ନବରଙ୍ଗପୁର ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଛି

ନବରଙ୍ଗପୁର,୧୩ା୩(ବି.ପ୍ର.)ସବୁ କ୍ଷେତ୍ରରେ ପଛୁଆ ଜିଲା ଭାବେ ପରିଗଣତି ନବରଙ୍ଗପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରି ମଧ୍ୟ ମୋଟ ୯୭୩ଜଣ ପରୀକ୍ଷାର୍ଥୀ ପ୍ରଥମ ଦିନର ଓଡ଼ିଆ ପରୀକ୍ଷା ଦେଇନାହାନ୍ତି। ଶିକ୍ଷା ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ କେହି ମାନିବାକୁ ନାରାଜ। ତାଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଜିଲାରେ ଶିକ୍ଷାର ମୂଳଦୁଆ ଭାଙ୍ଗି ପଡୁଛି । ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ର ନିଜେ ଫର୍ମ ପୂରଣ କରିଥିଲେ ନା କେବଳ ସେମାନଙ୍କ ଲାଗି ଆସୁଥିବା ଷ୍ଟାଇପେଣ୍ଡ, ପୋଷାକ ପତ୍ର ପାଇଁ ସଂଖ୍ୟା ବଢ଼ାଯାଇଛି କି ଏହା ରାଜ୍ୟ ସରକାର ଏବଂ ଜିଲା ଶିକ୍ଷା ବିଭାଗର ନୂଆ ଷଡ଼ଯନ୍ତ୍ର ବୋଲି ଏଆଇସିସି ସଭ୍ୟା ମନସା ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀ ସମ୍ମିଳନୀରେ ଏଆଇସିସି ସଭ୍ୟା ତଥା ଛାତ୍ର କଂଗ୍ରେସ ସଦସ୍ୟା ମନସା ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଥିଲେ। କେବଳ ୫ଟି ନାଁରେ ଖାଲି କୋଠା ବାଡ଼ି ତିଆରି ଚାଲିଛି । ବାସ୍ତବରେ ମାଟ୍ରିକ ଛାତ୍ର ଯାହାର ବୟସ ମାତ୍ର ୧୫ ବର୍ଷ ସେ ଆଜି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି। ଏହାକୁ ନେଇ ନବରଙ୍ଗପୁର ଜିଲା ରାଜ୍ୟସ୍ତରରେ ଲଜ୍ଜିତ l ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପ୍ରକୃତ ସତ୍ୟାସତ୍ୟ ବାହାର କରନ୍ତୁ l ସେପଟେ ଯାତାୟାତ ଖର୍ଚ୍ଚ ଦେଇ ନିଜ ବିଦ୍ୟାଳୟ ପରିବର୍ତ୍ତେ ଅନ୍ୟ ବିଦ୍ୟାଳୟ କେନ୍ଦ୍ରକୁ ଯାଇ ଗରିବ ପିଲା ପରୀକ୍ଷା ଦେବାକୁ ଅସମର୍ଥ ହୋଇପଡୁଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ପ୍ରତି ଶିକ୍ଷକଙ୍କ ଭୟ ନାହିଁ। ପୂର୍ବରୁ ସିଆଇ ଏବଂ ଡିଆଇ ରହୁଥିଲେ। ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଭୟ ରହୁଥିଲା । ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ନାହିଁ । ଅର୍ଥ ଅଭାବ ଯୋଗୁ ମାଟ୍ରିକ ପାସ ପରେ ପିଲା ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। କଲେଜରେ ମାତ୍ରାଧିକ ଡୋନେସନ । ଗାଁରୁ ସହରକୁ ଆସି ପିଲା ଘରଭଡା ଦେଇ ପାଠପଢ଼ିବା ସମ୍ଭବ ହେଉନି। ବିଦ୍ୟାଳୟରେ ଶିକ୍ଷକ ଲମ୍ବା ଛୁଟିରେ ରହିଲେ ଦରମା କରାଯାଉଛି। ବିନାଛୁଟିରେ ଶିକ୍ଷୟିତ୍ରୀ ଶିକ୍ଷକ ଘରେ ରହିଲେ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏ ସମସ୍ତ ଘଟଣାକୁ ଦେଖିଲେ ଜିଲାରେ ଶିକ୍ଷା ବ୍ୟବସ୍ଥା କେତେ ନିମ୍ନଗାମୀ ହୋଇପଡିଛି ତାହା ଜଣାପଡ଼ୁଛି ବୋଲି ମନସା କହିଛନ୍ତି। ଖବରଦାତା ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ପବିତ୍ର ଚନ୍ଦ୍ର, ପିସିସି ସଭ୍ୟା ହରାବତୀ ଗଣ୍ଡ, ଦିବାକର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଘଟରେ ସାମିଲ ହେଲେ ବୀମା କର୍ମଚାରୀ ସଂଘ

ଝାରସୁଗୁଡ଼ା ଅଫିସ,୨୮।୩: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପ୍ରରିପ୍ରେକ୍ଷୀରେ...

ଜୁମାଡଙ୍ଗକୁ ଫେରିଲେ ୧୬ ପରିବାର

ମାଲକାନଗିରି, ୧୫ା୧୧(ଡି.ଏନ.ଏ.): ଓଡିଶା ସୀମାନ୍ତ ଅଞ୍ଚଳରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଭତ୍ତା, ଆଧାର କାର୍ଡ, ଭୋଟର କାର୍ଡ ପ୍ରଦାନ କରି...

‘ସହରରେ ଅତ୍ୟାଧୁନିକ ଫିଲ୍ମ ହଲ୍‌ ପ୍ରତିଷ୍ଠା କରାଯାଉ’

ପୁରୀ ଅଫିସ, ୧୮ା୧: ଦେଶ ବିଦେଶରେ ପ୍ରଶଂସା ସାଉଁଟିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ମଙ୍ଗଳବାର ପୁରୀ ଟାଉନ ହଲରେ ପ୍ରଦର୍ଶିତ ହୋଇଛି। ଏହାକୁ ମାତ୍ର ୧୦୦...

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା...

ଓଡ଼ିଶାକୁ ଲାଗିଥିବା ଛତିଶଗଡ଼, ଝାଡ଼ଖଣ୍ଡ ସୀମା ସିଲ୍‌

ସୁନ୍ଦରଗଡ଼, ୧୨।୪ : ରାଜ୍ୟର ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ସରକାରଙ୍କ ଚିନ୍ତା ବଢିଛି। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଏହି...

ମହାପ୍ରଭୁଙ୍କୁ ୧ କୋଟି ଦାନ

ପୁରୀ ଅଫିସ,୧୨ା୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଏବେ ସଂକଟରେ। ଏହି ଅର୍ଥ ଫେରିବ କି ନାହିଁ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ବିରୋଧ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାସଭବନ ସମେତ ୭ ସ୍ଥାନରେ ଚଢାଉ ଜାରି

ଖୋର୍ଦ୍ଧା ଅଫିସ,୬।୧୨: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ବାସଭବନ...

ବିଦ୍ୟୁତ ନେଲା ଜୀବନ, ମୃତଦେହ ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ ଅଫିସ, ୨୨।୧୨- ବରଗଡ-ବଲାଙ୍ଗୀର ରାସ୍ତାର ଏକାମ୍ର ଛକ ନିକଟ ଏକ ଗଛ ଉପରକୁ ଚଢି ଗଛଡାଳ କାଟୁଥିଲା ସମୟରେ ରବିବାର ୧୧ କେଭି କ୍ଷମତା...

Advertisement
Archives

Model This Week