ବାଡ଼ ରହିଛି, ଗଛ ନାହିଁ

ପଟ୍ଟାମୁଣ୍ଡାଇ,୧୦ା୪(ସ୍ବ.ପ୍ର.): ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣକୁ ଗୁରୁତ୍ୱ ଦିଆଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରତିବର୍ଷ ବନୀକରଣ ନାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗଛ ଲଗାଯାଉଛି ବୋଲି କୁହାଯାଉଛି। ମାତ୍ର ବାଡ଼ ରହିଥିବା ବେଳେ ଭିତରେ ଗଛ ନ ଥିବା ଦେଖିବାକୁ ମିଳୁଛି। ଏଥିସହ ସରକାର ଉନ୍ନୟନମୂଳକ କାମକୁ ଗୁରୁତ୍ୱ ଦେଉଥିବା ବେଳେ ରାସ୍ତାପାର୍ଶ୍ୱ ପୁରୁଣା ଗଛକୁ ବଳି ପକାଉଛନ୍ତି। ରାସ୍ତାକାମ ଶେଷ ହେବାପରେ ଗଛ ଲଗାଇବାକୁ ଭୁଲିଯାଉଛନ୍ତି। ଏହାକୁ ନେଇ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ପରିବେଶବିତ୍‌ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ୨୦୨୧-୨୨ ଓ ୨୦୨୨-୨୩ରେ ନିମ, ଶିଶୁ ଓ ସିରିଶ ବୃକ୍ଷ ରୋପଣ ପାଇଁ ଅର୍ଥ ବ୍ୟୟ କରାଯାଇଥିଲା। ହେଲେ ବିଭିନ୍ନ ପଞ୍ଚାୟତରେ ହାତଗଣତି କାଁ ଭାଁ କେତୋଟି ଗଛ ରହିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଖାଲି ବାଡ଼ ଘେରାଯାଇଥିବା ବେଳେ ଭିତରେ ଗଛ ଦେଖିବାକୁ ମିଳୁନାହିଁ। ରାସ୍ତା ସମ୍ପ୍ରସାରଣ ନାମରେ ପୁରୁଣା ଗଛ ସବୁ କାଟି ଦିଆଯାଉଛି। ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନ ଦିଆଯାଉଥିବାବେଳେ ଅନ୍ୟପକ୍ଷେ ପ୍ରତିଦିନ ଅବିଚାରିତ ଭାବେ ପୁରୁଣା ଗଛକୁ କଟାଚାଲିଛି। ବୃକ୍ଷରୋପଣ, ବାଡ଼ ଓ ରକ୍ଷଣାବେକ୍ଷଣ ନାଁରେ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଛି।
ସାମାଜିକ କର୍ମୀ ରବି ନାରାୟଣ ଭଟ୍ଟ କୁହନ୍ତି, ଆମ ଅଞ୍ଚଳରେ କେଉଁଠି ରାସ୍ତା ପ୍ରଶସ୍ତୀକରଣ ପାଇଁ ହେଉ ବା ଅନ୍ୟ ପାରିପାର୍ଶ୍ୱିକ ଅବସ୍ଥାର ଉନ୍ନତି ପାଇଁ ପ୍ରତିଦିନ ବଡ଼ ବଡ଼ ଗଛକୁ ବଳି ପକାଯାଉଛି। ଜିଲାର କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ ଦେଇ ଚାନ୍ଦବାଲି ପର୍ଯ୍ୟନ୍ତ ଯାଇଥିବା ରାସ୍ତାପାଶର୍‌ବରେ ଥିବା ବହୁ ପ୍ରାଚୀନ ଗଛକୁ କଟାଯାଇଥିଲା। ଏହି ଘଟଣାକୁ ଇତିମଧ୍ୟରେ ୧୬ ବର୍ଷ ବିତିଛି। ଗତ ୫ ବର୍ଷ ହେବ ରାସ୍ତା ନିର୍ମାଣ ପରେ ମଧ୍ୟ ପାଶର୍‌ବବର୍ତ୍ତୀ ସ୍ଥାନରେ ଗୋଟିଏ ବି ଗଛ ଲଗାଯାଇନାହିଁ। ସେହିପରି ଖଡ଼ିପାଳ-ଆଗଡ଼ିଆ ରାସ୍ତାକାମ ବେଳେ ଶତାଧିକ ତାଳଗଛ କାଟିଦିଆଗଲା। ପରେ ଗୋଟିଏ ବି ଗଛ ଲଗାଗଲାନା ନାହିଁ। ପଟ୍ଟମୁଣ୍ଡାଇ ସହର ବ୍ଲକ କଲୋନି ଶିଶୁ ଉଦ୍ୟାନ ନିକଟରୁ ୫ଟି ଶିଶୁଗଛକୁ କାଟି ଦୁର୍ବୃତ୍ତମାନେ ନେଇଗଲେ। ହେଲେ ବନ ବିଭାଗ ଓ ତହସିଲ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ। ୧୫ ଦିନ ତଳେ ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକ ନିକଟରେ ଥିବା ଏକ ପୁରୁଣା ଚାକୁଣ୍ଡା ଗଛକୁ ଦୁର୍ବୃତ୍ତ କାଟି ନେଇଗଲେ। ସେଠାରେ ଲୋକମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଆଶ୍ରୟ ନେଉଥିଲେ। ଏଭଳି ଗଛକଟାକୁ ବନ ବିଭାଗ ଓ ପ୍ରଶାସନ ଯଦି ବନ୍ଦ ନ କରନ୍ତି ତେବେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ। ବୁଦ୍ଧିଜୀବୀ ଅନନ୍ତ ନାୟକ କହିଛନ୍ତି, ପ୍ରଦୂଷଣ ରୋକିବାକୁ ହେଲେ ଗଛ ଲଗାଇବା ଜରୁରୀ। ଏ କ୍ଷେତ୍ରରେ ଆମ ସମସ୍ତେ ସଚେତନ ହେବା ଦରକାର। ନିଜେ ଗଛ ଲଗାଇବା ସହ ପିଲାମାନଙ୍କ ଭିତରେ ବ୍ୟାପକ ବୃକ୍ଷରୋପଣ ପାଇଁ ସଚେତନତା ବଢ଼ାଇବା ଆବଶ୍ୟକ। ବର୍ତ୍ତମାନ ପରିବେଶ ମଣିଷର ସ୍ଥିତିକୁ ଦୋହଲାଇ ଦେଲାଣି। ସମସ୍ତେ ଏବେ ଧ୍ୱଂସଆଡ଼କୁ ଗତି କରୁଛନ୍ତି। ଯଦି ଉଚିତ ପଦକ୍ଷେପ ନିଆ ନ ଯାଏ ଆଗକୁ ପରିସ୍ଥିତ ଭୟାବହ ହେବ। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବୃକ୍ଷରୋପଣ ଉପରେ ଆମେ ଯଥେଷ୍ଟ ଗୁରୁତ୍ୱ ଦେଉଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁ ଲଗାଯାଇଥିବା ଗଛ କେତେକ ସ୍ଥାନରେ ମରି ଯାଉଥିବା ବେଳେ ଅନ୍ୟ ଜାଗାରେ ବଢ଼ିପାରୁନାହିଁ। ମାତ୍ର ଗାଁ ଗଣ୍ଡାର ଲୋକମାନେ ଗୋରୁଙ୍କୁ ଛାଡ଼ିବା ସହ ବାଡ଼ ଭାଙ୍ଗି ଗଛସବୁ ନଷ୍ଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri