସଭ୍ୟ ଭାବେ ଜିତାଇବା ପାଇଁ ଚନ୍ଦ୍ରଶେଖର ଦଳ ବିରୋଧରେ ଭୋଟରଙ୍କୁ ଭୁଆଁ ବୁଲାଇଥିଲେ। ସେହିପରି ଆଗାମୀ ସାଧାରଣ ନିର୍ବାଚନରେ ବିଷମକଟକ ନିର୍ବାଚନ ମଣ୍ଡଳୀର ସମ୍ଭାବ୍ୟ ପ୍ରାର୍ଥୀ ନୀଳମାଧବ ଉଲାକାଙ୍କ ବିରୋଧରେ ପ୍ରଚାର ସହ ବିଜେଡ଼ିକୁ ଗୁପ୍ତ ଭାବେ ସମର୍ଥନ କରୁଥିବାରୁ ବ୍ଲକ କଂଗ୍ରେସ ଏହି ପଦକ୍ଷେପ ନେଇଥିବା ନୀଳାମ୍ବର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ନେଇ ଚନ୍ଦ୍ରଶେଖରଙ୍କୁ ପଚାରିବାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। କଂଗ୍ରେସ ଦଳର କିଛି ବିଶେଷ ଗୋଷ୍ଠୀ ନିଜ ସ୍ବାର୍ଥ ହାସଲ ପାଇଁ ଏଭଳି ଷଡ଼ଯନ୍ତ୍ର କରିଥିବା କହିଛନ୍ତି। ବିଷମକଟକ ନିର୍ବାଚନ ମଣ୍ଡଳୀର ସମ୍ଭାବ୍ୟ ପ୍ରାର୍ଥୀ ନୀଳମାଧବ ଉଲାକାଙ୍କୁ ପଚାରିବାରୁ ସେ କହିଛନ୍ତି, ଚନ୍ଦ୍ରବାବୁ ସବୁବେଳେ କଂଗ୍ରେସ ଦଳ ହିତ ପାଇଁ କାର୍ଯ୍ୟ କରିଥାନ୍ତି । ଶୁକ୍ରବାର ତାଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି ନୀଳମାଧବ ସୂଚନା ଦେଇଛନ୍ତି । ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କିପରି କଂଗ୍ରେସ ତାର ପୂର୍ବାବସ୍ଥାକୁ ଫେରି ଆସିବା ସହ ଜୟଲାଭ କରିବ ସେଥିପାଇଁ ବ୍ଲକର ୧୭ଟି ପଞ୍ଚାୟତରେ ଲୋକଙ୍କୁ ଏକଜୁଟ କରି ଶାସକ ଦଳର ମିଛ ପ୍ରତିଶ୍ରୁତିକୁ ପଦାକୁ ଆଣିବା ସହ ଦଳକୁ ସୁଦୃଢ କରିବା ପାଇଁ ନିଷ୍ପତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପିଙ୍କ ପ୍ରତିନିଧି ମାନସ ରଞ୍ଜନ ବେହେରା, ଜିଲା ଉପ ସଭାପତି ପଞ୍ଚାନନ କରକରିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ୱାଡାକା, ପୂର୍ବତନ ଜିଲ୍ଲା ସଭାପତି ଚନ୍ଦ୍ରଜିତ୍‌ ଯାଦବ, ରାମ ପ୍ରକାଶ କରକରିଆଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri