ବାଡ଼ ଅଛି, ଗଛ ନାହିଁ: ଉଜୁଡ଼ିଯାଉଛି ରାସ୍ତା ପାର୍ଶ୍ୱ ବନୀକରଣ

ଚମ୍ପୁଆ, ୨୮।୧୨(ଡି.ଏନ.ଏ.)-ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ସରକାର ରାସ୍ତାପାର୍ଶ୍ୱ ବନୀକରଣ ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ କିଛି ଦିନ ମଧ୍ୟରେ ରାସ୍ତାପାର୍ଶ୍ୱ ବନୀକରଣ ଉଜୁଡ଼ିଯାଉଛି। ବାଡ଼ ଅଛି, ବତା ଅଛି, ଗଛ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ପର୍ଶଳା ପଞ୍ଚାୟତର ଗୋପିନାଥପୁରଠାରେ। ରାସ୍ତାପାର୍ଶ୍ୱରେ ଲାଗିଥିବା ୪୦୦ରୁ ଊର୍ଦ୍ଧ୍ୱ ଚାରାରୁ ନାମକୁ ମାତ୍ର କେଇଟା ବଞ୍ଚିଥିବା ବେଳେ ଅନ୍ୟଗୁଡ଼ିକ ଦେଖିବାକୁ ମିଳୁନାହଁି। ନିୟମିତ ପାଣି ଦିଆ ନ ଯିବା ଓ ଯତ୍ନ ଅଭାବରୁ ଗଛଗୁଡ଼ିକ ମରିଯାଇଥିବା ସ୍ଥାନୀୟ ଲୋକ ମତ ଦେଇଛନ୍ତି।
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ଅନୁସାରେ ଗୋପୀନାଥପୁରଠାରୁ ଅରଡ଼େଇ ନଦୀ ପର୍ଯ୍ୟନ୍ତ ୩ଲକ୍ଷ ବ୍ୟୟ ଅଟକଳରେ ଚାରାରୋପଣ କରାଯାଇଥିଲା। ଏନେଇ ଏକ ଅସମ୍ପୂର୍ଣ୍ଣ ସୂଚନାଫଳକ ଲଗାଯାଇ ରାସ୍ତାର ଉଭୟପାର୍ଶରେ ବାଉଁଶ ବତା ଓ ସବୁଜ ବାଡ଼ ଲଗାଯାଇ ସ୍ଥାନୀୟ ଲୋକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ବର୍ଷାଦିନରେ ବନୀକରଣ ନିୟମ ରହିଥିବା ବେଳେ ଏହି କାର୍ଯ୍ୟ ବର୍ଷାଦିନ ଶେଷଭାଗରେ କରାଯାଇଥିଲା। ମାତ୍ର ପରେ ଏହାର ରକ୍ଷଣାବେକ୍ଷଣ ତଥା ପାଣି ଦିଆଯାଇ ନ ଥିବାରୁ ୪ ମାସ ଭିତରେ ପ୍ରାୟ ଅଧାରୁ ଅଧିକ ଗଛ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। କେଉଁଠି ବତା ଉପୁଡ଼ି ପଡ଼ିଛି ତ କେଉଁଠି ସବୁଜ ବାଡ଼ ଆଉ ନାହିଁ। ଏପରିକି କେଉଁଠି ମଶାରୀ କପଡ଼ା ବାଡ଼ ଦିଆଯାଇଛି। ଫଳରେ ୩ଲକ୍ଷ ପାଣିରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ଜିଆର୍‌ଏସ ଶନି ସାହୁ କହିଛନ୍ତି ଯେ, ଏହି କାର୍ଯ୍ୟରେ ମାତ୍ର ୧ଲକ୍ଷ ଟଙ୍କା ବିଲ୍‌ କରାଯାଇଛି। ବିଭାଗୀୟ ଯନ୍ତ୍ରୀ ଗଛ ନ ବଞ୍ଚିଲେ ବିଲ୍‌ କରିବେ ନାହଁି ବୋଲି ରୋକଠୋକ ଜଣାଇଦେବା ପରେ ଗ୍ରାମସାଥୀଙ୍କୁ ଜଣାଇଦେଇଛି। ସେ ୧୦ଦିନ ମଧ୍ୟରେ ନୂତନ ଗଛ ଲଗାଇବା ସହ ନିୟମିତ ପାଣି ଦେଇ ଗଛ ବଞ୍ଚାଇବେ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri