Posted inରାଜ୍ୟ

ରାଜ୍ୟରେ ୭୦୦ ଫାୟାର ପଏଣ୍ଟ

ଭୁବନେଶ୍ୱର, ୧୩ା୩(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଜାତୀୟ ପ୍ରସଙ୍ଗ ପାଲଟିଛି। ଏହା ଉପରେ ତାଜା ତଥ୍ୟ ଦେଉଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ସୂଚନାନୁସାରେ, ଶିମିଳିପାଳ ଜଙ୍ଗଲର ୯ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ମୋଟ୍‌ ୭୦୦ଟି ଫାୟାର ପଏଣ୍ଟ ପଞ୍ଜୀକରଣ କରାଯାଇଛି। ତେବେ ବନାଗ୍ନି ପ୍ରଶମନ ଓ ପରିଚାଳନା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଛି। ଶିମିଳିପାଳ ଜଙ୍ଗଲ ସମେତ ରାଜ୍ୟର କିଛି ଅଂଶରେ ବର୍ଷା ହୋଇଛି। ଫଳରେ ବ୍ୟାପୁଥିବା ବନାଗ୍ନି ରୋକିବାରେ ସହାୟକ ହେଉଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ଶିମିଳିପାଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି। କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ)ର ଆଇଜିଏଫ୍‌ ଅମିତ ମଲ୍ଲିକ ଓ ଅନ୍ୟତମ ସଦସ୍ୟ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଡିଡିଜି ସୁବ୍ରତ ମହାପାତ୍ର ଶିମିଳିପାଳରେ କ୍ୟାମ୍ପ୍‌ କରି ଜଙ୍ଗଲ ଓ ଲାଗିଥିବା ନିଆଁର କାରଣ, ନିୟନ୍ତ୍ରଣ ଓ କ୍ଷୟକ୍ଷତି ଆଦିକୁ ନିରୀକ୍ଷଣ କରୁଛନ୍ତି। ସେମାନଙ୍କ ସହ ଫାୟାର ଟାସ୍କ ଫୋର୍ସର ଦୁଇଜଣ ଅଧିକାରୀ ଅଛନ୍ତି। ସେମାନଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଜଙ୍ଗଲ ନିଆଁ ଯେପରି ଅଧିକ ତୀବ୍ର ନ ହେବ ସେଥିପାଇଁ ସତର୍କ ଓ ସଜାଗ ରହିବାକୁ କୁହାଯାଇଛି। ରାତିରେ ପାଟ୍ରୋଲିଂ ସହ ଅଗ୍ନି ସତର୍କତା ଗାଇଡ୍‌ଲାଇନ୍‌ ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କ୍ଷେତ୍ର ବନ କର୍ମଚାରୀଙ୍କ ସୂଚନା ଆଧାରରେ ଫାୟାର ପଏଣ୍ଟକୁ ଯିବାପରେ ଓଏଫ୍‌ଏମ୍‌ଏସ୍‌ରେ ଫଟୋ ସହିତ ପଦକ୍ଷେପ ନେଇ ସୂଚନା ଅପ୍‌ଲୋଡ୍‌ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନାନୁସାରେ, ସମସ୍ତ ଫାୟାର ପଏଣ୍ଟଗୁଡ଼ିକରୁ ୯୫%ରୁ ଅଧିକ ସ୍ଥାନରେ ନିଆଁକୁ ରୋକାଯାଇପାରିଛି। ବନାଗ୍ନି ହ୍ରାସ ପାଇଁ ନିୟୋଜିତ ଅଗ୍ନି ନିରୀକ୍ଷକ, ଭିତ୍ତିଭୂମି ସହ ନିଆଁ ଲିଭାରେ ବ୍ୟବହୃତ ଲିଫ୍‌ ବ୍ଲୋୟର ସଂଖ୍ୟାକୁ ପ୍ରାୟ ଦୁଇଗୁଣ ବୃଦ୍ଧି କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ପିଆର୍‌ଆଇ ଓ ଏସ୍‌ଏଚ୍‌ଜି ସହାୟତାରେ ସ୍ଥାନୀୟ ଅଧିବାସୀଙ୍କ ଯୋଗଦାନକୁ ସୁଦୃଢ଼ କରିବାକୁ ଡିଏଫ୍‌ଓମାନଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ଅଧ୍ୟକ୍ଷ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri