ଗଞ୍ଜାମରେ ଟ୍ରମାକେୟାର ସେଣ୍ଟର ଅଭାବ

ଛତ୍ରପୁର,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ୁଥିବା ବେଳେ ସେଥିରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ଗଞ୍ଜାମ ଜିଲାରେ ରହିଛି। ସଡକ ସୁରକ୍ଷା ନେଇ ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁସାରେ ଜିଲାରେ ସଡକ ସୁରକ୍ଷା କମିଟି ଗଠନ ହୋଇ ବୈଠକ ବସୁଛି। ମାତ୍ର ବୈଠକରେ ହେଉଥିବା ସର୍ବସମ୍ମତି ନିଷ୍ପତ୍ତିି ଓ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ୨୦୧୯ ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଗଞ୍ଜାମ ଜିଲାରେ ସଂସଦୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ହେଲେ ବର୍ଷକରେ ଥରେ ମାତ୍ର ଏହାର ବୈଠକ ବସିଛି। ସବୁ ନିଷ୍ପତ୍ତି ସରକାର ଓ ଜାତୀୟ ରାଜପଥ କର୍ତ୍ତ୍‌ୃପକ୍ଷଙ୍କୁ ଜଣାଇବାକୁ ଉକ୍ତ ବୈଠକରେ ସର୍ବସମ୍ମତି ନିଷ୍ପତି ନିଆଯାଇଥିଲା। ମାତ୍ର ତାହା ମଧ୍ୟ କାର୍ଯ୍ୟକାରୀ ହୋଇନି। ଫଳରେ ଜିଲା ସଡକ ସୁରକ୍ଷା କମିଟି ଏବଂ ସଂସଦୀୟ ସଡକ ସୁରକ୍ଷା କମିଟି ବୈଠକର ଆଲୋଚନା ଫଳପ୍ରଦ ହେଉନାହିଁ। ସଡକ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ପ୍ରଥମ କାର୍ଯ୍ୟ ବୋଲି ସୁପ୍ରିମକୋର୍ଟ କମିଟି ଦର୍ଶାଇଛନ୍ତି। ହେଲେ ଜିଲାରେ ଟ୍ରମା କେୟାର ସେଣ୍ଟର ଅଭାବ ରହିଛି। ସରକାରୀ ହସ୍ପିଟାଲଗୁଡିକରେ ଟ୍ରମା କେୟାର ସେଣ୍ଟର ଅପଗ୍ରେଡେସନ ଜରୁରୀ ହୋଇପଡିଛି। ଜିଲାରେ ଗୋଟିଏ ମାତ୍ର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ରହିଛି। ତେବେ ଏହି ସେଣ୍ଟର ଛୋଟ ଓ ଏହାର ଅପଗ୍ରେଡ୍‌ ଆବଶ୍ୟକ ପଡ଼ୁଛି। ଗଞ୍ଜାମ ଜିଲା ଦେଇ ଜାତୀୟ ରାଜପଥ ଯାଇଥିବାରୁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ ଗୁରୁତର ଆହତମାନଙ୍କ ତୁରନ୍ତ ଓ ଠିକ୍‌ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲାରେ ଅଧିକ ଟ୍ରମାକେୟାର ସେଣ୍ଟର ଆବଶ୍ୟକ ପଡୁଛି। ଜିଲାର ବିଭିନ୍ନ ପ୍ରମୁଖ ସ୍ଥାନରେ ଆହୁରି ଟ୍ରମା କେୟାର ସେଣ୍ଟର ସ୍ଥାପନ କରିବା ଜରୁରୀ ବୋଲି ସୁପ୍ରିମକୋର୍ଟ କମିଟି ମଧ୍ୟ କହିଛନ୍ତି। ଏଣୁ ଏହାର କାର୍ଯ୍ୟକାରୀ ହେବା କଥା। ସଂସଦୀୟ ସଡକ ସୁରକ୍ଷା କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇ ଜିଲାର ବିଭିନ୍ନ ସ୍ଥାନରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ଲାଗି ଏକ ସର୍ବସମ୍ମତି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ମଧ୍ୟ ପଠାଯାଇଛି। ସୂଚନାଯୋଗ୍ୟ, ରାଜ୍ୟର କେତେକ ଜିଲାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ରାଜ୍ୟ ସରକାର କିଛି ଦିନ ପୂର୍ବେ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଗଞ୍ଜାମ ପାଇଁ ସେଥିରେ କିଛି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?