୩୦ବର୍ଷର ଜିଲାରେ ଏବେ ବି ଗମନାଗମନ ଅସୁବିଧା

ରାୟଗଡ଼ା,୧୩ା୩(ସ୍ବ.ପ୍ର.):୧୯୯୨ରେ ରାୟଗଡ଼ା ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା। ଏହି ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୁରିଛି। ହେଲେ ଏବେ ବି ଜିଲାର ବହୁ ଅଞ୍ଚଳକୁ ଗମନାଗମନ ସୁବିଧା ନାହିଁ ା ଜିଲାର ଉପାନ୍ତ ଅଞ୍ଚଳରେ ବିକାଶ କେବଳ କାଗଜ କଲମରେ ସିମୀତ ରହିଛି। ନଦୀ ପାର ହୋଇ ମୁଖ୍ୟ ରାସ୍ତା ସଂଯୋଗ ପଥକୁ ଆସୁଥିବା ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ବି ପୋଲ ନିର୍ମାଣ ହେଲାନି। ତେଣୁ ଗ୍ରାମବାସୀ ନିଜ ଖର୍ଚ୍ଚରେ କାଠ ପୋଲ ନିର୍ମାଣ କରିଛନ୍ତି। ଜିଲାର କଲ୍ୟାଣସିଂହପୁର ବ୍ଲକରେ ଏଭଳି ଦେଖିବାକୁ ମିଳିଛି ା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ତଳସାଜା ଓ ଉପରସାଜା ଗ୍ରାମବାସୀ ନାଗାବଳୀ ନଦୀ ଉପରେ ନିଜସ୍ବ ଜ୍ଞାନକୌଶଳରେ କାଠ ପୋଲ ନିର୍ମାଣ କରିଛନ୍ତି ା ଆଗକୁ ଏଠାରେ ସ୍ଥାୟୀ ପୋଲ ନିର୍ମାଣ କରା ନ ଗଲେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି।
କଲ୍ୟାଣସିଂହପୁର ବ୍ଲକ ନାଗାବଳୀ ନଦୀ ଅପରପାର୍ଶ୍ୱରେ ଅନେକ ଗ୍ରାମ ରହିଛି ା ନଦୀରେ ଗଭୀର ପାଣି ଯୋଗୁ ଅଞ୍ଚଳବାସୀଙ୍କ ଗମନାଗମନରେ ଅସୁବିଧା ଭୋଗୁଥିଲେ। ଶିକରପାଇ ପଞ୍ଚାୟତର ତଳସାଜା ଓ ଉପରସାଜା, ପଲମା ପଞ୍ଚାୟତର ଏରେଗେଣ୍ଡା, ମାଣ୍ଡିପର ଓ କୁଶବାଟି, ମାଜିଗୁଡ଼ା ପଞ୍ଚାୟତର ନିମାଝଲା, କଟଲପାଡ଼ୁ ଓ ରଘୁନାଥପୁର ଗ୍ରାମବାସୀ ମୁଖ୍ୟତଃ ବର୍ଷା ଦିନେ ନଦୀରେ ଅଧିକ ଜଳ ପ୍ରବାହିତ ହେଉଥିବା ସମୟରେ ଯାତାୟାତ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ରୋଗୀଙ୍କୁ ଗାଁରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା, ଛାତ୍ରୀଛାତ୍ର ସ୍କୁଲ ଓ କଲେଜ ଯିବାକୁ ହିନସ୍ତା ହେଉଥିଲେ। ଏହି ସମସ୍ୟା ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ଏବଂ କୋରାପୁଟ ଏମ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ପୋଲ ନିର୍ମାଣ ପ୍ରତି କାହାରି ଆନ୍ତରିକତା ନ ଥିଲା। ତେଣୁ ଗ୍ରାମବାସୀ ଟଙ୍କା ଆଦାୟ କରି ମିଳିତ ଭାବେ ନଦୀ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ଉକ୍ତ ପୋଲରେ ବାଇକ ମଧ୍ୟ ଯାତାୟତ କରିପାରୁଛି। ବର୍ଷାଦିନେ କାଠ ପୋଲ ନଷ୍ଟ ହୋଇଯାଉଥିବାରୁ ସ୍ଥାୟୀ ପୋଲ ନିର୍ମାଣ ଦାବି ହେଉଛି। ଏହି ସମସ୍ୟା ନେଇ କଲ୍ୟାଣସିଂହପୁର ବିଡ଼ିଓ ସୁନୀଲ ଖରାଙ୍କୁ ପଚାରିବାରେ ସେ ନୂତନ ଭାବେ ବ୍ଲକର ଦାୟିତ୍ୱ ନେଇଛନ୍ତି, ଖୁବ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri