ବିଧାନସଭାରେ ଗଞ୍ଜାମରୁ ମହିଳା ପ୍ରତିନିଧି ଶୂନ

ଛତ୍ରପୁର,୭ା୬(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାରେ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ୨୦୨୪ରେ ଉକ୍ତ ୧୩ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଗଞ୍ଜାମ ଜିଲାରେ ଜଣେ ମଧ୍ୟ ମହିଳା ପ୍ରାର୍ଥୀ ବିଜୟୀ ହୋଇପାରିନାହାନ୍ତି। ଫଳରେ ଏଥର ବିଧାନସଭାରେ ଗଞ୍ଜାମ ଜିଲାରୁ ମହିଳା ପ୍ରତିନିଧି ଶୂନ ହୋଇଯାଇଛି। ଗତ ୨୦୧୯ ନିର୍ବାଚନରେ ଗଞ୍ଜାମ ଜିଲାରୁ ୪ ଜଣ ମହିଳା ବିଜୟୀ ହୋଇ ବିଧାୟିକା ହୋଇ ବିଧାନସଭାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଖଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସିକାରୁ ମଞ୍ଜୁଳା ସ୍ବାଇଁ ଓ ଚିକିଟିରୁ ଉଷା ଦେବୀ। ଏମାନେ ସମସ୍ତେ ବିଜେଡିରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ। ୨୦୨୪ ନିର୍ବାଚନରେ ମଧ୍ୟ ବିଜେଡି ପକ୍ଷରୁ ୫ ଜଣ ମହିଳାଙ୍କୁ ବିଧାନସଭା ଆସନ ପାଇଁ ଟିକେଟ ଦିଆଯାଇଥିଲା। ତେବେ ଏମାନେ ସମସ୍ତେ ନିର୍ବାଚନରେ ପରାଜିତ ହୋଇଯାଇଛନ୍ତି। ଏମାନେ ହେଲେ ଖଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସିକାରୁ ମଞ୍ଜୁଳା ସ୍ବାଇଁ, ସୋରଡାରୁ ସଂଘମିତ୍ରା ସ୍ବାଇଁ ଓ ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଅପରପକ୍ଷରେ ବିଧାନସଭା ଆସନ ପାଇଁ ଭାଜପା ପକ୍ଷରୁ ଜଣେ ମଧ୍ୟ ମହିଳାଙ୍କୁ ଟିକେଟ ଦେଇ ନ ଥିଲା। ତେବେ ଅନ୍ୟଦଳଗୁଡିକ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସମସ୍ତେ ନିର୍ବାଚନ ହାରିଯାଇଛନ୍ତି। ଚଳିତ ନିର୍ବାଚନରେ ଗଞ୍ଜାମ ଜିଲାର ୧୩ ବିଧାନସଭା ଆସନରୁ ୧୧ ଭାଜପା, ଗୋଟିଏ ଲେଖାଏଁ ଆସନ ବିଜେଡି ଓ କଂଗ୍ରେସକୁ ମିଳିଛି। ଏମାନେ ସମସ୍ତେ ପୁରୁଷ। ଅପରପକ୍ଷରେ ପୂର୍ବଥର ଭଳି ଏଥର ମଧ୍ୟ ଗଞ୍ଜାମ ଜିଲାରୁ ଜଣେ ମହିଳା ଏମ୍‌ପି ଭାବେ ନିର୍ବାଚିତ ହୋଇ ଲୋକସଭାକୁ ଯାଇଛନ୍ତି। ଗଞ୍ଜାମ ଜିଲାରେ ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ର ରହିଛି। ଚଳିତ ଥର ଆସିକା ଲୋକସଭା ଆସନରେ ଭାଜପା ପ୍ରାର୍ଥୀ ଅନିତା ଶୁଭଦର୍ଶନୀ ବିଜୟୀ ହୋଇଛନ୍ତି। ଗତ ୨୦୧୯ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜେଡିର ପ୍ରମିଳା ବିଷୋୟୀ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ। ଏଥର ଆସିକା ଲୋକସଭା କ୍ଷେତ୍ରରେ ଉଭୟ ବିଜେଡି ଓ ଭାଜପା ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା। ଅପରପକ୍ଷରେ ଗଞ୍ଜାମ ଜିଲାପରିଷଦ ଅଧ୍ୟକ୍ଷା ଓ ବ୍ରହ୍ମପୁର ମହାନଗର ନିଗମ ଅଧ୍ୟକ୍ଷା ମହିଳା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?