ଚଉମୁହାଣିର ଲକ୍‌: ଦିନଯାଇଛି, ଚିହ୍ନ ରହିଛି

ପାରାଦୀପ,୧୮ା୧୨(ଶରତ ରାଉତ): ଜଗତ୍‌ସିଂହପୁର ଜିଲାର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଲକ୍‌ ଏବେ ନିଶ୍ଚିହ୍ନ ଅବସ୍ଥାରେ ପଡ଼ିଛି। ନୂଆଗଡ଼ ପଞ୍ଚାୟତ ଚଉମୁହାଣୀଠାରେ ଉକ୍ତ ଲକ୍‌ର କେବଳ ୨ଟି ହ୍ୟାଣ୍ଡେଲ ଚକ, ଭଙ୍ଗା କାଠ କବାଟ ଓ ହାୱଡ଼ା ପୋଲ ଭଳି ଏକ କ୍ଷୁଦ୍ର ପୋଲ ରହିଛି। ଇଂରେଜ ଶାସନ ସମୟରେ ତିଆରି ହୋଇଥିବା ଉକ୍ତ ଲକ୍‌ ଏବେ ପାଣି ରୋକିବାରେ ସହାୟ ହେଉଛି। କିନ୍ତୁ ତା’ର ପୁନରୁଦ୍ଧାର ହେଉନାହିଁ।
୧୮୬୬ରେ ଇଂରେଜମାନେ ବେପାର ବଣିଜ କରିବା ପାଇଁ ମହାନଦୀର ଚଉମୁହାଣୀକୁ ଚୟନ କରିଥିଲେ। ୪ଟି ନଦୀର ମିଳନ ସ୍ଥଳ ହୋଇଥିବାରୁ ତାଙ୍କୁ ଚଉମୁହାଣୀ କୁହାଯାଉଛି। ସେହି ନଦୀଗୁଡିକ ହେଲା, ହଳଦିପାଣୀ, ଲୁଣା, ଚିତ୍ରୋତ୍ପଳା ଓ ମହାନଦୀ। ସମୁଦ୍ର ମୁହାଣଠାରୁ ଏହା ମାତ୍ର ୪ କିମି। ସେହିଠାରେ ଇଂରେଜମାନେ ବଡ଼ ବୋଇତ ରଖିଥାନ୍ତି। ସେଇଠୁ ଛୋଟ ଡଙ୍ଗାରେ ସାମଗ୍ରୀ ଧରି ତାଳଦଣ୍ଡା କେନାଲ ବାଟେ କଟକ ଛତ୍ର ବଜାର ଯାତାୟାତ କରନ୍ତି। ତାଳଦଣ୍ଡା କେନାଲ ସେଥିପାଇଁ କରାଯାଇଥିଲା। ମହାନଦୀର ଯୋବ୍ରାଠାରୁ ମଧୁର ପାଣି କେନାଲରେ ଛଡା ଯାଇଥାଏ। ସେହି କେନାଲ ପାଣିକୁ ସେତେବେଳେ ଜଗତ୍‌ସିଂହପୁର ଜିଲାର ଚାଷୀମାନେ ବ୍ୟବହାର କରି ଚାଷ କରୁଥିଲେ। ଏହି କେନାଲର ୨ଟି ଶାଖା କେନାଲ ରହିଛି। ତାହା ହେଲା ମାଛଗାଁ କେନାଲ ଓ ତାଳଦଣ୍ଡା। ଉକ୍ତ ମଧୁର ପାଣି ସମୁଦ୍ର ଭିତରକୁ ବୋହି ଯାଏ। ସେହି ପାଣିକୁ ରୋକିବା ଲାଗି ଚଉମୁହାଣୀଠାରେ ଉକ୍ତ ଲକ୍‌ କରାଯାଇଥିଲା। କାଠ କବାଟ ବନ୍ଦ-ଖୋଲିବା ପାଇଁ ଉପରେ ଏକ ଚକ୍ର ଭଳି ହ୍ୟାଣ୍ଡେଲ କରାଯାଇଥିଲା। କେନାଲରେ ଅଧିକ ପାଣି ହେଲେ କବାଟ ଖୋଲି ଛଡ଼ାଯାଏ। ଦରକାର ହେଲେ ବନ୍ଦ କରାଯାଏ। କଟକଠାରୁ ଚଉମୁହାଣୀ ପର୍ଯ୍ୟନ୍ତ ୧୭ ଲକ୍‌ କରାଯାଇଥିଲା। ସେହି ନମ୍ବର ଓ ନାମ ଅନୁସାରେ ରାଜସ୍ବ ରେକର୍ଡ ଥିବା ଜଣାଯାଏ। ଯେମିତି କୁଜଙ୍ଗ ପାଖ ମଙ୍ଗରାଜପୁର ଗ୍ରାମ ସୀମାକୁ ୧୫ ନମ୍ବର ଲକ୍‌ କୁହାଯାଉଛି। ସେହି ଲକ୍‌ ନାମାନୁସାରେ ଲକ୍‌ ଥାନା ହୋଇଛି। ଯେଉଁଠି ଡାକବଙ୍ଗଳା ଥିଲା ଏବେ ସେଠାରେ ଜଳସମ୍ପଦ ବିଭାଗର ଏକ କାର୍ଯ୍ୟାଳୟ ଓ ଅତିଥି ଭବନ ଅଛି। ତାଳଦଣ୍ଡା କେନାଲରେ ଏବେବି ପାଣି ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ପାରାଦୀପର ୧୫ଟି ବୃହତ ଶିଳ୍ପ ଓ ପାରାଦୀପ ବନ୍ଦର ଉକ୍ତ କେନାଲ ଉପରେ ନିର୍ଭରଶୀଳ। ୧୯୬୨ ଜାନୁୟାରୀ ୩ରେ ପାରାଦୀପ ବନ୍ଦର ଭିତ୍ତିପ୍ରସ୍ତର ହୋଇଥିଲା। ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେହି ଡାକ ବଙ୍ଗଳାରେ ରହିଥିଲେ। ସେତେବେଳେ ଉକ୍ତ ବନ୍ଦର ରାଜ୍ୟ ସରକାର ଆରମ୍ଭ କରିଥିଲେ। ସେହି ଚଉମୁହାଣୀଠାରେ ପାରାଦୀପ ବନ୍ଦର ପ୍ରକଳ୍ପର ଅଫିସ ହୋଇଥିଲା। ଯାହା ଏବେ ଭଗ୍ନ ଅବସ୍ଥାରେ ଅଛି। ଏଭଳି ଐତିହାସିକ ସ୍ଥାନକୁ ସଂରକ୍ଷିତ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri