ନବରଙ୍ଗପୁର ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଛି

ନବରଙ୍ଗପୁର,୧୩ା୩(ବି.ପ୍ର.)ସବୁ କ୍ଷେତ୍ରରେ ପଛୁଆ ଜିଲା ଭାବେ ପରିଗଣତି ନବରଙ୍ଗପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରି ମଧ୍ୟ ମୋଟ ୯୭୩ଜଣ ପରୀକ୍ଷାର୍ଥୀ ପ୍ରଥମ ଦିନର ଓଡ଼ିଆ ପରୀକ୍ଷା ଦେଇନାହାନ୍ତି। ଶିକ୍ଷା ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ କେହି ମାନିବାକୁ ନାରାଜ। ତାଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଜିଲାରେ ଶିକ୍ଷାର ମୂଳଦୁଆ ଭାଙ୍ଗି ପଡୁଛି । ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ର ନିଜେ ଫର୍ମ ପୂରଣ କରିଥିଲେ ନା କେବଳ ସେମାନଙ୍କ ଲାଗି ଆସୁଥିବା ଷ୍ଟାଇପେଣ୍ଡ, ପୋଷାକ ପତ୍ର ପାଇଁ ସଂଖ୍ୟା ବଢ଼ାଯାଇଛି କି ଏହା ରାଜ୍ୟ ସରକାର ଏବଂ ଜିଲା ଶିକ୍ଷା ବିଭାଗର ନୂଆ ଷଡ଼ଯନ୍ତ୍ର ବୋଲି ଏଆଇସିସି ସଭ୍ୟା ମନସା ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀ ସମ୍ମିଳନୀରେ ଏଆଇସିସି ସଭ୍ୟା ତଥା ଛାତ୍ର କଂଗ୍ରେସ ସଦସ୍ୟା ମନସା ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଥିଲେ। କେବଳ ୫ଟି ନାଁରେ ଖାଲି କୋଠା ବାଡ଼ି ତିଆରି ଚାଲିଛି । ବାସ୍ତବରେ ମାଟ୍ରିକ ଛାତ୍ର ଯାହାର ବୟସ ମାତ୍ର ୧୫ ବର୍ଷ ସେ ଆଜି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି। ଏହାକୁ ନେଇ ନବରଙ୍ଗପୁର ଜିଲା ରାଜ୍ୟସ୍ତରରେ ଲଜ୍ଜିତ l ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପ୍ରକୃତ ସତ୍ୟାସତ୍ୟ ବାହାର କରନ୍ତୁ l ସେପଟେ ଯାତାୟାତ ଖର୍ଚ୍ଚ ଦେଇ ନିଜ ବିଦ୍ୟାଳୟ ପରିବର୍ତ୍ତେ ଅନ୍ୟ ବିଦ୍ୟାଳୟ କେନ୍ଦ୍ରକୁ ଯାଇ ଗରିବ ପିଲା ପରୀକ୍ଷା ଦେବାକୁ ଅସମର୍ଥ ହୋଇପଡୁଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ପ୍ରତି ଶିକ୍ଷକଙ୍କ ଭୟ ନାହିଁ। ପୂର୍ବରୁ ସିଆଇ ଏବଂ ଡିଆଇ ରହୁଥିଲେ। ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଭୟ ରହୁଥିଲା । ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ନାହିଁ । ଅର୍ଥ ଅଭାବ ଯୋଗୁ ମାଟ୍ରିକ ପାସ ପରେ ପିଲା ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। କଲେଜରେ ମାତ୍ରାଧିକ ଡୋନେସନ । ଗାଁରୁ ସହରକୁ ଆସି ପିଲା ଘରଭଡା ଦେଇ ପାଠପଢ଼ିବା ସମ୍ଭବ ହେଉନି। ବିଦ୍ୟାଳୟରେ ଶିକ୍ଷକ ଲମ୍ବା ଛୁଟିରେ ରହିଲେ ଦରମା କରାଯାଉଛି। ବିନାଛୁଟିରେ ଶିକ୍ଷୟିତ୍ରୀ ଶିକ୍ଷକ ଘରେ ରହିଲେ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏ ସମସ୍ତ ଘଟଣାକୁ ଦେଖିଲେ ଜିଲାରେ ଶିକ୍ଷା ବ୍ୟବସ୍ଥା କେତେ ନିମ୍ନଗାମୀ ହୋଇପଡିଛି ତାହା ଜଣାପଡ଼ୁଛି ବୋଲି ମନସା କହିଛନ୍ତି। ଖବରଦାତା ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ପବିତ୍ର ଚନ୍ଦ୍ର, ପିସିସି ସଭ୍ୟା ହରାବତୀ ଗଣ୍ଡ, ଦିବାକର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?