ପରିବେଶ ପ୍ରଦୂଷଣ ସତ୍ତ୍ୱେ ନାହିଁ ପ୍ରତିକାର

ନୟାଗଡ଼ ଅଫିସ,୧୮ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଧାନ ଜମିରେ ଗୋଖାଦ୍ୟ ପାଳ ଓ ନଡ଼ାକୁ ଏବେ କିଛି ବର୍ଷ ହେଲା ପୋଡ଼ା ଚାଲିଛି। ପାଳ ନଡା ପରି ଗୋଖାଦ୍ୟ ବିଲରେ ପୋଡ଼ାଯିବା ଯୋଗୁ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ନଡ଼ା ଓ ପାଳ ପୋଡିର କୁପ୍ରଭାବ ନେଇ ଚାଷୀଙ୍କୁ ସଚେତନତା କରାଯାଉ ନ ଥିବାରୁ ଏହା ଅବାଧରେ ଚାଲିଛି। ଏଭଳିସ୍ଥିତି ଲାଗି ରହିଲେ ଆଉ କିଛି ବର୍ଷ ପରେ ଦିଲ୍ଲୀ ପରି ଅସୁବିଧା ନୟାଗଡ଼ ଜିଲାର ଗାଁ  ଗହଳିର ଲୋକଙ୍କୁ ଭୋଗିବାକୁ ପଡିବ ବୋଲି ମତ ପ୍ରକାଶ ପାଇଛି। ତେବେ ଗାଈଗୋରୁ ଓ ଚାଳଘର ହ୍ରାସ କାରଣରୁ ଚାଷୀ ଖର୍ଚ୍ଚାନ୍ତ ହୋଇ ଆଉ ନଡା ଓ ପାଳ ଘରକୁ ନେଉ ନାହିଁ। ବରଂ ବିଲରେ ପାଳ ଓ ନଡା ପୋଡିବାକୁ ପରିସ୍ଥିତି ବାଧ୍ୟ କରୁଛି ବୋଲି ଅଭିଯୋଗ ଉଠିଛି।
ଏନେଇ ନୟାଗଡ ବ୍ଲକ ବାଲୁଗାଁର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ଗାଁ ଗହଳିରେ ଗାଈ, ବଳଦ,ପୋଢ଼ ଓ ମଇଁଷ ଦେଖିବାକୁ ମିଳୁନାହାନ୍ତି। ଚାଷରେ ଯନ୍ତ୍ରର ବ୍ୟବହାର ବଢ଼ିବାପରେ ଏମାନଙ୍କର ସଂଖ୍ୟା ହ୍ରାସ ପାଇଲା। ଗାଈଗୋରୁଙ୍କ ପରି ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଇବାପରେ ଗୋଖାଦ୍ୟ ନଡା ଓ ପାଳ ଅଦରକାରୀ ହୋଇ ପଡିଛି। କିଛି ଛତୁଚାଷୀ ଯଦିଓ ନଡା କିଣୁଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ। ଘରେ ଗାଈଗୋରୁ ପରି ଗୃହପାଳିତ ପ୍ରାଣୀ ନ ଥିବାରୁ ଚାଷୀ ଆଉ ଖର୍ଚ୍ଚାନ୍ତ ହୋଇ ଘରକୁ ନଡା ଓପାଳ ଆଣୁନାହିଁ। ବିଲରେ ଧାନ ଅମଳଯନ୍ତ୍ରରେ ଧାନ ସଂଗ୍ରହ କରିବାପରେ ପାଳ ଓ ନଡାକୁ ବିଲରେ ପୋଡି ପକାଉଛି। ପ୍ରଥମତଃ ନଡା ଓ ପାଳ ପୋଡି ଯୋଗୁ ପରିବେଶ ପ୍ରଦୂଷିତ ହେଲା। ୨ୟରେ ଗାଈ ପରି ଗୃହପାଳିତ ପ୍ରାଣୀଙ୍କ ଅଭାବରୁ ଜମିରେ ଗୋବର ପରି ଜୈବିକସାର ଆଉ ପଡୁନି। ପୁଣି ଆଉ ଆଗଭଳି କ୍ଷୀର, ଦହି ଓ ଘିଅ ମିଳୁନି। ଆମେ କେବଳ ରୋଗ କିଣି ଚାଲିଛେ। ଏହାର ପରଣିତି ଆମେ ଭୋଗିଲେଣି। ଆଗକୁ ଆହୁରି ଭୟଙ୍କର ହେବ। ହେଲେ ଏଥି ନେଇ ସଚେତନତା ନାହିଁ। ଏନେଇ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁନି ବୋଲି କହିଛନ୍ତି। ନୂଆଗାଁର ରମାକାନ୍ତ ପ୍ରଧାନ କୁହନ୍ତ, ଗାଁ  ଗହଳିରେ ଗାଈ, ବଳଦ, ପୋଢ଼ଙ୍କ ସଂଖ୍ୟା କମିଚାଲିଛି। କିଛି ଆଦିବାସୀ ଗାଇ, ଗୋରୁ ରଖିଛନ୍ତି। ହେଲେ କିଛି ଅଣଚାଷୀ ନିଜକୁ ଚାଷୀ ଦର୍ଶାଇ ଗୁହାଳ ଯୋଜନାରେ ସହାୟତା ନେଉଛନ୍ତି। ଏପଟେ ସରକାର ଗୁହାଳ ଯୋଜନାରେ ସହାୟତା ଦେଉଛନ୍ତି ସେପଟେ ନଡା ଓପାଳ ପୋଡିର କାରଣ ଖୋଜୁନାହାନ୍ତି। ସରକାର ଏହାକୁ ଅଣଦେଖା କଲେ ପରିସ୍ଥିତି ଭୟାବହ ହେବାର ରହିଛି। ରଣପୁରର କିଶୋର ସ୍ବାଇଁ କୁହନ୍ତି, ଗାଈ, ବଳଦ ଓ ପୋଢ଼ଙ୍କ ସଂଖ୍ୟା କମିଗଲାଣି। ତେବେ ଯେଉଁଚାଷୀମାନେ ଦର୍ସି ଗାଈ, ମଇଁଷୀ ପାଳୁଛନ୍ତି ସେମାନଙ୍କୁ ୧ହଜାରରୁ ଆରମ୍ଭ କରି ସହାୟତା ଦେଲେ କିଛିଟା ସମସ୍ୟା ସମାଧାନ ହୋଇପାରନ୍ତା। ଗୋଡିପଡ଼ାର ଗଣେଶ୍ୱର ମିଶ୍ର କୁହନ୍ତି, ପୂର୍ବରୁ ଗାଁଗହଳିରେ ଚାଳ ଛପର ଘର ଥିଲା। ଏବେ ଚାଳ ଛପର ଘର ସ୍ଥାନରେ ଆଜବେଷ୍ଟସ ଓ ଛାତ ଘର ଦେଖିବାକୁ ମିଳୁଛି। ଚାଷୀ ଗାଈ ଓ ବଳଦ ରଖିଲାନି। ପୁଣି ଘରକୁ ନଡା ଛପର କରିଲାନି। ଏଣୁ ପାଳ ଓ ନଡାକୁ ବିଲରେ ଯଦି ନ ପୋଡିବ ତେବେ କଣ କରିବ। ଚାଷୀ କଣ କଲେ ଭଲ ହେବ ସରକାର ସଚେତନତା କରାଇବା ଦରକାର ବୋଲି କହିଛନ୍ତି। ପରିବେଶବିତ୍‌ ସଞ୍ଜୟ ସାହୁ କୁହନ୍ତି, ନଡା ଓ ପାଳ ପୋଡିର କାରଣ ସମସ୍ତେ ଜାଣନ୍ତି। ହେଲେ ଚାଷୀଙ୍କୁ ସଚେତନତା କରାଇଲେ ସେ ପାଳ ଓ ନଡାକୁ ନ ପୋଡି କଣ କରିଲେ ତାର ଲାଭ ହେବ ସେନେଇ ଉପାୟ ବତାଇବା ଦରକାର। ଅନ୍ୟପକ୍ଷେ ଛତୁ ଚାଷକୁ ପ୍ରୋସତ୍ାହନ ଦେବା ଦରକାର। ଏହା ଦ୍ୱାରା ଅଧିକ ସଂଖ୍ୟକ ନଡାର ଆବଶ୍ୟକ ପଡିବ। ପାଳକୁ କଣ କରାଯିବ ସେନେଇ ଉଦ୍ୟମ କରାଯିବା ଦରକାର। ଅନ୍ୟପକ୍ଷେ ନଡା ଓ ପାଳ ପୋଡି ବନ୍ଦ ପାଇଁ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି॥


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri