Posted inଫୁରସତ

ଏହି ଦେଶରେ ନାହିଁ ଛାଡ଼ପତ୍ର ଆଇନ !

ମାନିଲା, ୧୭।୯: ଦାମ୍ପତ୍ୟ ଜୀବନରେ ବେଳେବେଳେ କେତେକ ସମସ୍ୟା ଯୋଗୁ ସ୍ତ୍ରୀ-ସ୍ବାମୀ ଅଲଗା ରହିବାକୁ ବାଧ୍ୟ ହୋଇଥାନ୍ତି। ବୈବାହିକ ଜୀବନରେ ଏହାଦ୍ୱାରା ପ୍ରଭାବ ପଡ଼ିଥାଏ। ଆଇନ ବ୍ୟବସ୍ଥାରେ ଏହାକୁ ଛାଡ଼ପତ୍ର କୁହାଯାଇଥାଏ। ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଛାଡ଼ପତ୍ର ନେଇ ବିଭିନ୍ନ ଆଇନ ରହିଛି। ତେବେ ଏସିଆର ଏଭଳି ଏକ ଦେଶ ରହିଛି ଯେଉଁଠି ଛାଡ଼ପତ୍ର ବ୍ୟବସ୍ଥା ନାହିଁ ସ୍ତ୍ରୀ-ସ୍ବାମୀ ସାରା ଜୀବନ ଏକାଠି ରହିଥାନ୍ତି। ଏହି ଦେଶଟି ହେଉଛି ଫିଲିପାଇନ୍ସ୍‌। ଏଠାରେ ଅଧିକ ସଂଖ୍ୟକ କ୍ୟାଥୋଲିକ୍‌ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ବସବାସ କରନ୍ତି। କ୍ୟାଥୋଲିକ ଚର୍ଚ୍ଚର ପ୍ରଭାବରେ ଏଠାରେ ଛାଡ଼ପତ୍ର ବ୍ୟବସ୍ଥା ନାହିଁ। ୨୦୧୫ରେ ପୋପ୍‌ ଫ୍ରାନ୍ସିସ୍‌ ଫିଲିପାଇନ୍ସ୍‌ ଗସ୍ତରେ ଆସିଥିଲେ। ସେତେବେଳେ ସେ ଛାଡ଼ପତ୍ର ଚାହୁଁଥିବା ଦମ୍ପତିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ସ୍ଥାନୀୟ ଧର୍ମଗୁରୁଙ୍କୁ ଅନୁରୋଧ କରିଥିଲେ। ତେବେ ଏଠାକାର ସମାଜରେ ଛାଡ଼ପତ୍ରକୁ ଅପମାନଜନକ ଭାବେ ଗ୍ରହଣ କରାଯାଇଥାଏ। ତେଣୁ ଧର୍ମଗୁରୁମାନେ ପୋପ୍‌ଙ୍କ ଅନୁରୋଧକୁ ଅଣଦେଖା କରିଥିଲେ। ପୃଥିବୀର ଅନ୍ୟ ଦେଶରେ ଛାଡ଼ପତ୍ର ବ୍ୟବସ୍ଥା ଥିବାବେଳେ ଫିଲିପାଇନ୍ସ୍‌ରେ ଛାଡ଼ପତ୍ର ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ବାସିନ୍ଦା ବେଶ୍‌ ଗର୍ବ ଅନୁଭବ କରିଥାନ୍ତି। ପ୍ରାୟ ୪୦୦ ବର୍ଷ ଧରି ଫିଲିପାଇନ୍ସ୍‌ ଉପରେ ସ୍ପେନ୍‌ ରାଜୁତି କରୁଥିଲା। ସେ ସମୟରେ ସ୍ଥାନୀୟ ବାସିନ୍ଦା ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ୧୮୯୮ରେ ଆମେରିକା ସ୍ପେନ୍‌ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ସ୍ପେନ୍‌ ପରାସ୍ତ ହୋଇଥିଲା। ଫିଲିପାଇନ୍ସ୍‌ ଉପରେ ଆମେରିକା ଶାସନ ଆରମ୍ଭ ହୋଇଥିଲା। ସେତେବେଳେ ଛାଡ଼ପତ୍ର ପାଇଁ ଆଇନ ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା। ୧୯୧୭ରେ ପ୍ରଚଳନ କରାଯାଇଥିବା ଛାଡ଼ପତ୍ର ଆଇନରେ କେତେକ ସର୍ତ୍ତ ରହିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫିଲିପାଇନ୍ସ୍‌ରେ ଜାପାନର ରାଜୁତି ହୋଇଥିଲା। ଫଳରେ ଛାଡ଼ପତ୍ର ଆଇନରେ ପୁଣି ପରିବର୍ତ୍ତନ ଅଣାଯାଇଥିଲା। ପରେ ୧୯୪୪ରେ ଏଠାରେ ଆମେରିକା ଶାସନ ଆରମ୍ଭ ହୋଇଥିଲା। ଫଳରେ ଦାମ୍ପତ୍ୟ ଆଇନରେ ପୁଣି ଅଦଳବଦଳ ହୋଇଥିଲା। ୧୯୫୦ରେ ଫିଲିପାଇନ୍ସ୍‌ ସ୍ବାଧୀନତା ପାଇଥିଲା। ଫଳରେ ଦେଶରେ ନୂଆ ଆଇନ ବ୍ୟବସ୍ଥାର ପ୍ରଚଳନରେ କ୍ୟାଥୋଲିକ ଚର୍ଚ୍ଚର ଭୂମିକା ଅଧିକ ରହିଥିଲା। ଫଳରେ ଏଠାରେ ଛାଡ଼ପତ୍ରକୁ ବନ୍ଦ କରାଯାଇଥିଲା। ତେବେ ଏଠାରେ ବାସ କରୁଥିବା ୬ରୁ ୭ ପ୍ରତିଶତ ମୁସଲମାନ ସମ୍ପ୍ରଦାୟରେ ଛାଡ଼ପତ୍ର ଆଇନ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri