ବଡ଼ ବଜାରରେ ନାହିଁ ଶୌଚାଳୟ: ଲୋକେ ହଇରାଣ

ବ୍ରହ୍ମପୁର ଅଫିସ,୨୬।୧ – ବ୍ରହ୍ମପୁର ସହରର ପ୍ରାଣ କେନ୍ଦ୍ର ବଡ଼ବଜାର। ନିୟମିତ ଗଞ୍ଜାମ ଜିଲା ସମେତ ଅନ୍ୟ ସ୍ଥାନରୁ ବହୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼ ଏଠାରେ ଲାଗିରହିଥାଏ। କିନ୍ତୁ ଦୀର୍ଘବର୍ଷଧରି ବଡ଼ବଜାରର ଶୌଚାଳୟ ସମସ୍ୟା ଦୂରହୋଇ ପାରିନାହିଁ। ଫଳରେ ଦୂରସ୍ଥାନରୁ ଆସୁଥିବା ମହିଳାମାନେ ବହୁ ହଇରାଣ ହେଉଛନ୍ତି। ବଡ଼ବଜାରରେ ମୁଖ୍ୟ ରାସ୍ତାରେ ପାଖାପାଖି ୧୫୦ରୁ ଊର୍ଦ୍ଧ୍ୱ ସୁନା ଓ ଲୁଗା ଦୋକାନ ରହିଛି। ସେହିପରି ବଜାର ଭିତରେ ହୋଲସେଲ ମାର୍କେଟ ଆଦି ରହିଛି। ବାଚୁୱାରିସାହି, ଦେଶୀ ବେହେରାସାହି, ଚନ୍ଦ୍ରମାସାହି, ଇଲୁୱାରିସାହି, ନଡ଼ିଆବଜାର, ରାଜା ଗୁଜୁରି, ମାର୍ଥା ପେଟାସାହି, ଜଙ୍ଗମବାଡ଼ିସାହି ଆଦି ପାଖାପାଖି ୧୦ରୁ ଊର୍ଦ୍ଧ୍ୱ ସାହି ଲାଗି ମାତ୍ର ଗୋଟିଏ ସୁଲଭ ଶୌଚାଳୟ ରହିିଛି। ଯାହା ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ନୁହେଁ। ଏହି କାରଣରୁ ୨୦୧୬ରେ ବଡ଼ବଜାର ଦେଶୀ ବେହେରାସାହିରେ ଦୁଇଟି ମୋବାଇଲ ୟୁରିନାଲ ବିଏମ୍‌ସି ପକ୍ଷରୁ କରାଯାଇଥିଲା। ମାତ୍ର ଅଳ୍ପଦିନରେ ଏହା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଏହା ୨୦୧୮ରେ ପୁନଃବ୍ୟବହାରକ୍ଷମ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ନଷ୍ଟ ହୋଇଯାଇଛି। ଯାହାଦ୍ୱାରା ବଡ଼ବଜାର ଶୌଚାଳୟ ସମସ୍ୟା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇରହିଛି। ଏହି କାରଣରୁ ବ୍ୟବସାୟୀମାନେ ରାସ୍ତା ପାର୍ଶ୍ୱକୁ ଶୌଚାଳୟ ଭଳି ବ୍ୟବହାର କରୁଛନ୍ତି। ବାହାରୁ ଆସୁଥିବା ମହିଳାମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ସମସ୍ତ ଅଞ୍ଚଳ ୮ ନମ୍ବର ୱାର୍ଡ ଅଧୀନରେ ଆସଛି। ସେଠାକାର ପୂର୍ବତନ କର୍ପୋରେଟର ପି. ଆଶାରାଣୀଙ୍କ କହିବା ଅନୁଯାୟୀ, ବଡ଼ ବଜାର ଅଞ୍ଚଳର ଶୌଚାଳୟ ସମସ୍ୟା ନେଇ ବହୁବାର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ବଡ଼ବଜାର ଅଞ୍ଚଳରେ ସ୍ଥାନ ଅଭାବ ଯୋଗୁ କାର୍ଯ୍ୟ ଆଗେଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri