‘ବଜାରରେ ଆଇଟେଲର ‘ଏ୦୫ଏସ୍‌’

ଭୁବନେଶ୍ୱର,୧୮।୧୨: ଆଇଟେଲର ନୂତନ ଉତ୍ପାଦ ‘ଏ୦୫ଏସ୍‌ ସ୍ମାର୍ଟଫୋନ୍‌’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୬.୬ଇଞ୍ଚ ଏଚ୍‌ଡି+ ଡ୍ରପ୍‌ ଡିସ୍‌ପ୍ଲେ, ୪୦୦୦ଏମ୍‌ଏଏଚ୍‌ ବ୍ୟାଟେରି, ୮ଏମ୍‌ପି ଏଆଇ କ୍ୟାମେରା ଏବଂ ଆହୁରି ଅନେକ ଫିଚର ଅନ୍ତର୍ଭୁକ୍ତ ରହିଛି। ଏପରିକି ଏ୦୫ଏସ୍‌ର ବଡି ବେଶ ପତଳା ହୋଇଥିବା ବେଳେ ତାହା କ୍ରିଷ୍ଟାଲ ବ୍ଲୁ, ଗ୍ଲୋରିଅସ୍‌ ଅରେଞ୍ଜ୍‌, ମିଡୋ ଗ୍ରିନ୍‌ ଓ ନେବୁଲା ବ୍ଲାକ୍‌ ଭଳି ରଙ୍ଗରେ ଉପଲବ୍ଧ ହେଉଛି। ସେହିଭଳି ଏ୦୫ଏସ୍‌ରେ ୧.୬ ଗିଗାହର୍ଜ ପ୍ରୋସେସର ରହିଛି; ଯାହା କଲ କରିବା, ୱେବ୍‌ ବ୍ରାଉଜ୍‌, ଭିଡିଓ ଦେଖିବା, ସୌକିନରେ ଗେମ୍‌ ଖେଳିବା ଏବଂ ଦୈନନ୍ଦିନ କାମ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବ। ଏପରି କି ଉକ୍ତ ମଡେଲରେ ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ଥିବାବେଳେ ୬୪ ଜିବିର ରମ୍‌ ରହିଛି। ଏହାର ଏଚ୍‌ଡି+ୱାଟର ଡ୍ରପ୍‌ ଡିସ୍‌ପ୍ଲେରେ ୧୬୦୦ ୭୨୦ ପିକ୍ସେଲ୍‌ ରିଜଲ୍ୟୁସନ ରହିଛି, ଯାହା ଚମତ୍କାର ଦେଖିବା ଅନୁଭବ ପ୍ରଦାନ କରିବ। ସେହିପରି ସ୍ପଷ୍ଟ ଫଟୋ ଓ ଭିଡିଓ ଉତ୍ତୋଳନ କରିବା ଲାଗି ଏହାର ପଛ ପାର୍ଶ୍ୱରେ ଏକ ୮ ଏମ୍‌ପି କ୍ୟାମେରା ଏବଂ ସାମ୍ନାରେ ୫ ଏମ୍‌ପି ସେଲ୍‌ଫି କ୍ୟାମେରା ସହ ଏଆଇ ବିଉଟିଫିକେଶନ ମୋଡ୍‌ ରହିଛି। ଏହା ବ୍ୟତୀତ ଉକ୍ତ ମଡେଲ ପଛରେ ଫିଙ୍ଗରପ୍ରିଣ୍ଟ ସେନ୍‌ସର୍‌, ଫେସ୍‌ ଅନ୍‌ଲକ୍‌, ମାଇକ୍ରୋ ଏସ୍‌ଡି ସ୍ଲଟ୍‌, ଡୁଆଲ ୪ଜି ଭୋଲ୍‌ଟି ଭଳି ସୁବିଧା ରହିଛି।
ଏ ସମ୍ପର୍କରେ ଆଇଟେଲ୍‌ ଇଣ୍ଡିଆର ସିଇଓ ଅରିଜିତ ତାଳପତ୍ର କହିଛନ୍ତି, କମ୍ପାନୀ (ବ୍ରାଣ୍ଡର)ର ନୂଆ ଏ୦୫ଏସ୍‌ ମଡେଲକୁ ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଏହାର ଷ୍ଟାଇଲ୍‌ ଓ ଦୈନନ୍ଦିନ କାର୍ଯ୍ୟର ଏକ ଉପଯୁକ୍ତ ସମିଶ୍ରଣ ହୋଇଥିବାବେଳେ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ନୂତନ ଶିଖରରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଇଛି। ଏପରି କି ଶ୍ରେଷ୍ଠ ମାନର ଡିସ୍‌ପ୍ଲେ, ବ୍ୟାଟେରି, କ୍ୟାମେରା ଏବଂ ୪ଟି ଆକର୍ଷଣୀୟ ରଙ୍ଗ ସହ ଟ୍ରେଣ୍ଡି ଡିଜାଇନକୁ ନେଇ ‘ଏ୦୫ଏସ’ ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?