କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ

ଏମ୍‌ଏସ୍‌ବି ଅଟୋମୋଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ବ୍ୟାପକ ଡିଲରଶିପ୍‌ ନେଟ୍‌ୱର୍କ ସହିତ ଓଡ଼ିଶାର ୨ ଚକିଆ ବଜାରକୁ ନୂଆରୂପ ଦେଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନସୁର ବକ୍ସ ଜଣେ ସିଭିଲ ଇଞ୍ଜିନିୟର ହୋଇଥିଲେ ମଧ୍ୟ ଅଟୋମୋବାଇଲ ପ୍ରତି ତାଙ୍କର ଅହେତୁକ ଆଗ୍ରହ ରହିଥିଲା। ୨୦୧୪ରେ ମହିନ୍ଦ୍ରା ୨ ଚକିଆ ଯାନ ଏବଂ ପରେ ବଜାଜ ସହିତ ସେ ବ୍ୟବସାୟିକ ଯାତ୍ରା ବିସ୍ତାର କରିଥିଲେ। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ବଜାରରେ ସ୍ଥିତି ସୁଦୃଢ଼ କରିପାରିଛନ୍ତି। ଧରିତ୍ରୀ ସହ ଆଲୋଚନା କରି ବକ୍ସ ତାଙ୍କର ଔଦ୍ୟୋଗିକ ଯାତ୍ରା ଏବଂ ଭବିଷ୍ୟତର ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ର- ଅଟୋମୋବାଇଲ ଶିଳ୍ପକୁ କେମିତି ପ୍ରବେଶ କଲେ? ଆପଣଙ୍କ ପ୍ରାରମ୍ଭିକ ଯାତ୍ରା କିପରି ରହିଥିଲା?
ଉ- ୨୦୧୪ରେ ମୁଁ ଅଟୋମୋବାଇଲ ଜଗତରେ ପାଦ ଦେଇଥିଲି। ସିଭିଲ୍‌ ଇଞ୍ଜିନିୟର ହୋଇଥିବା ସତ୍ତ୍ୱେ ଅଟୋମୋବାଇଲ ଶିଳ୍ପ ପ୍ରତି ମୋର ଦୁର୍ବଳତା ରହିଥିଲା। ମହିନ୍ଦ୍ରା ୨ ଚକିଆ ଯାନ ସହିତ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ପାଇଥିଲି। ପରେ ୨୦୧୭ରେ ବଜାଜ ଦୁଇ ଚକିଆ ଯାନ ସହ ମୋର ବ୍ୟବସାୟିକ ଜୀବନରେ ଆଗକୁ ବଢ଼ିଥିଲି। ମୋ ଜନ୍ମମାଟି ନୟାଗଡ଼ରେ ଡିଲରଶିପ ଆରମ୍ଭ କରିଥିଲି। ଏଠାରୁ ମୋର ଦୀର୍ଘକାଳୀନ ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଭୁବନେଶ୍ୱର, ପୁରୀ, ଫୁଲବାଣୀ, ପିପିଲି, ବାଙ୍କୀ, ଚାରିଛକ, ଦଶପଲ୍ଲା, ସୁନାଖଳା ସହ କଟକ ଓ ବ୍ରହ୍ମପୁରରେ ମଧ୍ୟ ବ୍ୟବସାୟ ସମ୍ପ୍ରସାରଣ କରିପାରିଛୁ। ପୁରୀରେ ଏକ ଏକ୍ସକ୍ଲୁସିଭ୍‌ ଚେତକ ସେଣ୍ଟର ମଧ୍ୟ ରହିଛି।
ପ୍ର- ଓଡ଼ିଶା ବଜାରରେ ବିଶେଷକରି ଗ୍ରାମାଞ୍ଚଳରେ ୨ ଚକିଆ ଯାନ ବ୍ୟବସାୟର ସ୍ଥିତି କିପରି ରହିଛି?
ଉ- ଓଡ଼ିଶାରେ ଗ୍ରାମୀଣ ଅର୍ଥନୀତି ଯଥେଷ୍ଟ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ବଜାର ମଧ୍ୟରେ ବ୍ୟବଧାନ ହ୍ରାସ ପାଉଛି। ସରକାରଙ୍କ ଭିତ୍ତିଭୂମି ବିକାଶ ପଦକ୍ଷେପ ଗ୍ରାମାଞ୍ଚଳରେ ଆୟବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଦୁଇଚକିଆ ଯାନର ଅଧିକ ଚାହିଦା ସୃଷ୍ଟି କରିଛି। ମୁଁ ନୟାଗଡ଼ରୁ ମୋର ଯାତ୍ରା ଆରମ୍ଭ କଲି ଏବଂ ସମୟ ସହିତ ଗ୍ରାମୀଣ ବଜାର ଅଭିବୃଦ୍ଧିର ଏକ ପ୍ରବର୍ତ୍ତକ ଶକ୍ତି ବୋଲି ପ୍ରମାଣିତ ହୋଇଛି। ଯଦି ଆପଣ ମୋର ବ୍ୟବସାୟ କ୍ଷେତ୍ରକୁ ଦେଖିବେ ଭୁବନେଶ୍ୱର, ପୁରୀ ଏବଂ ନୟାଗଡ଼କୁ ବାଦ୍‌ ଦେଲେ ୧୪ରୁ ୧୫ଟି ବ୍ରାଞ୍ଚ୍‌ ଗ୍ରାମାଞ୍ଚଳରେ ରହିଛି। ଗ୍ରାମାଞ୍ଚଳ ବଜାର ୨ଚକିଆ ଯାନ ଶିଳ୍ପର ମେରୁଦଣ୍ଡ ବୋଲି କହିପାରିବା।
ପ୍ର- ଭୁବନେଶ୍ୱରର ଏକ ପ୍ରମୁଖ ମୋଟରସାଇକେଲ ଡିଲରଶିପ୍‌ ଭାବେ କେଉଁ ସବୁ ଆହ୍ବାନ ଦେଇ ଗତି କରୁଛନ୍ତି? ଗ୍ରାହକଙ୍କ ଚାହିଦାକୁ କିପରି ମୁକାବିଲା କରନ୍ତି?
ଉ- ଭୁବନେଶ୍ୱରରେ ଅପାର ସମ୍ଭାବନା ରହିଛି ଏବଂ ବଜାର ଦ୍ରୁତଗତିରେ ବୃଦ୍ଧି ପାଉଛି। ତେବେ ସବୁଠାରୁ ବଡ଼ ଆହ୍ବାନ ହେଉଛି ଭିତ୍ତିଭୂମି ଏବଂ ଭଡ଼ା। ଏହି ଖର୍ଚ୍ଚଗୁଡ଼ିକ ଯଥେଷ୍ଟ ଅଧିକ ଥିଲେ ମଧ୍ୟ ଭଲ ଲାଭ ମିଳିଥାଏ। ଗ୍ରାହକଙ୍କୁ ସନ୍ତୋଷଜନକ ଉପତ୍ାଦ ଓ ସେବା ପ୍ରଦାନକୁ ଆମେ ସବୁବେଳେ ପ୍ରାଥମିକତା ଦେଇଥାଉ। ନିର୍ମାତାଙ୍କ ପରି ଗ୍ରାହକଙ୍କ ସହ ସୁସମ୍ପର୍କ ସ୍ଥାପନ ତଥା ସେମାନଙ୍କୁ ଯାନକ୍ରୟରେ ଭଲ ଅନୁଭୂତି ଦେବା ଦିଗରେ ଡିଲର ଭାବରେ ଆମର ମଧ୍ୟ ଗୁରୁଦାୟିତ୍ୱ ରହିଛି।
ପ୍ର- ବଜାଜ୍‌ ଗତବର୍ଷ ସିଏନ୍‌ଜି ମୋଟରସାଇକେଲ ଲଞ୍ଚ କରିଥିଲା। ତେବେ ବୈଦ୍ୟୁତିକ ଯାନର ଭବିଷ୍ୟତ କିପରି ଦେଖୁଛନ୍ତି?
ଉ- ବଜାଜ ସର୍ବଦା ଅଟୋମୋବାଇଲ ଟେକ୍ନୋଲୋଜିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ବିଶ୍ୱର ପ୍ରଥମ ସିଏନ୍‌ଜି ମୋଟରସାଇକେଲର ଶୁଭାରମ୍ଭ ଏକ ବୈପ୍ଳବିକ ପଦକ୍ଷେପ ଥିଲା ବୋଲି କହିପାରିବା। ସେହି ଅନୁସାରେ ଲୋକପ୍ରିୟତା ମଧ୍ୟ ମିଳିଛି। ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ଆମର ଚେତକ ମଡେଲ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ବଜାଜ ବ୍ରାଣ୍ଡ୍‌ର ସମୃଦ୍ଧ ଐତିହ୍ୟ ବହନ କରୁଥିବାବେଳେ ବୈଦ୍ୟୁତିକ ଯାନ ଭାବେ ନୂଆ ରୂପରେ ବଜାରରେ ଉପଲବ୍ଧ ହୋଇଛି। ବୈଦ୍ୟୁତିକ ଯାନ ଦିନକୁ ଦିନ ବେଶି ଲୋକପ୍ରିୟ ହେବ, ଏଥିରେ ସନ୍ଦେହ ନାହିଁ।
ପ୍ର- ନବାଗତଙ୍କୁ କ’ଣ ପରାମର୍ଶ ଦେବେ?
ଉ- କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଅଟୋମୋଟିଭ୍‌ ଶିଳ୍ପରେ ଭବିଷ୍ୟତ ଗଢ଼ିବା ଖୁବ୍‌ ଭଲ କଥା, ମାତ୍ର ଏଥିରେ ସଫଳ ହେବା ପାଇଁ ଅନେକ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri