୩୦ବର୍ଷର ଜିଲାରେ ଏବେ ବି ଗମନାଗମନ ଅସୁବିଧା

ରାୟଗଡ଼ା,୧୩ା୩(ସ୍ବ.ପ୍ର.):୧୯୯୨ରେ ରାୟଗଡ଼ା ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା। ଏହି ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୁରିଛି। ହେଲେ ଏବେ ବି ଜିଲାର ବହୁ ଅଞ୍ଚଳକୁ ଗମନାଗମନ ସୁବିଧା ନାହିଁ ା ଜିଲାର ଉପାନ୍ତ ଅଞ୍ଚଳରେ ବିକାଶ କେବଳ କାଗଜ କଲମରେ ସିମୀତ ରହିଛି। ନଦୀ ପାର ହୋଇ ମୁଖ୍ୟ ରାସ୍ତା ସଂଯୋଗ ପଥକୁ ଆସୁଥିବା ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ବି ପୋଲ ନିର୍ମାଣ ହେଲାନି। ତେଣୁ ଗ୍ରାମବାସୀ ନିଜ ଖର୍ଚ୍ଚରେ କାଠ ପୋଲ ନିର୍ମାଣ କରିଛନ୍ତି। ଜିଲାର କଲ୍ୟାଣସିଂହପୁର ବ୍ଲକରେ ଏଭଳି ଦେଖିବାକୁ ମିଳିଛି ା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ତଳସାଜା ଓ ଉପରସାଜା ଗ୍ରାମବାସୀ ନାଗାବଳୀ ନଦୀ ଉପରେ ନିଜସ୍ବ ଜ୍ଞାନକୌଶଳରେ କାଠ ପୋଲ ନିର୍ମାଣ କରିଛନ୍ତି ା ଆଗକୁ ଏଠାରେ ସ୍ଥାୟୀ ପୋଲ ନିର୍ମାଣ କରା ନ ଗଲେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି।
କଲ୍ୟାଣସିଂହପୁର ବ୍ଲକ ନାଗାବଳୀ ନଦୀ ଅପରପାର୍ଶ୍ୱରେ ଅନେକ ଗ୍ରାମ ରହିଛି ା ନଦୀରେ ଗଭୀର ପାଣି ଯୋଗୁ ଅଞ୍ଚଳବାସୀଙ୍କ ଗମନାଗମନରେ ଅସୁବିଧା ଭୋଗୁଥିଲେ। ଶିକରପାଇ ପଞ୍ଚାୟତର ତଳସାଜା ଓ ଉପରସାଜା, ପଲମା ପଞ୍ଚାୟତର ଏରେଗେଣ୍ଡା, ମାଣ୍ଡିପର ଓ କୁଶବାଟି, ମାଜିଗୁଡ଼ା ପଞ୍ଚାୟତର ନିମାଝଲା, କଟଲପାଡ଼ୁ ଓ ରଘୁନାଥପୁର ଗ୍ରାମବାସୀ ମୁଖ୍ୟତଃ ବର୍ଷା ଦିନେ ନଦୀରେ ଅଧିକ ଜଳ ପ୍ରବାହିତ ହେଉଥିବା ସମୟରେ ଯାତାୟାତ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ରୋଗୀଙ୍କୁ ଗାଁରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା, ଛାତ୍ରୀଛାତ୍ର ସ୍କୁଲ ଓ କଲେଜ ଯିବାକୁ ହିନସ୍ତା ହେଉଥିଲେ। ଏହି ସମସ୍ୟା ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ଏବଂ କୋରାପୁଟ ଏମ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ପୋଲ ନିର୍ମାଣ ପ୍ରତି କାହାରି ଆନ୍ତରିକତା ନ ଥିଲା। ତେଣୁ ଗ୍ରାମବାସୀ ଟଙ୍କା ଆଦାୟ କରି ମିଳିତ ଭାବେ ନଦୀ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ଉକ୍ତ ପୋଲରେ ବାଇକ ମଧ୍ୟ ଯାତାୟତ କରିପାରୁଛି। ବର୍ଷାଦିନେ କାଠ ପୋଲ ନଷ୍ଟ ହୋଇଯାଉଥିବାରୁ ସ୍ଥାୟୀ ପୋଲ ନିର୍ମାଣ ଦାବି ହେଉଛି। ଏହି ସମସ୍ୟା ନେଇ କଲ୍ୟାଣସିଂହପୁର ବିଡ଼ିଓ ସୁନୀଲ ଖରାଙ୍କୁ ପଚାରିବାରେ ସେ ନୂତନ ଭାବେ ବ୍ଲକର ଦାୟିତ୍ୱ ନେଇଛନ୍ତି, ଖୁବ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri