ବାଡ଼ ରହିଛି, ଗଛ ନାହିଁ

ପଟ୍ଟାମୁଣ୍ଡାଇ,୧୦ା୪(ସ୍ବ.ପ୍ର.): ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣକୁ ଗୁରୁତ୍ୱ ଦିଆଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରତିବର୍ଷ ବନୀକରଣ ନାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗଛ ଲଗାଯାଉଛି ବୋଲି କୁହାଯାଉଛି। ମାତ୍ର ବାଡ଼ ରହିଥିବା ବେଳେ ଭିତରେ ଗଛ ନ ଥିବା ଦେଖିବାକୁ ମିଳୁଛି। ଏଥିସହ ସରକାର ଉନ୍ନୟନମୂଳକ କାମକୁ ଗୁରୁତ୍ୱ ଦେଉଥିବା ବେଳେ ରାସ୍ତାପାର୍ଶ୍ୱ ପୁରୁଣା ଗଛକୁ ବଳି ପକାଉଛନ୍ତି। ରାସ୍ତାକାମ ଶେଷ ହେବାପରେ ଗଛ ଲଗାଇବାକୁ ଭୁଲିଯାଉଛନ୍ତି। ଏହାକୁ ନେଇ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ପରିବେଶବିତ୍‌ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ୨୦୨୧-୨୨ ଓ ୨୦୨୨-୨୩ରେ ନିମ, ଶିଶୁ ଓ ସିରିଶ ବୃକ୍ଷ ରୋପଣ ପାଇଁ ଅର୍ଥ ବ୍ୟୟ କରାଯାଇଥିଲା। ହେଲେ ବିଭିନ୍ନ ପଞ୍ଚାୟତରେ ହାତଗଣତି କାଁ ଭାଁ କେତୋଟି ଗଛ ରହିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଖାଲି ବାଡ଼ ଘେରାଯାଇଥିବା ବେଳେ ଭିତରେ ଗଛ ଦେଖିବାକୁ ମିଳୁନାହିଁ। ରାସ୍ତା ସମ୍ପ୍ରସାରଣ ନାମରେ ପୁରୁଣା ଗଛ ସବୁ କାଟି ଦିଆଯାଉଛି। ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନ ଦିଆଯାଉଥିବାବେଳେ ଅନ୍ୟପକ୍ଷେ ପ୍ରତିଦିନ ଅବିଚାରିତ ଭାବେ ପୁରୁଣା ଗଛକୁ କଟାଚାଲିଛି। ବୃକ୍ଷରୋପଣ, ବାଡ଼ ଓ ରକ୍ଷଣାବେକ୍ଷଣ ନାଁରେ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଛି।
ସାମାଜିକ କର୍ମୀ ରବି ନାରାୟଣ ଭଟ୍ଟ କୁହନ୍ତି, ଆମ ଅଞ୍ଚଳରେ କେଉଁଠି ରାସ୍ତା ପ୍ରଶସ୍ତୀକରଣ ପାଇଁ ହେଉ ବା ଅନ୍ୟ ପାରିପାର୍ଶ୍ୱିକ ଅବସ୍ଥାର ଉନ୍ନତି ପାଇଁ ପ୍ରତିଦିନ ବଡ଼ ବଡ଼ ଗଛକୁ ବଳି ପକାଯାଉଛି। ଜିଲାର କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ ଦେଇ ଚାନ୍ଦବାଲି ପର୍ଯ୍ୟନ୍ତ ଯାଇଥିବା ରାସ୍ତାପାଶର୍‌ବରେ ଥିବା ବହୁ ପ୍ରାଚୀନ ଗଛକୁ କଟାଯାଇଥିଲା। ଏହି ଘଟଣାକୁ ଇତିମଧ୍ୟରେ ୧୬ ବର୍ଷ ବିତିଛି। ଗତ ୫ ବର୍ଷ ହେବ ରାସ୍ତା ନିର୍ମାଣ ପରେ ମଧ୍ୟ ପାଶର୍‌ବବର୍ତ୍ତୀ ସ୍ଥାନରେ ଗୋଟିଏ ବି ଗଛ ଲଗାଯାଇନାହିଁ। ସେହିପରି ଖଡ଼ିପାଳ-ଆଗଡ଼ିଆ ରାସ୍ତାକାମ ବେଳେ ଶତାଧିକ ତାଳଗଛ କାଟିଦିଆଗଲା। ପରେ ଗୋଟିଏ ବି ଗଛ ଲଗାଗଲାନା ନାହିଁ। ପଟ୍ଟମୁଣ୍ଡାଇ ସହର ବ୍ଲକ କଲୋନି ଶିଶୁ ଉଦ୍ୟାନ ନିକଟରୁ ୫ଟି ଶିଶୁଗଛକୁ କାଟି ଦୁର୍ବୃତ୍ତମାନେ ନେଇଗଲେ। ହେଲେ ବନ ବିଭାଗ ଓ ତହସିଲ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ। ୧୫ ଦିନ ତଳେ ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକ ନିକଟରେ ଥିବା ଏକ ପୁରୁଣା ଚାକୁଣ୍ଡା ଗଛକୁ ଦୁର୍ବୃତ୍ତ କାଟି ନେଇଗଲେ। ସେଠାରେ ଲୋକମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଆଶ୍ରୟ ନେଉଥିଲେ। ଏଭଳି ଗଛକଟାକୁ ବନ ବିଭାଗ ଓ ପ୍ରଶାସନ ଯଦି ବନ୍ଦ ନ କରନ୍ତି ତେବେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ। ବୁଦ୍ଧିଜୀବୀ ଅନନ୍ତ ନାୟକ କହିଛନ୍ତି, ପ୍ରଦୂଷଣ ରୋକିବାକୁ ହେଲେ ଗଛ ଲଗାଇବା ଜରୁରୀ। ଏ କ୍ଷେତ୍ରରେ ଆମ ସମସ୍ତେ ସଚେତନ ହେବା ଦରକାର। ନିଜେ ଗଛ ଲଗାଇବା ସହ ପିଲାମାନଙ୍କ ଭିତରେ ବ୍ୟାପକ ବୃକ୍ଷରୋପଣ ପାଇଁ ସଚେତନତା ବଢ଼ାଇବା ଆବଶ୍ୟକ। ବର୍ତ୍ତମାନ ପରିବେଶ ମଣିଷର ସ୍ଥିତିକୁ ଦୋହଲାଇ ଦେଲାଣି। ସମସ୍ତେ ଏବେ ଧ୍ୱଂସଆଡ଼କୁ ଗତି କରୁଛନ୍ତି। ଯଦି ଉଚିତ ପଦକ୍ଷେପ ନିଆ ନ ଯାଏ ଆଗକୁ ପରିସ୍ଥିତ ଭୟାବହ ହେବ। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବୃକ୍ଷରୋପଣ ଉପରେ ଆମେ ଯଥେଷ୍ଟ ଗୁରୁତ୍ୱ ଦେଉଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁ ଲଗାଯାଇଥିବା ଗଛ କେତେକ ସ୍ଥାନରେ ମରି ଯାଉଥିବା ବେଳେ ଅନ୍ୟ ଜାଗାରେ ବଢ଼ିପାରୁନାହିଁ। ମାତ୍ର ଗାଁ ଗଣ୍ଡାର ଲୋକମାନେ ଗୋରୁଙ୍କୁ ଛାଡ଼ିବା ସହ ବାଡ଼ ଭାଙ୍ଗି ଗଛସବୁ ନଷ୍ଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?