ଗଞ୍ଜାମରେ ଟ୍ରମାକେୟାର ସେଣ୍ଟର ଅଭାବ

ଛତ୍ରପୁର,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ୁଥିବା ବେଳେ ସେଥିରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ଗଞ୍ଜାମ ଜିଲାରେ ରହିଛି। ସଡକ ସୁରକ୍ଷା ନେଇ ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁସାରେ ଜିଲାରେ ସଡକ ସୁରକ୍ଷା କମିଟି ଗଠନ ହୋଇ ବୈଠକ ବସୁଛି। ମାତ୍ର ବୈଠକରେ ହେଉଥିବା ସର୍ବସମ୍ମତି ନିଷ୍ପତ୍ତିି ଓ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ୨୦୧୯ ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଗଞ୍ଜାମ ଜିଲାରେ ସଂସଦୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ହେଲେ ବର୍ଷକରେ ଥରେ ମାତ୍ର ଏହାର ବୈଠକ ବସିଛି। ସବୁ ନିଷ୍ପତ୍ତି ସରକାର ଓ ଜାତୀୟ ରାଜପଥ କର୍ତ୍ତ୍‌ୃପକ୍ଷଙ୍କୁ ଜଣାଇବାକୁ ଉକ୍ତ ବୈଠକରେ ସର୍ବସମ୍ମତି ନିଷ୍ପତି ନିଆଯାଇଥିଲା। ମାତ୍ର ତାହା ମଧ୍ୟ କାର୍ଯ୍ୟକାରୀ ହୋଇନି। ଫଳରେ ଜିଲା ସଡକ ସୁରକ୍ଷା କମିଟି ଏବଂ ସଂସଦୀୟ ସଡକ ସୁରକ୍ଷା କମିଟି ବୈଠକର ଆଲୋଚନା ଫଳପ୍ରଦ ହେଉନାହିଁ। ସଡକ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ପ୍ରଥମ କାର୍ଯ୍ୟ ବୋଲି ସୁପ୍ରିମକୋର୍ଟ କମିଟି ଦର୍ଶାଇଛନ୍ତି। ହେଲେ ଜିଲାରେ ଟ୍ରମା କେୟାର ସେଣ୍ଟର ଅଭାବ ରହିଛି। ସରକାରୀ ହସ୍ପିଟାଲଗୁଡିକରେ ଟ୍ରମା କେୟାର ସେଣ୍ଟର ଅପଗ୍ରେଡେସନ ଜରୁରୀ ହୋଇପଡିଛି। ଜିଲାରେ ଗୋଟିଏ ମାତ୍ର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ରହିଛି। ତେବେ ଏହି ସେଣ୍ଟର ଛୋଟ ଓ ଏହାର ଅପଗ୍ରେଡ୍‌ ଆବଶ୍ୟକ ପଡ଼ୁଛି। ଗଞ୍ଜାମ ଜିଲା ଦେଇ ଜାତୀୟ ରାଜପଥ ଯାଇଥିବାରୁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ ଗୁରୁତର ଆହତମାନଙ୍କ ତୁରନ୍ତ ଓ ଠିକ୍‌ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲାରେ ଅଧିକ ଟ୍ରମାକେୟାର ସେଣ୍ଟର ଆବଶ୍ୟକ ପଡୁଛି। ଜିଲାର ବିଭିନ୍ନ ପ୍ରମୁଖ ସ୍ଥାନରେ ଆହୁରି ଟ୍ରମା କେୟାର ସେଣ୍ଟର ସ୍ଥାପନ କରିବା ଜରୁରୀ ବୋଲି ସୁପ୍ରିମକୋର୍ଟ କମିଟି ମଧ୍ୟ କହିଛନ୍ତି। ଏଣୁ ଏହାର କାର୍ଯ୍ୟକାରୀ ହେବା କଥା। ସଂସଦୀୟ ସଡକ ସୁରକ୍ଷା କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇ ଜିଲାର ବିଭିନ୍ନ ସ୍ଥାନରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ଲାଗି ଏକ ସର୍ବସମ୍ମତି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ମଧ୍ୟ ପଠାଯାଇଛି। ସୂଚନାଯୋଗ୍ୟ, ରାଜ୍ୟର କେତେକ ଜିଲାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ରାଜ୍ୟ ସରକାର କିଛି ଦିନ ପୂର୍ବେ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଗଞ୍ଜାମ ପାଇଁ ସେଥିରେ କିଛି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri