ଦାରିଦ୍ର୍ୟ ହାର: ମାଲକାନଗିରିରେ ସର୍ବାଧିକ, ପୁରୀରେ ସର୍ବନିମ୍ନ

ଭୁବନେଶ୍ୱର,୨୮ା୩ (ସୁଚିସ୍ମିତା ସାହୁ): ରାଜ୍ୟରେ ମାଲକାନଗିରି ଜିଲାରେ ଦାରିଦ୍ର୍ୟ ହାର ସର୍ବାଧିକ ରହିଛି। ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ, ମାଲକାନଗିରିରେ ସର୍ବାଧିକ ଦାରିଦ୍ର୍ୟ ହାର ୪୫.୦୧ ପ୍ରତିଶତ ରହିଥିବାବେଳେ ରାୟଗଡାରେ ୩୪.୦୩, ନବରଙ୍ଗପୁରରେ ୩୩.୪୫ ଓ କୋରାପୁଟରେ ୩୩.୫୪ ପ୍ରତିଶତ ରହିଛି। ତେବେ ପୁରୀରେ ସର୍ବନିମ୍ନ ଦାରିଦ୍ର୍ୟ ହାର ହାର ୩.୨୯ ଓ ଖୋର୍ଦ୍ଧା ଜିଲାରେ ୩.୯୫ ପ୍ରତିଶତ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ତଥ୍ୟରୁ ଜଣାଯାଇଛି।

ସେହିପରି ମୟୂରଭଞ୍ଜରେ ଦାରିଦ୍ର୍ୟ ହାର ୩୦.୫୭ ପ୍ରତିଶତ ଥିବାବେଳେ ଗଜପତି ୨୮.୧୪, କେନ୍ଦୁଝର ୨୬.୭୬, କନ୍ଧମାଳ ୨୫.୩୦, କଳାହାଣ୍ଡି ୧୯.୪୭, ନୂଆପଡା ୨୦.୧୯, ଭଦ୍ରକ ୧୬.୬୦, ଦେବଗଡ ୧୬.୫୬, ବୌଦ୍ଧ ୧୬.୨୭, ଢେଙ୍କାନାଳ ୧୫.୯୮, ଯାଜପୁର ୧୪.୧୦, ସୁନ୍ଦରଗଡ ୧୪.୭୭, ଅନୁଗୋଳ ୧୩.୮୭, ବାଲେଶ୍ବର ୧୪.୨୧, ବରଗଡ ୧୧.୫ ଓ ସମ୍ବଲପୁରରେ ୧୦.०४ ପ୍ରତିଶତ ରହିଛି। ବଲାଙ୍ଗୀର, ଗଞ୍ଜାମ, ଜଗତ୍‌ସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା, ନୟାଗଡ ଓ ସୁବର୍ଣ୍ଣପୁରରେ ଏହା ୧୦ ପ୍ରତିଶତରୁ କମ୍ ରହିଥିବା ତଥ୍ୟରୁ ଜଣାପଡ଼ିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଦାରିଦ୍ର୍ୟ ଦୂରୀକରଣ ପାଇଁ ମଧୁବାବୁ ପେନ୍‌ସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ବୟସ୍କ ତଥା ବୃଦ୍ଧ ବ୍ୟକ୍ତିଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଜ୍ୟର ଯୋଗ୍ୟ ହିତାକାରୀଙ୍କ ପାଇଁ ଖାଦ୍ୟ ନିରାପତ୍ତା ପତ୍ତା ଯୋଗାଇ ଦିଆଯାଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ଅତି କମ୍‌ରେ ଶହେଦିନର ନିଶ୍ଚିତ କର୍ମ ନିଯୁକ୍ତି ଦିଆଯାଇପାରୁଛି। ୩୦ଟି ପ୍ରଭାବିତ ବ୍ଲକରେ ଦାଦନ ଶ୍ରମିକଙ୍କୁ ରୋକିବା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍ ଅତି ଅତିରିକ୍ତ ୯ ଅଧୀନରେ ଶହେ ଦିନର ଶ୍ରମ ଦିବସ ଯୋଗାଇ ଦିଆଯାଉଛି।

ଅନୁସୂଚିତ ଜାତି ମଧ୍ୟରେ ଦାରିଦ୍ର୍ୟ ହ୍ରାସ କରିବାପାଇଁ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଦ୍ଭୁଦୟ ଯୋଜନା କାର୍ଯ୍ୟକାରୀ ହେଉଛି। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନରେ ଯୋଗ୍ୟ ପରିବାରଙ୍କୁ ନଗଦ ବିହୀନ ସ୍ବାସ୍ଥ୍ୟସେବା ପ୍ରଦାନର ବ୍ୟବସ୍ଥା କରାଯାଉଛି। ଦକ୍ଷତା ବିକାଶ ଓ ଆୟ ସୃଷ୍ଟିକାରୀ ଯୋଜନା ମାଧ୍ୟମରେ ଉନ୍ନ‌ତ ଜୀବିକା ଅର୍ଜନ ପାଇଁ ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ଚେଷ୍ଟିତ ଅଛନ୍ତି ।

୧୮ ରୁ ୩୫ ବର୍ଷ ବୟସର ଗ୍ରାମୀଣ ଯୁବକଙ୍କ ପାଇଁ ଦକ୍ଷତା ଓ ନିଯୁକ୍ତିର ସୁଯୋଗ ଲାଗି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ଦାରିଦ୍ର୍ୟ ଦୂର କରି ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରୁଛନ୍ତି। ମହିଳାମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ପ୍ରଚଳନ କରିଛନ୍ତି। ଏହାବାଦ୍ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?