Posted inଖେଳ

କଳିଙ୍ଗରେ ଏକାଧିକ କ୍ରୀଡ଼ାର ସମର କ୍ୟାମ୍ପ

ଭୁବନେଶ୍ୱର, ୨୧।୪(କ୍ରୀଡ଼ା ପ୍ରତିନିଧି): ଏବେ ଚାଲିଛି ସମର କ୍ୟାମ୍ପର ସମୟ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାପାଇଁ ସମର କ୍ୟାମ୍ପ ଆୟୋଜନ କରାଯାଉଛି। ଫଳରେ ଖେଳରେ ରୁଚି ରଖୁଥିବା ପିଲାମାନଙ୍କ ପାଇଁ ଗ୍ରୀଷ୍ମାବକାଶ ସମୟରେ ସେମାନଙ୍କ ପସନ୍ଦର ଗେମ୍‌ ସମ୍ପର୍କରେ ବିସ୍ତୁତ ଜ୍ଞାନ ଆହରଣର ସୁଯୋଗ ସୃଷ୍ଟି କରାଯାଇଛି। ଇତିମଧ୍ୟରେ କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି କ୍ୟାମ୍ପ ଆରମ୍ଭ ହୋଇ ଯାଇଛି। କଳିଙ୍ଗରେ ଏହି କ୍ୟାମ୍ପ ଏପ୍ରିଲ ୩ରୁ ଆରମ୍ଭ ହୋଇଥିଲା ଏବଂ ୨୨ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିର୍ସାମୁଣ୍ଡା ଷ୍ଟାଡିୟମରେ ଏହା ଏପ୍ରିଲ ୧୦ରୁ ୨୨ ପର୍ଯ୍ୟନ୍ତ ଆୟୋଜନ ହେଉଛି। ଶୁଟିଂ ସମରକ୍ୟାମ୍ପ ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଏଥିରେ ୧୦ ମିଟର ଏୟାର ରାଇଫଲ, ୧୦ ମିଟର ଏୟାର ପିସ୍ତଲ, ଓପନ ସାଇଟ୍‌ ରାଇଫଲ ଆଦିରେ ହାଇପରଫର୍ମାନ୍ସ ଟ୍ରେନିଂ ଦିଆ ଯାଇଥିଲା। ସେହିପରି ସୁଇମିଂ ସମର କ୍ୟାମ୍ପ ମେ ୨ରୁ ୨୬ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୫ରୁ ୧୪ ବର୍ଷ ବର୍ଗର ବାଳିକା ବାଳକ ଭାଗନେବେ। ଖେଳାଳି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଣ୍ଟ୍ରି ଫି’ ୨୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରତି ବ୍ୟାଚ୍‌ରେ ୪୦ ଜଣ ପିଲାଙ୍କୁ ରଖାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ସପ୍ତାହରେ ୬ ସେସନ ଏହିପରି ମୋଟ ୨୦ ସେସନରେ ପିଲାମାନଙ୍କୁ ସନ୍ତରଣ ସମ୍ପର୍କରେ ଜ୍ଞାନ ଦିଆଯିବ।
ଏବେ ମଲ୍ଟି ସ୍ପୋର୍ଟ ସମର କ୍ୟାମ୍ପ ଆୟୋଜନ ହେବାକୁ ଯାଉଛି। ଏଥିରେ ଆଥଲେଟିକ୍ସ, ଭାରୋତ୍ତୋଳନ, ଫୁଟବଲ, ବାସ୍କେଟବଲ, କବାଡି, ଜୁଡୋ, ଜିମ୍ନାଷ୍ଟିକ୍ସ ଓ ଭଲିବଲ ଆଦି ଖେଳର କ୍ୟାମ୍ପ ହେବ। ଜଣେ ଖେଳାଳି କେବଳ ଗୋଟିଏ କ୍ରୀଡ଼ା ପାଇଁ ଉଦ୍ଦିଷ୍ଟ କ୍ୟାମ୍ପରେ ଯୋଗ ଦେଇପାରିବେ। ମେ’ ୧ରୁ ଏହା ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଖେଳାଳି ପଞ୍ଜୀକରଣ ପ୍ରକ୍ରିୟା ଗତ ୧୨ରୁ ଆରମ୍ଭ ହୋଇଯାଇଛି ଏବଂ ଚଳିତମାସ ୨୭ ପର୍ଯ୍ୟନ୍ତ ଚାଲିବ। ସୋମବରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ନ ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?