୩ ଘଣ୍ଟାରେ ୪୦ କି.ମି ଦୌଡ଼ିଲେ ୩ କୁନି ଭଉଣୀଭାଇ

କୋରାପୁଟ,୧୩।୩(ସ୍ବ.ପ୍ର.): ଦୃଢ ଇଛାଶକ୍ତିଠାରେ ହାର ମାନେ ସବୁ ପ୍ରତିବନ୍ଧକ। ଯେମିତି ବୟସ ହାର ମାନିଛି ୩ କୁନି ଭଉଣୀଭାଇଙ୍କ କ୍ଷେତ୍ରରେ। ୩ଘଣ୍ଟାରେ ସେମାନେ କୋରାପୁଟରୁ ଦାମନଯୋଡି ଦୌଡି ରାଜ୍ୟପାଇଁ ନୂଆ କିର୍ତ୍ତୀ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। ସେମାନେ ହେଲେ କୋରାପୁଟ ସହରର ଜିତେନ୍ଦ୍ର ବାହାଦୁରଙ୍କ ୨ ଝିଅ ଯମୁନା (୧୧), ତପସ୍ୟା(୭) ଓ ୧୦ ବର୍ଷର ପୁଅ ହରି ା
ତିନି ଭଉଣୀ ଭାଇ କୋରାପୁଟ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ କୋଚ ରାମଚନ୍ଦ୍ର ଜେନାଙ୍କ ନେତୃତ୍ୱରେ କୋରାପୁଟରୁ ଦାମନଯୋଡି ଦୀର୍ଘ ୪୦ କି.ମି. ରାସ୍ତା ଦୌଡିବା ଆରମ୍ଭ କରିଥିଲେ। ମାତ୍ର ୩ ଘଣ୍ଟାରେ ସେମାନେ ଦାମନଯୋଡିରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ। କୋରାପୁଟରେ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ସେମାନଙ୍କୁ ଉତ୍ସାହିତ କରିଥିଲେ। ବାଟରେ ମଧ୍ୟ ବହୁ ଜନସାଧାରଣ ଏହି କୁନି ଭଉଣୀଭାଇଙ୍କ ଦୌଡ ଦେଖି ସେମାନଙ୍କୁ ପ୍ରଶଂସା କରି ଉତ୍ସାହିତ କରିଥିଲେ। ଏହି ସଫଳତା ପାଇଁ କୋଚ ସମେତ ୩ ଭଉଣୀଭାଇଙ୍କୁ କୋରାପୁଟ ଜିମାନାଜିମ ସମ୍ପାଦକ ଭବାନୀ ଶଙ୍କର ମିଶ୍ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସେମାନଙ୍କୁ ଟ୍ରଫି ଦେଇ ଉତ୍ସାହିତ କରିଥିଲେ ା

ସୂଚନାଯୋଗ୍ୟ, ଗତ ଏକ ବର୍ଷ ତଳେ ଏହି ୩ କୁନି ଧାବକ ଜୟପୁରରୁ ବୋରିଗୁମ୍ମା ଯାଏ ପ୍ରାୟ ୨୨ କି.ମି. ଦୌଡି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଗତ ବିଶ୍ୱକପ ହକିର ପ୍ରସାର ପାଇଁ ହୋଇଥିବା ମାରାଥନରେ ମଧ୍ୟ ଦୌଡି ସେମାନେ ସଫଳତା ପାଇଥିଲେ। ଏଥିଯୋଗୁ ଜିଲା ପ୍ରଶାସନ ପକ୍ଷରୁ ୩ ଭଉଣୀଭାଇ ସମ୍ମାନିତ ହୋଇଥିଲେ। ରବିବାର ଭାଇ ହରିଙ୍କ ଜନ୍ମଦିନ ଥିବାରୁ ଏହି ଅବସରରେ କୋରାପୁଟରୁ ଦାମନଯୋଡି ଦୌଡିବାକୁ ସ୍ଥିର କରିଥିଫଲେ ବୋଲି ଯୁମନା କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

୨ କିମି ଚାଲିଚାଲି ଲୋକଙ୍କୁ ବୁଝାଇଲେ ଖୋର୍ଦ୍ଧା ଜିଲାପାଳ, କହିଲେ ବାହାରୁ ଆସିଲେ ଆରଟିପିସିଆର ଜରୁରୀ

ଖୋର୍ଦ୍ଧା ଅଫିସ,୨୪।୩: ରାଜ୍ୟରେ କରୋନା ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏ ନେଇ ରାଜ୍ୟ ସରକାର କୋଭିଡ କଟକଣାକୁ କଡାକଡି କରୁଛନ୍ତି। ବୁଧବାର ଖୋର୍ଦ୍ଧା ଜିଲା...

ଲଘୁଚାପ ବରଷାର ପରଭାବ:ଭାଂଗଲା ଅନେକ ଘର, ବିଦ୍ୟୁତ ସେବା ଠପ୍‌

ବିଜେପୁର, ୧୪।୮ (ଡି.ଏନ୍‌.ଏ.): ଲଘୁଚାପ ପରଭାବରେ ବରଗଡ଼ ଜିଲା ବିଜେପୁର ଅଂଚଲରେ ଗଲା ରଏବାର ବେଲବୁଡାନୁ ସୋମବାର ଦୁଇପହର ତକ୍‌ ବରଷା ଲାଗି ରହିଥିଲା। ବରଷାରେ...

କଟକଣା କୋହଳରୁ ବଢ଼ୁଛି କରୋନା

ଅନୁଗୋଳ ଅଫିସ, ୨୯ା୫ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ୫ ତାରିଖରୁ ସରକାର ରାଜ୍ୟକୁ ଲକ୍‌ଡାଉନ୍‌ରେ ରଖିଛନ୍ତି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ୍‌ ମଧ୍ୟ ଜାରି...

କୋଣାର୍କ ଜଗନ୍ନାଥଙ୍କ ଦେବନୀତିରେ ସମସ୍ୟା

କୋଣାର୍କ,୨୦ା୪(ଡି.ଏନ୍‌.ଏ): କରୋନାଜନିତ ଲକ୍‌ଡାଉନ ହେତୁ କୋଣାର୍କସ୍ଥିତ ଜଗନ୍ନାଥ ମନ୍ଦିରର ଦେବନୀତିରେ ସମସ୍ୟା ସୃଷ୍ଟି ହେଉଛି। ଦର୍ଶନ ଉପରେ କଟକଣା ଯୋଗୁ ଭକ୍ତ ଆସୁ ନ ଥିବାରୁ...

କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୟନ୍ତ

ପୁରୀ ଅଫିସ,୨୫।୮:  ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ଜଟିଳ ହୋଇପଡୁଛି। ଏହି ଧର୍ମଶାଳାର ଜମି ବିକ୍ରିକୁ ଭାଜପା, କଂଗ୍ରେସ ଏବଂ ସିପିଆଇ(ଏମ୍‌)...

କେନ୍ଦୁଝରରେ ୨ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତବର୍ଷ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି...

ପାରିବାରିକ କଳହ: ଆତ୍ମହତ୍ୟା କଲେ ୪ସ୍ତ୍ରୀଙ୍କ ସ୍ବାମୀ

ଭଦ୍ରକ ଅଫିସ,୨୬।୧୦: ପାରିବାରିକ ଅଶାନ୍ତିକୁ ସହ୍ୟ କରି ନ ପାରି ଶେଷରେ ୪ ସ୍ତ୍ରୀ ଗ୍ରହଣ କରିଥିବା ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ...

ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: ୨୧ ଜଣଙ୍କ ନାମରେ ମାମଲା ରୁଜୁ

ଭଣ୍ଡାରିପୋଖରୀ, ୫ା୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବେଆଇନ ବାଲି ଚୋରାଚାଲାଣ ରୋକିବାକୁ ଉଦ୍ୟମ କରି ମଞ୍ଜୁରିରୋଡ଼...

Advertisement
Archives

Model This Week