ଖୁଣ୍ଟ ଅଛି, ବିଦ୍ୟୁତ୍‌ ସଂଯୋଗ ହେଉନି

ରାହାମା,୩୧ା୫(ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରାହାମା-ଖୋସାଲପୁର ପୋଲ ମହାନଦୀ ଉପରେ ନିର୍ମାଣ କରାଯାଇଛି। ଦେଢ଼ କିମି ବ୍ୟାପୀ ଏହି ପୋଲ ଦେଇ ଦୈନିକ ବହୁ ସଂଖ୍ୟାରେ ଲୋକ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରକୁ ଯାତାୟାତ କରିଥାନ୍ତି। ମାତ୍ର ଏଠାରେ ଆଲୋକୀକରଣ ପାଇଁ ବ୍ୟବସ୍ଥା ହୋଇ ନ ଥିବାରୁ ସନ୍ଧ୍ୟା ପରେ ଅନ୍ଧାର ଓ ନିଛାଟିଆ ହୋଇଯାଉଛି। ଏଥିସହ ଲାଗିଥିବା ଖୁଣ୍ଟରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଉଛନ୍ତି। ଏହାଛଡା ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି।
ଏହି ସମସ୍ୟାକୁ ଦୃଷ୍ଟିରେ ରଖି ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଇଓସିଏଲ୍‌ର ସିଏସ୍‌ଆର ପାଣ୍ଠିରେ ୫୩ ଲକ୍ଷ ୭୪ ହଜାର ୬୮ ଟଙ୍କା ବିନିମୟରେ ଆଲୋକୀକରଣ ପାଇଁ ବନ୍ଦୋବସ୍ତ କରିଥିଲେ। ଏ ନେଇ ଉନ୍ନୟନ ବିଭାଗ ଚିଠି (ନଂ. ୩୮୫୨/୨୫ା୩ା୨୨)ରେ ଉଲ୍ଲେଖ ରହିଛି। ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଏହି ଅର୍ଥ ବିନିମୟରେ ଖୁଣ୍ଟ, ତାର ଓ ବଲ୍‌ବ ଲଗାଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଏ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ଉପରେ ଲଗାଯାଇଥିବା ଖୁଣ୍ଟିରେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରିବାକୁ ସାଇଲୋ ସରପଞ୍ଚ ସରୋଜ ସେଠୀ, ରାହାମା ବଜାର କମିଟି ସଭାପତି ଜଟାଧାରୀ ଦାସ, ସମ୍ପାଦକ ସୁନାକାର ବେହେରା, ଭିକାରୀ ସେନାପତି, ରାହାମା ପ୍ରେସ୍‌ କ୍ଲବ ସଭାପତି ମାନସ ରଞ୍ଜନ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ଦାସ, ନିର୍ଲିପ୍ତ ଦାସ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।
ଏ ସମ୍ପର୍କରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି, ଖୁଣ୍ଟରେ ବିଦ୍ୟୁତ୍‌ ସଂଯୋଗ ଲାଗି ପ୍ରଥମେ ଉପଭୋକ୍ତା ହେବାକୁ ପଡିବ। ପୋଲଟି ହଂସୁରା ଓ ତାଳପଡ଼ା ପଞ୍ଚାୟତ ଅଧୀନରେ ଥିବାରୁ ଏ ନେଇ ସେଠାକାର ସରପଞ୍ଚଙ୍କ ସହ ଆଲୋଚନା କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ଲାଗି ଆବଶ୍ୟକ ହେଉଥିବା ୨ ଲକ୍ଷ ୬ ହଜାର ଟଙ୍କା ମିଳିତ ଭାବେ ଦାଖଲ କରିବାକୁ ଉଭୟ ପଞ୍ଚାୟତକୁ କୁହାଯାଇଛି। ଏହି ଅର୍ଥ ଦାଖଲ କରିବା ପରେ ଆଲୋକୀକରଣ ହୋଇପାରିବ। ଅର୍ଥ ଦାଖଲ ପାଇଁ ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା ଓ ହଂସୁରା ସରପଞ୍ଚ ରବିନାରାୟଣ ଦାସ ରାଜିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri