ଆବର୍ଜନା ଖତ ପ୍ରତି ବଢ଼ୁଛି ଆଗ୍ରହ

ଅନୁଗୋଳ ଅଫିସ, ୨୦ା୧୧

ସହରୀ ଆବର୍ଜନାରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଜରିଆରେ ଖତ ଉତ୍ପାଦନ କରାଯାଉଛି। ଅନୁଗୋଳର ୩ଟି ଏମ୍‌ସିସିରେ ଏହି ପ୍ରକ୍ରିୟା ଜାରି ରହିଛି। କେଇ ମାସ ମଧ୍ୟରେ ଏଠାରୁ ୧୫ କୁଇଣ୍ଟାଲ ଖତ ଉତ୍ପାଦନ କରାଯାଇଥିବା ବେଳେ ସେଥିରୁ ୧୦ କୁଇଣ୍ଟାଲ ବିକ୍ରି ହୋଇସାରିଛି। କିଲୋଗ୍ରାମ ପ୍ରତି ମାତ୍ର ୨୦ ଟଙ୍କାରେ ଜୈବିକ ସାର ମିଳୁଥିବାରୁ ଏହା ନେବାକୁ ଅନେକେ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରି କି କେତେଜଣ ଚାଷୀ ଏହି ଖତ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଏମ୍‌ସିସିରୁ ବୁଝିକରି ଯାଉଥିବା ସୂଚନା ମିଳିଛି।
ଗତ ଅଗଷ୍ଟ ୩୧ରୁ ସହରୀ ଅଳିଆରୁ ଜୈବିକ ସାର ପ୍ରସ୍ତୁତି କାର୍ଯ୍ୟ ଅନୁଗୋଳରେ ଆରମ୍ଭ ହୋଇଛି। ହେମସୁରପଡ଼ାରେ ଥିବା ଏମ୍‌ସିସି ଦାୟିତ୍ୱ ମା’ ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ମିଶ୍ରପଡ଼ା ଏମ୍‌ସିସିକୁ ଚନ୍ଦ୍ରଶେଖର ସ୍ବୟଂ ସହାୟକ ଗୋଷ୍ଠୀ ଓ ହୁଲୁରିସିଂହା ଏମ୍‌ସିସି ପରିଚାଳନା ଧରିତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ନ୍ୟସ୍ତ କରାଯାଇଛି। ପୌରପାଳିକା ପକ୍ଷରୁ ପ୍ରତି ଏମ୍‌ସିସିକୁ ଏଥିପାଇଁ ମାସିକ ୩୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ଏହି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ଯାଉଥିବା ଅଳିଆକୁ ପ୍ରଥମେ ପୃଥକ୍‌ ପୃଥକ୍‌ ଭାବେ ସଂଗ୍ରହ କରାଯାଉଛି। ସେଥିରୁ ଓଦା ଓ ଶୁଖିଲା ଅଲଗା କରାଯିବା ପରେ ତାହାର ପ୍ରକ୍ରିୟାକରଣ ଆରମ୍ଭ ହେଉଛି। ସଂଗୃହୀତ ଆବର୍ଜନା ସହ ଜୈବିକ ରସାୟନ ମିଶ୍ରଣ କରି ଗୋଳା କରାଯାଇ ଭଲ ଭାବେ ଶୁଖାଯାଉଛି। ପରେ ଗୋବର ସହ ଏହାକୁ ଫେଣ୍ଟାଯାଉଛି। ଏହା ଶୁଖିଗଲା ପରେ ସେଥିରୁ ଜୈବିକ ସାର ବାହାର କରାଯାଉଛି। ଏମ୍‌ସିସି ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି କାର୍ଯ୍ୟ ଅତି ନିଖୁଣ ଭାବେ କରିବା ପରେ କିଲୋଗ୍ରାମ ପିଛା ୨୦ ଟଙ୍କା ହିସାବରେ ବିକ୍ରି କରାଯାଉଛି। ଏକ ବାୟୋ ଅର୍ଗାନିକ୍‌ ଫାର୍ମକୁ ଏହି ଖତ ପ୍ରଦାନ କରାଯାଉଥିବାବେଳେ କେତେଜଣ ଚାଷୀ ମଧ୍ୟ ଖତ କିଣୁଛନ୍ତି। ବାଡ଼ି ବଗିଚା ପାଇଁ ମଧ୍ୟ ସହରର ସାଧାରଣ ଲୋକେ ଜୈବିକ ସାର କିଣି ନେଉଛନ୍ତି। ବର୍ତ୍ତମାନ ମାନୁଆଲ (ହାତ ପ୍ରସ୍ତୁତ) ଭାବେ କାର୍ଯ୍ୟ କରାଯାଉଥିବା ବେଳେ ଆଗାମୀ ଦିନରେ ବିଦ୍ୟୁତ୍‌ ସଂଯୋଗ ହେଲେ ମେଶିନ ମାଧ୍ୟମରେ ଅଧିକ ଖତ ଉତ୍ପାଦନ ହୋଇପାରିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ଆବର୍ଜନା କାମରେ ଲାଗୁଛି
ସହରୀ ଆବର୍ଜନାକୁ ନେଇ ଆଉ ଚିନ୍ତା ନାହିଁ। ସେଥିରୁ ଏମ୍‌ସିସିରେ ଖତ ପ୍ରସ୍ତୁତ କରାଯାଇ ଚାଷରେ ବ୍ୟବହାର କରାଯାଉଛି। ଏ ନେଇ ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ମାସକୁ ମାସ ପାଉଣା ମିଳୁଥିବାରୁ ଖତ ପ୍ରସ୍ତୁତ କରିବାକୁ ଆଗ୍ରହ ବଢ଼ୁଛି।
-ଝରଣା ସାମନ୍ତରାୟ, ସଭାପତି, ମା’ ଅମ୍ବିକା ଏସ୍‌ଏଚ୍‌ଜି
ଏମ୍‌ସିସିକୁ ଆସୁଛନ୍ତି ଚାଷୀ
ମିଶ୍ରପଡ଼ା ଏମ୍‌ସିସିରୁ ବାହାରିଥିବା ଖତ ମଧ୍ୟରୁ ୫୦ କିଲୋଗ୍ରାମ ବିକ୍ରି ହୋଇସାରିଲାଣି। କିଲୋ ପିଛା ୨୦ ଟଙ୍କାରେ ଏହି ଜୈବିକ ସାର ମିଳୁଥିବାରୁ ଏହାକୁ ନେବାକୁ ଯେ କେହି ଆଗ୍ରହ ଦେଖାଇବା ସ୍ବାଭାବିକ। କେତେଜଣ ଚାଷୀ ଏମ୍‌ସିସି ଆସି ପ୍ରସ୍ତୁତି ନେଇ ବୁଝୁଥିବା ଦେଖାଯାଉଛି।
-ଧୁଲଣା ଦେହୁରୀ, ସଭାପତି, ମିଶ୍ରପଡ଼ା ଚନ୍ଦ୍ରଶେଖର ଏସ୍‌ଏଚ୍‌ଜି
ଅଧିକ ପ୍ରଚାର ପ୍ରସାର କରାଯାଉ
ଜୈବିକ ଖତର ଏବେ ଚାହିଦା ଅଧିକ। କିଏ ନିଜ ଜମିରେ ବ୍ୟବହାର କରୁଛି ତ ଆଉ କିଏ କିଚେନ ଗାର୍ଡେନ ବା ବଗିଚା ପାଇଁ ସଂଗ୍ରହ କରୁଛନ୍ତି। ଏ ନେଇ ଅଧିକରୁ ଅଧିକ ପ୍ରଚାର ପ୍ରସାର କରାଗଲେ ଏହାର ବ୍ୟବହାର ବୃଦ୍ଧି ପାଇବା ସହ ଚାଷୀମାନେ ଭଲ ଫସଲ ଅମଳ କରିପାରିବେ।
-କାଞ୍ଚନ ସିଂହ, ଅନୁଗୋଳ
ବିଦ୍ୟୁତ୍‌ ସଂଯୋଗ ହେଲେ ଉପତ୍ାଦନ ବଢ଼ିବ
ଅନୁଗୋଳର ୩ଟି ଏମ୍‌ସିସିରେ ଖତ ପ୍ରସ୍ତୁତ କରାଯାଉଛି। ଏବେ ମାନୁଆଲ ପଦ୍ଧତିରେ ଏହା ହେଉଛି। ସମସ୍ତ ଏମ୍‌ସିସିରେ ଅତ୍ୟାଧୁନିକ ମେଶିନ୍‌ ବସି ସାରିଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ। ତେଣୁ ମେଶିନ କାର୍ଯ୍ୟକ୍ଷମ ହେଲେ ଉପତ୍ାଦନ ବୃଦ୍ଧି ପାଇବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri