ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି? ଆପଣାନ୍ତୁ ଏଭଳି କିଛି ଉପାୟ …

କିଛି ପିଲାଙ୍କର ପାଠରେ ବେଶ୍‌ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ ଶୁଖାଇ ଦିଅନ୍ତି। ବହି ଖୋଲି ବସିଲେ ବି ଧ୍ୟାନ ସେମାନଙ୍କର ଅନ୍ୟତ୍ର ଥାଏ। ହେଲେ ଏମିତି କିଛି ଉପାୟ ଅଛି, ଯାହାକୁ ଆପଣାଇ ପିଲାଙ୍କର ପାଠ ପ୍ରତି ଏକାଗ୍ରତା ବଢ଼ାଇହେବ। ଯେମିତି କି:

* ପିଲାମାନେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସି ପଢ଼ିଲେ, ଏକାଗ୍ରତା ବୃଦ୍ଧି ହେବା ସହ ସେମାନଙ୍କର ପାଠ ପଢ଼ାରେ ଆଗ୍ରହ ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

* ପିଲାର ଶୁଭମନାସୀ ପ୍ରତି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଲୋକଙ୍କୁ କିଛି ଧାର୍ମିକ ପୁସ୍ତକ ଓ ପେନ୍‌ ଦାନ କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ପିଲାର ପାଠରେ ମନ ଲାଗୁନାହିଁ ତା’ର ପକେଟ୍‌ରେ ସବୁବେଳେ ଫିଟିକିରି ଖଣ୍ଡେ ରଖିବା ସହ ପ୍ରତ୍ୟହଃ ତା’ର ମଥା ଏବଂ ନାଭିରେ କେଶରର ତିଳକ ଲଗାଇଲେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

* ଅନ୍ୟପକ୍ଷେ କୁହାଯାଏ, ଭଗବାନ ବିଷ୍ଣୁଙ୍କ ଫଟୋ କିମ୍ବା ମୂର୍ତ୍ତି ନିକଟରେ ଦୀପ ଜାଳିବା ସହ କଦଳୀ ଗଛ ମୂଳରେ ପ୍ରତ୍ୟେକ ଦିନ ଜଳ ଢାଳି ସେଠାରୁ ମାଟି ଆଣି ପିଲାର ମଥାରେ ତିଳକ ଲଗାଇଲେ ବି ପିଲାଙ୍କର ପଢ଼ା ପ୍ରତି ଆଗ୍ରହ ଆସିଥାଏ।

* ପିଲାଙ୍କ ଷ୍ଟଡି ରୁମ୍‌ର ପୂର୍ବ, ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ ପାର୍ଶ୍ୱରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏ ମହମବତି ଜାଳିଲେ ବି ସେମାନେ ପାଠ ପ୍ରତି ଆକର୍ଷିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ରୋଗୀ ଖାଇପାରିବେ କି ତରଭୁଜ: ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଗ୍ରୀଷ୍ମ ଋତୁରେ ପ୍ରାୟ ସବୁଠାରେ ତରଭୁଜ ବିକ୍ରି ହେଉଥିବା ଦେଖିବାକୁ ମିଳେ। ଏହା କେବଳ ସ୍ବାଦରେ ମିଠା ନୁହେଁ ବରଂ ଶରୀରକୁ ଥଣ୍ଡା ମଧ୍ୟ କରିଥାଏ।...

ସୁନ୍ଦର କରିବ କିସ୍‌ମିସ୍‌

ଡ୍ରାଏଫ୍ରୁଟ୍‌ଭାବେ କିସ୍‌ମିସ୍‌ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ…....

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

ଖର୍ଚ୍ଚ କଲେ ଧନ ବଢ଼ିବ; ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…

ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ...

ସକାଳେ ଖାଲିପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ,ନଚେତ…

ସକାଳ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଜରୁରୀ। ସକାଳେ ଆମେ ଯାହା ବି ଖାଉ, ଶରୀର ଉପରେ ତା’ର ସବୁଠୁ ଅଧିକ ପ୍ରଭାବ ପଡିଥାଏ। ତେଣୁ...

ମନ୍ଦିର ଯାଇ ଦୀପରୁ ଦୀପ ଲଗାଉଛନ୍ତି କି? ଜାଣନ୍ତୁ ଏପରି କରିବା କାହିଁକି ଭୁଲ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri