ଓଡ଼ିଶାକୁ ବାତ୍ୟା ବିପଦ ନାହିଁ

ଭୁବନେଶ୍ୱର,୧୭ା୧୧(ଅନିଲ ଦାସ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୫୦କି.ମି., ପାରାଦୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୨୮୦କି.ମି. ଏବଂ ପଶ୍ଚିମବଙ୍ଗର ଦିଘାଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୨୦କି.ମି. ଦୂର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରି ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୧୦୦ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଇଛି। ୧୮ ତାରିଖ ସକାଳେ ବାତ୍ୟା ବାଂଲାଦେଶ ଉପକୂଳ ମଗଲା ଏବଂ ଖେପୁପୁରା ମଧ୍ୟଦେଇ ସ୍ଥଳଭାଗ
ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାତ୍ୟା ପ୍ରଭାବରେ ଉପକୂଳରେ ୪୦ରୁ ୪୫ କି.ମି. ବେଗରେ ପବନ ବହିବା ସହ ବର୍ଷା ଏବଂ କୋହଲା ପାଗ ରହିବ।
ଶୁକ୍ରବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ତେବେ କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେଣ୍ଟିମିଟର) ହୋଇପାରେ। ସେହିପରି ୧୮ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲାର ଗୋଟିଏ ୨ଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ରୋଜଗାର ଦେଇଛି ମୂର୍ତ୍ତି କାରିଗରୀ: ୯ ଜଣଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ତିରନ

କର୍ଲାମୁଣ୍ଡା,୧୪।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୧ କିଲୋମିଟର ଦୂରରେ ରହିଛି କର୍ଲାମୁଣ୍ଡା (ବସ୍ତି)। ଏହି ଗାଁରେ ରୁହନ୍ତି ଶିଳ୍ପୀ ଟିରନ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri