ଗାଁକୁ ନାହିଁ ବିଦ୍ୟୁତ୍‌, ସବୁଦିନିଆ ରାସ୍ତା

ନୟାଗଡ଼ ଅଫିସ,୨୧।୪ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଆଦିବାସୀଙ୍କ କ’ଣ ଉନ୍ନତି ହେଉଛି, ସେମାନଙ୍କ ଜୀବନ ଜୀବିକା କାହିଁକି ବଦଳୁନି। କ’ଣ କରାଗଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ ସେନେଇ କରାଯାଉନି ସମୀକ୍ଷା। ଆଉ ଲୋକ ଦେଖାଣିଆ ସମୀକ୍ଷା ସେମାନଙ୍କୁ ବିକାଶର ସ୍ବାଦ ଚଖାଇ ପାରୁନି। ଏଣୁ ବଦଳି ପାରୁନି ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନେପାଳ ଗାଁର ଚିତ୍ର। ସ୍ବାଧୀନତାର ୭୬ବର୍ଷ ପରେ ବି ନେପାଳ ଗାଁରେ ବିଦ୍ୟୁତ୍‌ ନାହିଁ। ସନ୍ଧ୍ୟା ହେଲେ ଖୋଜା ପଡେ ଡିବିରି ଆଲୋକ। ଗାଁରେ ପିଲାମାନଙ୍କ ପାଇଁ ପାଠପଢ଼ା ସ୍ବପ୍ନ। ଏଠାର ଆଦିବାସୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଯୋଜନା କାହିଁକି ଫଳପ୍ରଦ ହେଉ ନାହିଁ ସେନେଇ କାରଣ ଖୋଜା ଯାଉ ନାହିଁ। ସରକାରୀ କଳର କେଉଁଠି ନଁା କେଉଁଠି ତ୍ରୁଟି ଗାଁର ବାସିନ୍ଦାଙ୍କୁ ପଛକୁ ନେବାରେ ଲାଗିଛି।
ଗାଁର ସ୍ବର୍ଣ୍ଣ ପ୍ରଧାନ କୁହନ୍ତି, ସରକାରଙ୍କ ମାଳ ମାଳ ଯୋଜନା ଆମ ଗାଁରେ ଅପହଞ୍ଚ କାହିଁକି। ମୋ ଗାଁରେ ୬୦ ପରିବାର ରହୁଥିଲେ ମଧ୍ୟ ୪ରୁ ୫ ପରିବାର ଆବାସ ଯୋଜନାରେ ଘର କରିଛନ୍ତି। ଅନ୍ୟମାନେ ଘର କରିି ପାରୁ ନାହାନ୍ତି। ସରକାର ଦେଉଥିବା ଅନୁଦାନରେ ଘର ନିର୍ମାଣ କରିବା ସମ୍ଭବ ନୁହେଁ। ଟଙ୍କା ଆମ ପାଖରେ ନ ଥିବାରୁ ଅଧିକାଂଶ ଲୋକଙ୍କ କାର୍ଯ୍ୟାଦେଶ ପାଇବି କାମ କରି ପାରୁ ନାହାନ୍ତି। କେତେଜଣ ଲୋକ କାମ ଆରମ୍ଭ କରିଲେ ବି ଠିକ୍‌ରେ ବିଲ୍‌ ପାଉ ନାହାନ୍ତି। ଏକାଧିକ ଲୋକଙ୍କ ଘର ଅଧାପନ୍ତରିଆ ହୋଇ ପଡି ରହିଛି। ଏଣୁ ଘର ତିଆରି କରିବାର ଆଶା ଛାଡି ଭଙ୍ଗା ଘରେ ବିତୁଛି ଆମ ଜୀବନ। ସରକାର ଆଦିବାସୀଙ୍କ ଅସୁବିଧା ବୁଝି ପାରୁ ନାହାନ୍ତି। ସେହିପରି କେତେଜଣ ଲୋକଙ୍କ ଜବ୍‌କାର୍ଡ ଅଛି। ଅଥଚ କାମ ଠିକ୍‌ରେ ମିଳୁନି। ଯେଉଁ କାମ ମିଳୁଛି ତାହା ସବୁବେଳେ ନୁହେଁ।ଏପରିକି ଆମେ ଗୃହ ପାଳିତ ପ୍ରାଣୀ ରଖୁଛୁ। ହେଲେ ସେମାନଙ୍କ ପାଇଁ ଗୁହାଳ ନିର୍ମାଣ ପାଇଁ ଅର୍ଥ ମିଳୁନି। ଏହି ଯୋଜନାରେ ଅନୁଦାନ ଥିଲେ ମଧ୍ୟ ଆମେ ଜାଣିନୁ। ଆମକୁ ଦାରିଦ୍ର ଓ ନିରକ୍ଷରତା ଦାଉ ସାଧୁଛି। ଗୁମାନ ପ୍ରଧାନ କୁହନ୍ତି, ଆମ ଗାଁକୁ ଯିବାକୁ ରାସ୍ତା ନାହିଁ। ସରକାରଙ୍କର ଏମ୍‌ଜିଏନ୍‌ଆରଇଜିଏସ୍‌, ଗୋପବନ୍ଧୁ ଗ୍ରାମୀଣ ଯୋଜନା କାହା ପାଇଁ। ବାପ ଜେଜେ ଅମଳରୁ ରହୁଥିଲେ ମଧ୍ୟ ଆମ ନଁାରେ ଜଙ୍ଗଲ ଜମି ପଟ୍ଟା ହୋଇ ପାରୁନି। ବାହାର କେତେଜଣ ଲୋକ ଆସି ଆମଗାଁର ଜମିକୁ ଆକ୍ତିଆର କରି ଚାଲିଛନ୍ତି। ବିଭିନ୍ନ କ୍ଷେତ୍ରରେ ଆମ ପିଲାମାନେ ହଇରାଣ ହେବାକୁ ପଡୁଛି। ଗାଁରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନାହିଁ। ସରକାର ସ୍କୁଲ କରିବେ କ’ଣ ଭାଙ୍ଗି ଚାଲିଛନ୍ତି। ଆମ ଗାଁରେ ଆଉ ନୂଆ ସ୍କୁଲ ହେବା ନେଇ ଆମେ ଦାବି କରୁ ନାହୁଁ। ଆମ ପିଲା ୭ରୁ ୧୦ କିମି ଯାଇ ପାଠ ପଢ଼ିବା ସମ୍ଭବ ହେଉ ନାହିଁ। ପୁଣି ଗାଁକୁ ମୋବାଇଲ ନେଟୱାର୍କ ଆସୁନି। ତ୍ରିନାଥ ପ୍ରଧାନ କୁହନ୍ତି,ଗାଁରେ ଲାଇନ ନାହିଁ। ଜଙ୍ଗଲରେ ଡିବିରି ଜଳିବା ପାଇଁ କିରୋସିନ ମଧ୍ୟ ମିଳୁନି। ସୋଲାର ଲାଇଟ୍‌ କେତେବେଳେ ଜଳେ, ନ ହେଲେ ନାହିଁ। ବଣ ଜଙ୍ଗଲରେ ହିଂସ୍ର ଓ ସରିସୃପ ଭୟ ଥିବାବେଳେ ବିନା ଲାଇଟରେ ଚଳିବା କାଠିକର ପାଠ। ସେହିଭଳି ଚାଷ ଜମି କହିଲେ ମୁଣ୍ଡିଆ ଜମି। ଏଥିରେ ବାଇଗଣ ଭଲ ହୁଏ। ହେଲେ ହାତୀ ଫସଲ ନଷ୍ଟ କରୁଛି। ଭିକାରୀ ପ୍ରଧାନ କୁହନ୍ତି, ଆଦର୍ଶ ଗାଁ ଏବଂ ଏମ୍‌ପି ଓ ବିଧାୟକଙ୍କ ପାଣ୍ଠିରେ ପାଇଲଟ ପ୍ରୋଜେକ୍ଟ ବିଭିନ୍ନ ଗାଁରେ ହେଉଛି। ହେଲେ ଆମ ଗାଁକୁ କେହି ଦୃଷ୍ଟି ଦେଉ ନାହାନ୍ତି। ଆମ ଗାଁକୁ ସରକାରୀ ବାବୁମାନଙ୍କ ପାଦ ପଡୁନି। ପୁଣି ନେତାଙ୍କ କଥା ନ କହିବା ଭଲ। ସରକାର ବିକାଶ ଚାଲିଛି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ଆମେ ରହି ଯାଇଛୁ ପଛୁଆ ହୋଇ। ଦେଶ ସ୍ବାଧୀନତାର ୭୬ ବର୍ଷ ପରେବି ବିକାଶର ସ୍ବାଦ ଚାଖି ପାରିଲୁ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି। ନୂଆ ଜିଲାପାଳ ଆମ ଗାଁକୁ ଟିକିଏ ଧ୍ୟନ ଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri