ପିଜି ଡାକ୍ତରଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ରୋଗୀଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର

କଟକ,୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଗୁରୁବାର କେତେଜଣ ପିଜି ଡାକ୍ତର ଏକ ୱେବ୍‌ ଚ୍ୟାନେଲର ଖବରଦାତା ରଞ୍ଜିତ ମହାପାତ୍ରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଫଳରେ ସେ ଆହତ ହୋଇଛନ୍ତି। ଏପରି କି ତାଙ୍କ ଶାଳୀକୁ ମଧ୍ୟ ଡାକ୍ତରମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ରଞ୍ଜିତ ପତ୍ନୀ ଜୟଶ୍ରୀ ନାୟକଙ୍କୁ ଚିକିତ୍ସା ନିମନ୍ତେ ସୋମବାର ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି କରିଥିଲେ। ଜୟଶ୍ରୀଙ୍କ ଗର୍ଭପାତ ନିମନ୍ତେ ଚିକିତ୍ସା ଆରମ୍ଭ ହୋଇଥିଲା। ହେଲେ ଡାକ୍ତର ଠିକ୍ ଭାବେ ଚିକିତ୍ସା ନ କରିବାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ଏ ସମ୍ପର୍କରେ ଜାଣିବା ପରେ ସମ୍ପର୍କୀୟମାନେ ତାଙ୍କ ନିକଟକୁ ଯିବାକୁ ଚାହିଁବାରୁ ଡାକ୍ତରମାନେ ଛାଡି ନ ଥିଲେ। ଫଳରେ ସମସ୍ୟା ହେବାରୁ ଜୟଶ୍ରୀଙ୍କୁ ରଞ୍ଜିତ୍ ଅନ୍ୟ ମେଡିକାଲକୁ ନେବା ପାଇଁ ଚାହିଁଥିଲେ। ଏଥିନିମନ୍ତେ ମେଡିକାଲର କୁଳସଚିବଙ୍କ ନିକଟରୁ ଅନୁମତି ଆଣିବା ପାଇଁ ରଞ୍ଜିତ୍ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

ଏହି ସମୟରେ କେତେଜଣ ପୁରୁଷ ପିଜି ଡାକ୍ତର ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପହଞ୍ଚି ଜୟଶ୍ରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହିତ କଥା ହୋଇଥିଲେ। ହେଲେ ଏହା ବଚସାରେ ପରିଣତ ହୋଇଥିଲା। ଏହି ଦୃଶ୍ୟକୁ ଜୟଶ୍ରୀଙ୍କ ଭଉଣୀ ନିଜ ମୋବାଇଲରେ ଭିଡିଓ କରିବାରୁ ଉପସ୍ଥିତ ଡାକ୍ତରମାନେ ମୋବାଇଲ ଫୋନ୍ ଛଡ଼ାଇ ନେଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଖବରପାଇ ରଞ୍ଜିତ୍ ସେଠାରେ ପହଞ୍ଚି ଜଣେ ଡାକ୍ତରଙ୍କୁ ମୋବାଇଲ ଫୋନ୍ ଛଡ଼ାଇବା ସମ୍ପର୍କରେ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ସହ ଧସ୍ତାଧସ୍ତି ହୋଇଥିଲା ।

କିଛି ସମୟ ପରେ ସମ୍ପୃକ୍ତ ଡାକ୍ତର ତାଙ୍କର ୩୦ରୁ ଊର୍ଦ୍ଧ୍ଵ ସହଯୋଗୀଙ୍କୁ ଡାକିଆଣି ରଞ୍ଜିତ୍‌ଙ୍କୁ ଉକ୍ତ ବିଭାଗର ପ୍ରଥମ ମହଲାର ଏକ ରୁମ୍‌ରେ ଭର୍ତ୍ତି କରି ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ସେ ଆହତ ବସ୍ଥାରେ ଘଟଣା ସମ୍ପର୍କରେ ଅତିରିକ୍ତ ସିପି ଅମରେନ୍ଦ୍ର ପଣ୍ଡା ଓ ସ୍ଥାନୀୟ ଫାଣ୍ଡି ଅଧିକାରୀ ମଣେଶ୍ବର ପ୍ରଧାନଙ୍କୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଉକ୍ତ ବିଭାଗର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି।

ଏ ସମ୍ପର୍କରେ ରଞ୍ଜିତ୍ କହିଛନ୍ତି, ଏସ୍‌ସିବିରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅବହେଳା କରାଯାଉଛି। ଏହାର ପ୍ରତିବାଦ କରିବାରୁ କେତେଜଣ ଡାକ୍ତର ସଂଘବଦ୍ଧଭାବେ ଆକ୍ରମଣ କରିଛନ୍ତି। ଅପରପକ୍ଷରେ ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଡା. ଲୁସି ଦାସ କହିଛନ୍ତି, ମେଡିକାଲରେ ଗଣ୍ଡଗୋଳ ଘଟିଥିବା ଖବର ପାଇଛି। ଜରୁରୀ ବୈଠକ ଥିବାରୁ ଘଟଣାସ୍ଥଳକୁ ଯାଇପାରି ନାହିଁ। ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଅପରପକ୍ଷରେ ରଞ୍ଜିତ୍ ଥାନାରେ ଏନେଇ ମଙ୍ଗଳାବାଗ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?