ମାନସିକତାରେ ପରିବର୍ତ୍ତନ ଲୋଡ଼ା

ଡା. ସତ୍ୟକାମ ମହାପାତ୍ର

କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେବାର କିଛି ମାସ ପରେ ଯେତେବେଳେ ପରିସ୍ଥିତି ଅନେକ ମାତ୍ରାରେ ଭଲ ହୋଇ ଆସୁଥିଲା, ସେତିକି ବେଳେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଗତ ଏକ ମାସ ହେବ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଲହରରେ ସବୁ ସଂକ୍ରମଣ ଯେ ନୂଆ ପ୍ରକାରର ଭୂତାଣୁ ଦ୍ୱାରା ହେଉଛି ତାହା ନୁହେଁ, କିଛି ସଂକ୍ରମଣ ପୁରୁଣା ସାର୍ସ କୋଭିଡ୍‌-୨ ଭୂତାଣୁ ଦ୍ୱାରା ଓ କିଛି ସଂକ୍ରମଣ ନୂଆ ମ୍ୟୁଟାଣ୍ଟ ଭୂତାଣୁ ଦ୍ୱାରା ହେଉଛି। ପ୍ରଥମ ଲହରରେ ଲୋକଙ୍କଠାରେ ଯେଉଁ ପ୍ରକାରର ଲକ୍ଷଣ ସବୁ ଦେଖିବାକୁ ମିଳୁଥିଲା, ଦ୍ୱିତୀୟ ଲହରରେ ତା’ଠାରୁ କିଛି ଅଲଗା ପ୍ରକାରର ଲକ୍ଷଣ ଦେଖିବାକୁ ମିଳୁଛି। ଏଥର ଯୁବବର୍ଗ ଓ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେଉଛନ୍ତି। ସଂକ୍ରମଣ ବଢ଼ିବାର ସବୁଠାରୁ ବଡ଼ କାରଣ ହେଲା କୋଭିଡ୍‌ ନିୟମାବଳୀର ଉଲ୍ଲଂଘନ। ଯେତେବେଳେ କରୋନା ସଂକ୍ରମଣ ସଂଖ୍ୟା ଆମ ଦେଶରେ କମି ଆସିଥିଲା, ସେତେବେଳେ ଲୋକମାନେ ଭାବିଲେ ଏହି ମହାମାରୀର ଅନ୍ତ ଘଟିଲା; ଯାହା ଫଳରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା କିମ୍ବା ବାରମ୍ବାର ହାତ ଧୋଇବା ସମ୍ପୂର୍ଣ୍ଣ ବନ୍ଦ କରି ଦେଲେ। ପୁଣି ସର୍ବସାଧାରଣ ଜାଗାରେ ଭିଡ଼ କରିବା ଆରମ୍ଭ କରି ଦେଲେ; ଯାହାଦ୍ୱାରା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଲା। ଯେତେବେଳେ ଦ୍ୱିତୀୟ ଲହର ଆରମ୍ଭ ହେଲା, ସେତେବେଳେ ସରକାରଙ୍କ ତରଫରୁ କୋଭିଡ୍‌ ଗାଇଡଲାଇନ ମାନିବା ପାଇଁ ଲୋକଙ୍କୁ ବାରମ୍ବାର କୁହାଯାଇଥିଲା। କିନ୍ତୁ ଲୋକମାନେ ଦୋକାନ ବଜାରରେ ଅଯଥା ଭିଡ଼ କରିବା ବନ୍ଦ କଲେ ନାହିଁ। ଏବେ ମଧ୍ୟ ପ୍ରତିଦିନ ସକାଳୁ ପରିବା କିଣିବା, ମାଛ ମାଂସ କିଣିବା, ସଉଦା ଆଣିବା ପାଇଁ ଦୋକାନରେ ଭିଡ଼ କରିବାର ବଦଭ୍ୟାସ ସେମାନେ ଆଦୌ ଛାଡ଼ି ପାରି ନାହାନ୍ତି। ସମସ୍ତେ ସପ୍ତାହକୁ ଥରେ ବଜାରକୁ ଯାଇ ଦରକାରୀ ଜିନିଷ ନେଇ ଆସିଲେ ଆମେ ଅନେକ ପରିମାଣରେ ଅଯଥା ଭିଡ଼କୁ କମାଇ ପାରନ୍ତେ। ପୂର୍ବ ବର୍ଷ ମଧ୍ୟ ଏହି ଭଳି ପରିସ୍ଥିତି ଉପୁଜି ଥିଲା କିନ୍ତୁ ଆମେ ନିଜର ଅଭିଜ୍ଞତାରୁ କିଛି ବିଶେଷ ଶିଖିପାରିଲେ ନାହିଁ।
ଲୋକଙ୍କ ମନରେ କରୋନା ମହାମାରୀକୁ ନେଇ ଅନେକ ଭୁଲ୍‌ ଧାରଣା ଅଛି। କିଛି ଲୋକ ଭାବୁଥିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଅଧିକ। ସେମାନଙ୍କୁ କେବେ ସଂକ୍ରମଣ ହେବ ନାହିଁ; ଯାହା ଫଳରେ ସେମାନେ ଆଦୌ ମାସ୍କ ବ୍ୟବହାର କରୁ ନ ଥିଲେ। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ ମଧ୍ୟ ମାସ୍କ ବ୍ୟବହାର ନିହାତି ଜରୁରୀ। ଲୋକମାନେ ଭାବୁଥିଲେ ଟିକା ନେଇଗଲେ ଆଉ କରୋନା ସଂକ୍ରମଣ ହେବ ନାହିଁ। କିନ୍ତୁ କିଛି ଲୋକଙ୍କୁ ଟିକା ନେଲା ପରେ ମଧ୍ୟ ସଂକ୍ରମଣ ଦେଖାଦେଉଛି। ଟିକା ନିଶ୍ଚିତ ଭାବରେ ଆପଣଙ୍କୁ ଅନେକ ପରିମାଣର ସୁରକ୍ଷା ଦେବ, କିନ୍ତୁ ଟିକା ନେଲା ପରେ ମଧ୍ୟ ଆପଣଙ୍କୁ ସମସ୍ତ କୋଭିଡ୍‌ ନିୟମାବଳୀ ମାନିବାକୁ ପଡ଼ିବ। ଗତ କିଛି ମାସ ହେବ ଯେତେବେଳେ ସଂକ୍ରମଣ ହାର କମି ଯାଇଥିଲା, ସେତେବେଳେ ସମସ୍ତେ ଭାବୁଥିଲେ ଯେ ସବୁକିଛି ପୂର୍ବ ଭଳି ଠିକ୍‌ଠାକ୍‌ ହୋଇଗଲା, ଯାହା ଫଳରେ ଲୋକେ ଅନେକ ମାତ୍ରାରେ କୋଭିଡ୍‌ ନିୟମାବଳୀକୁ ଉଲ୍ଲଂଘନ କଲେ। ଏହାଦ୍ୱାରା ଦ୍ୱିତୀୟ ଲହର ଖୁବ୍‌ ଶୀଘ୍ର ଭୟାନକ ରୂପ ଗ୍ରହଣ କଲା।
ଲୋକମାନଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି ଯେ କରୋନା ସଂକ୍ରମଣ କ’ଣ କେବେ ବନ୍ଦ ହେବ ନାହିଁ, ଭବିଷ୍ୟତରେ କ’ଣ ଏଭଳି ଲହର ପ୍ରତିବର୍ଷ ଆସୁଥିବ, ଦୁନିଆ କ’ଣ କରୋନା ମହାମାରୀ ଦ୍ୱାରା ଶେଷ ହୋଇଯିବ? କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ ପର୍ଯ୍ୟନ୍ତ ଆମେ ସାବଧାନ ନ ହୋଇଛୁ ସେ ପର୍ଯ୍ୟନ୍ତ କରୋନା ମହାମାରୀଠାରୁ ଆମକୁ ମୁକ୍ତି ମିଳିବ ନାହିଁ। ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ସମୟ ଆସିଛି। କରୋନା ବିରୋଧରେ ଲଢ଼େଇ କରିବାକୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ମାନସିକ ସ୍ତରରେ ଦୃଢ଼ତା ଆଣିବାକୁ ହେବ। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆମକୁ ଆହୁରି ମଜଭୁତ ହୋଇ କରୋନା ବିରୋଧରେ ଲଢ଼େଇ ଜାରି ରଖିବାକୁ ପଡ଼ିବ। ଅତ୍ୟଧିକ ଛାନିଆ ବା ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ଅତ୍ୟଧିକ ବେପରୁଆ ହୋଇ ଯାଅନ୍ତୁ ନାହିଁ। ସବୁଠାରୁ ପ୍ରମୁଖ ପଦକ୍ଷେପ ହେଲା ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ନିୟମାବଳୀକୁ ସବୁବେଳେ ମାନିବା; ଯାହାଦ୍ୱାରା ଆମେ କରୋନା ଠାରୁ ଦୂରେଇ ରହିପାରିବା।
ଆମକୁ ନିଜର ସଂଯମତା ବଢ଼ାଇବାକୁ ପଡ଼ିବ। ଆହୁରି ଅଧିକ ସାବଧାନ ହେବାକୁ ପଡ଼ିବ। ଆମେ ଯଦି ନିଜର ମାନସିକତାକୁ ପରିବର୍ତ୍ତନ ନ କରିବା ତେବେ କରୋନା ମହାମାରୀ ଖୁବ୍‌ କମ୍‌ ଦିନ ମଧ୍ୟରେ ଏକ ସୁନାମିର ରୂପ ନେବ; ଯାହାଦ୍ୱାରା ଆମକୁ ଶାରୀରିକ ଓ ମାନସିକ ରୂପରେ ଅନେକ କ୍ଷତି ସହିବାକୁ ପଡ଼ିବ।
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ-୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri