କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ

ଏମ୍‌ଏସ୍‌ବି ଅଟୋମୋଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ବ୍ୟାପକ ଡିଲରଶିପ୍‌ ନେଟ୍‌ୱର୍କ ସହିତ ଓଡ଼ିଶାର ୨ ଚକିଆ ବଜାରକୁ ନୂଆରୂପ ଦେଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନସୁର ବକ୍ସ ଜଣେ ସିଭିଲ ଇଞ୍ଜିନିୟର ହୋଇଥିଲେ ମଧ୍ୟ ଅଟୋମୋବାଇଲ ପ୍ରତି ତାଙ୍କର ଅହେତୁକ ଆଗ୍ରହ ରହିଥିଲା। ୨୦୧୪ରେ ମହିନ୍ଦ୍ରା ୨ ଚକିଆ ଯାନ ଏବଂ ପରେ ବଜାଜ ସହିତ ସେ ବ୍ୟବସାୟିକ ଯାତ୍ରା ବିସ୍ତାର କରିଥିଲେ। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ବଜାରରେ ସ୍ଥିତି ସୁଦୃଢ଼ କରିପାରିଛନ୍ତି। ଧରିତ୍ରୀ ସହ ଆଲୋଚନା କରି ବକ୍ସ ତାଙ୍କର ଔଦ୍ୟୋଗିକ ଯାତ୍ରା ଏବଂ ଭବିଷ୍ୟତର ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ର- ଅଟୋମୋବାଇଲ ଶିଳ୍ପକୁ କେମିତି ପ୍ରବେଶ କଲେ? ଆପଣଙ୍କ ପ୍ରାରମ୍ଭିକ ଯାତ୍ରା କିପରି ରହିଥିଲା?
ଉ- ୨୦୧୪ରେ ମୁଁ ଅଟୋମୋବାଇଲ ଜଗତରେ ପାଦ ଦେଇଥିଲି। ସିଭିଲ୍‌ ଇଞ୍ଜିନିୟର ହୋଇଥିବା ସତ୍ତ୍ୱେ ଅଟୋମୋବାଇଲ ଶିଳ୍ପ ପ୍ରତି ମୋର ଦୁର୍ବଳତା ରହିଥିଲା। ମହିନ୍ଦ୍ରା ୨ ଚକିଆ ଯାନ ସହିତ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ପାଇଥିଲି। ପରେ ୨୦୧୭ରେ ବଜାଜ ଦୁଇ ଚକିଆ ଯାନ ସହ ମୋର ବ୍ୟବସାୟିକ ଜୀବନରେ ଆଗକୁ ବଢ଼ିଥିଲି। ମୋ ଜନ୍ମମାଟି ନୟାଗଡ଼ରେ ଡିଲରଶିପ ଆରମ୍ଭ କରିଥିଲି। ଏଠାରୁ ମୋର ଦୀର୍ଘକାଳୀନ ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଭୁବନେଶ୍ୱର, ପୁରୀ, ଫୁଲବାଣୀ, ପିପିଲି, ବାଙ୍କୀ, ଚାରିଛକ, ଦଶପଲ୍ଲା, ସୁନାଖଳା ସହ କଟକ ଓ ବ୍ରହ୍ମପୁରରେ ମଧ୍ୟ ବ୍ୟବସାୟ ସମ୍ପ୍ରସାରଣ କରିପାରିଛୁ। ପୁରୀରେ ଏକ ଏକ୍ସକ୍ଲୁସିଭ୍‌ ଚେତକ ସେଣ୍ଟର ମଧ୍ୟ ରହିଛି।
ପ୍ର- ଓଡ଼ିଶା ବଜାରରେ ବିଶେଷକରି ଗ୍ରାମାଞ୍ଚଳରେ ୨ ଚକିଆ ଯାନ ବ୍ୟବସାୟର ସ୍ଥିତି କିପରି ରହିଛି?
ଉ- ଓଡ଼ିଶାରେ ଗ୍ରାମୀଣ ଅର୍ଥନୀତି ଯଥେଷ୍ଟ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ବଜାର ମଧ୍ୟରେ ବ୍ୟବଧାନ ହ୍ରାସ ପାଉଛି। ସରକାରଙ୍କ ଭିତ୍ତିଭୂମି ବିକାଶ ପଦକ୍ଷେପ ଗ୍ରାମାଞ୍ଚଳରେ ଆୟବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଦୁଇଚକିଆ ଯାନର ଅଧିକ ଚାହିଦା ସୃଷ୍ଟି କରିଛି। ମୁଁ ନୟାଗଡ଼ରୁ ମୋର ଯାତ୍ରା ଆରମ୍ଭ କଲି ଏବଂ ସମୟ ସହିତ ଗ୍ରାମୀଣ ବଜାର ଅଭିବୃଦ୍ଧିର ଏକ ପ୍ରବର୍ତ୍ତକ ଶକ୍ତି ବୋଲି ପ୍ରମାଣିତ ହୋଇଛି। ଯଦି ଆପଣ ମୋର ବ୍ୟବସାୟ କ୍ଷେତ୍ରକୁ ଦେଖିବେ ଭୁବନେଶ୍ୱର, ପୁରୀ ଏବଂ ନୟାଗଡ଼କୁ ବାଦ୍‌ ଦେଲେ ୧୪ରୁ ୧୫ଟି ବ୍ରାଞ୍ଚ୍‌ ଗ୍ରାମାଞ୍ଚଳରେ ରହିଛି। ଗ୍ରାମାଞ୍ଚଳ ବଜାର ୨ଚକିଆ ଯାନ ଶିଳ୍ପର ମେରୁଦଣ୍ଡ ବୋଲି କହିପାରିବା।
ପ୍ର- ଭୁବନେଶ୍ୱରର ଏକ ପ୍ରମୁଖ ମୋଟରସାଇକେଲ ଡିଲରଶିପ୍‌ ଭାବେ କେଉଁ ସବୁ ଆହ୍ବାନ ଦେଇ ଗତି କରୁଛନ୍ତି? ଗ୍ରାହକଙ୍କ ଚାହିଦାକୁ କିପରି ମୁକାବିଲା କରନ୍ତି?
ଉ- ଭୁବନେଶ୍ୱରରେ ଅପାର ସମ୍ଭାବନା ରହିଛି ଏବଂ ବଜାର ଦ୍ରୁତଗତିରେ ବୃଦ୍ଧି ପାଉଛି। ତେବେ ସବୁଠାରୁ ବଡ଼ ଆହ୍ବାନ ହେଉଛି ଭିତ୍ତିଭୂମି ଏବଂ ଭଡ଼ା। ଏହି ଖର୍ଚ୍ଚଗୁଡ଼ିକ ଯଥେଷ୍ଟ ଅଧିକ ଥିଲେ ମଧ୍ୟ ଭଲ ଲାଭ ମିଳିଥାଏ। ଗ୍ରାହକଙ୍କୁ ସନ୍ତୋଷଜନକ ଉପତ୍ାଦ ଓ ସେବା ପ୍ରଦାନକୁ ଆମେ ସବୁବେଳେ ପ୍ରାଥମିକତା ଦେଇଥାଉ। ନିର୍ମାତାଙ୍କ ପରି ଗ୍ରାହକଙ୍କ ସହ ସୁସମ୍ପର୍କ ସ୍ଥାପନ ତଥା ସେମାନଙ୍କୁ ଯାନକ୍ରୟରେ ଭଲ ଅନୁଭୂତି ଦେବା ଦିଗରେ ଡିଲର ଭାବରେ ଆମର ମଧ୍ୟ ଗୁରୁଦାୟିତ୍ୱ ରହିଛି।
ପ୍ର- ବଜାଜ୍‌ ଗତବର୍ଷ ସିଏନ୍‌ଜି ମୋଟରସାଇକେଲ ଲଞ୍ଚ କରିଥିଲା। ତେବେ ବୈଦ୍ୟୁତିକ ଯାନର ଭବିଷ୍ୟତ କିପରି ଦେଖୁଛନ୍ତି?
ଉ- ବଜାଜ ସର୍ବଦା ଅଟୋମୋବାଇଲ ଟେକ୍ନୋଲୋଜିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ବିଶ୍ୱର ପ୍ରଥମ ସିଏନ୍‌ଜି ମୋଟରସାଇକେଲର ଶୁଭାରମ୍ଭ ଏକ ବୈପ୍ଳବିକ ପଦକ୍ଷେପ ଥିଲା ବୋଲି କହିପାରିବା। ସେହି ଅନୁସାରେ ଲୋକପ୍ରିୟତା ମଧ୍ୟ ମିଳିଛି। ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ଆମର ଚେତକ ମଡେଲ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ବଜାଜ ବ୍ରାଣ୍ଡ୍‌ର ସମୃଦ୍ଧ ଐତିହ୍ୟ ବହନ କରୁଥିବାବେଳେ ବୈଦ୍ୟୁତିକ ଯାନ ଭାବେ ନୂଆ ରୂପରେ ବଜାରରେ ଉପଲବ୍ଧ ହୋଇଛି। ବୈଦ୍ୟୁତିକ ଯାନ ଦିନକୁ ଦିନ ବେଶି ଲୋକପ୍ରିୟ ହେବ, ଏଥିରେ ସନ୍ଦେହ ନାହିଁ।
ପ୍ର- ନବାଗତଙ୍କୁ କ’ଣ ପରାମର୍ଶ ଦେବେ?
ଉ- କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଅଟୋମୋଟିଭ୍‌ ଶିଳ୍ପରେ ଭବିଷ୍ୟତ ଗଢ଼ିବା ଖୁବ୍‌ ଭଲ କଥା, ମାତ୍ର ଏଥିରେ ସଫଳ ହେବା ପାଇଁ ଅନେକ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri