Odisha Elections 2024

ଓଡ଼ିଶାକୁ ବାତ୍ୟା ବିପଦ ନାହିଁ

ଭୁବନେଶ୍ୱର,୧୭ା୧୧(ଅନିଲ ଦାସ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୫୦କି.ମି., ପାରାଦୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୨୮୦କି.ମି. ଏବଂ ପଶ୍ଚିମବଙ୍ଗର ଦିଘାଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୨୦କି.ମି. ଦୂର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରି ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୧୦୦ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଇଛି। ୧୮ ତାରିଖ ସକାଳେ ବାତ୍ୟା ବାଂଲାଦେଶ ଉପକୂଳ ମଗଲା ଏବଂ ଖେପୁପୁରା ମଧ୍ୟଦେଇ ସ୍ଥଳଭାଗ
ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାତ୍ୟା ପ୍ରଭାବରେ ଉପକୂଳରେ ୪୦ରୁ ୪୫ କି.ମି. ବେଗରେ ପବନ ବହିବା ସହ ବର୍ଷା ଏବଂ କୋହଲା ପାଗ ରହିବ।
ଶୁକ୍ରବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ତେବେ କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେଣ୍ଟିମିଟର) ହୋଇପାରେ। ସେହିପରି ୧୮ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲାର ଗୋଟିଏ ୨ଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ଜାଣିନି, କେବଳ କାମ କରିବା ଜାଣିଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ୧୭।୫ (ବନ୍ଦନା ସେଠୀ) – ମୁଖ୍ୟମନ୍ତ୍ରୀ ସାଲିଆସାହିବାସୀଙ୍କ ଭଲ ଚାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କ କଥା ଆଗ ଚିନ୍ତା କରନ୍ତି। ଅନ୍ୟ ରାଜନୈତିକ...

ରାଜ୍ୟ ନେତାଙ୍କ ଲେଖାକୁ ଶୁଆ ଭଳି ଗାଇ ଦେଉଛନ୍ତି ଭାଜପାର ଟୁରିଷ୍ଟ ନେତା:ବିଜେଡି

ଭୁବନେଶ୍ୱର,୧୭।୫(ଶର୍ମିଷ୍ଠା ପାଣିଗ୍ରାହୀ)- ଭାଜପାର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି,...

୨୦-୨୧ରେ ହିଟ୍‌ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)-ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ଅସହ୍ୟ ହେବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ଅନୁଭବଙ୍କ ବଡ଼ ବୟାନ, ମୁଣ୍ଡ ବିକିନି…

ଭୁବନେଶ୍ୱର,୧୭।୫: ଅନୁଭବ ମହାନ୍ତି କରିଛନ୍ତି ପ୍ରେସମିଟ । ଯେଉଁଠି ବିଜେଡି ଉପରେ ବର୍ଷିଛନ୍ତି ଅନୁଭବ ମହାନ୍ତି । ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର...

ନିର୍ବାଚନ ବେଳେ ଓଡ଼ିଶା ଆସନ୍ତି ପଲିଟିକାଲ ଟୁରିଷ୍ଟ: ନବୀନ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): କେନ୍ଦ୍ରୀୟ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି। ଭାଜପାର କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri