ଈଶୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ

ଈଶୋପନିଷଦର ବିଷୟବସ୍ତୁ ସମନ୍ବୟ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଏହି ଉପନିଷଦର ମୁଖ୍ୟ ଆଲୋଚ୍ୟ ବିଷୟ ହେଉଛି ସଂସାରରେ ଉପଲବ୍ଧ ସମସ୍ତ ବିନାଶଶୀଳ ପଦାର୍ଥକୁ ତ୍ୟାଗ ପୂର୍ବକ ଭୋଗ। ବ୍ୟାସ ଦେବଙ୍କ ଅନୁଶିଷ୍ୟ, ଯାଜ୍ଞବନ୍ଧକଙ୍କ ଦ୍ୱାରା ରଚିତ ଏହି ସମନ୍ବୟବାଦୀ ଉପନିଷଦରେ ଜ୍ଞାନ-କର୍ମ, ତ୍ୟାଗ-ଭୋଗ, ବିଦ୍ୟା-ଅବିଦ୍ୟା, ବସ୍ତୁବାଦ-ଅଧ୍ୟାତ୍ମବାଦ, ସୃଜନ-ବିନାଶ ତଥା ଏକେଶ୍ୱର ଓ ବହୁ ଈଶ୍ୱରବାଦ ମଧ୍ୟରେ ସନ୍ତୁଳନ ରକ୍ଷାକରି ସଫଳ ଜୀବନଯାପନ ପାଇଁ ଉପଦେଶ ଦିଆଯାଇଛି। ଏହି ଉପନିଷଦ ଶୁକ୍ଳ ଯଜୁର୍ବେଦ କାଣ୍ବ ଶାଖାର ୪୦ତମ ଅଧ୍ୟାୟରୁ ସୃଷ୍ଟି। ଏହାର ମନ୍ତ୍ର ସଂଖ୍ୟା ୧୮ ଓ ଶ୍ରୀମଦ୍‌ ଭଗବଦ୍‌ଗୀତାର ୧୮ ଅଧ୍ୟାୟ ପରି ପ୍ରତି ମନ୍ତ୍ର ମହତ୍ୱପୂର୍ଣ୍ଣ। ଶୃଙ୍ଖଳା ଦୃଷ୍ଟିରୁ ସମସ୍ତ ଉପନିଷଦ ମଧ୍ୟରେ ଏହାର ସ୍ଥାନ ପ୍ରଥମ। ବେଦର ତ୍ରୟ ସିଦ୍ଧାନ୍ତ ଯଥା ଈଶ୍ୱର, ଜୀବ, ପ୍ରକୃତି ତଥା ଜ୍ଞାନ, କର୍ମ ଓ ଉପାସନା ସମ୍ବନ୍ଧରେ ଏହି ଉପନିଷଦରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏହି ଉପନିଷଦର ୧୮ ଗୋଟି ମନ୍ତ୍ର ଦ୍ୱାରା କ୍ରମାନୁସାରେ ତ୍ୟାଗପୂର୍ବକ ଭୋଗ, ନିଷ୍କାମ କର୍ମ, ଅନୁଶାସନ ଉଲ୍ଲଂଘନର ଦୁଷ୍ପରିଣାମ, ବ୍ରହ୍ମଙ୍କର ସ୍ବରୂପ, ବ୍ରହ୍ମ ଅନୁଭୂତି କରିଥିବା ବ୍ୟକ୍ତିର ଲକ୍ଷଣ, ବିଦ୍ୟା-ଅବିଦ୍ୟା ଓ ସୃଜନ-ବିନାଶ ମଧ୍ୟରେ ସନ୍ତୁଳନର ସୂତ୍ର, ପରମାତ୍ମାଙ୍କଠାରେ ନିଜର ସ୍ବରୂପବୋଧ ତଥା ଶରୀରର ନଶ୍ୱରତା ଉପଲବ୍ଧି କରି ଜୀବନକୁ ଶ୍ରେଷ୍ଠ ମାର୍ଗରେ ଆଗେଇ ନେବାପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା ଆଦି ବିଷୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।
ସମଗ୍ର ମାନବ ଜାତିକୁ ସମ୍ବୋଧନ କରି ଉପନିଷଦକାର କହିଛନ୍ତି ଯେ, ସମଗ୍ର ଦୃଶ୍ୟମାନ ଜଗତ ତଥା ମାନବ ଶରୀର ଈଶ୍ୱରଙ୍କର ଆବାସ ସ୍ଥାନ। ତେଣୁ ଜୀବନ ରୂପକ ସମ୍ପଦ ତଥା ଈଶ୍ୱରଙ୍କ ସୃଷ୍ଟିରେ ଉପଲବ୍ଧ ସମସ୍ତ ସାଧନକୁ ତ୍ୟାଗପୂର୍ବକ ଭୋଗ କର। ସର୍ବଦା ନିଷ୍କାମ କର୍ମ ସମ୍ପାଦନ କର, ଯାହା ତୁମକୁ କର୍ମ ବନ୍ଧନରୁ ମୁକ୍ତ କରି ଦୀର୍ଘାୟୁ ଜୀବନ ପ୍ରଦାନ କରିବ। ସଦ୍‌ଜ୍ଞାନ ଓ ନିଷ୍କାମ କର୍ମର ପ୍ରତିକୂଳ ଆଚରଣ କରୁଥିବା ବ୍ୟକ୍ତି ଆନନ୍ଦ ରହିତ ହୋଇ ଅନ୍ଧକାରପୂର୍ଣ୍ଣ ଜୀବନଯାପନ କରିଥାଏ। ମନୁଷ୍ୟର ବ୍ରହ୍ମ ଅନୁଭୂତି ହେଲେ ମୋହ ଓ ଶୋକ ଦୂରୀଭୂତ ହୋଇଯାଇଥାଏ। ପରମାତ୍ମା ସର୍ବବ୍ୟାପୀ, ତେଜସ୍ବୀ, ବିଦେହ, ଅତୀନ୍ଦ୍ରିୟ, ପୂର୍ଣ୍ଣ, ଶୁଦ୍ଧ, ନିଷ୍ପାପ, କ୍ରାନ୍ତଦର୍ଶୀ, ମନୀଷୀ, ସର୍ବଜୟୀ ଓ ଓ୍ବୟଂଭୂ। ସେ ଆତ୍ମା ଭାବରେ ଶରୀରରେ ଓ ବ୍ରହ୍ମ ଭାବରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ। ସେଥିପାଇଁ ସେ ଦୂରଠାରୁ ଦୂର ଓ ନିକଟରୁ ନିକଟତର । ସେ ମନଠାରୁ ଅଧିକ ଗତିଶୀଳ ପରି ବୋଧ ହେଉଥିଲେ ମଧ୍ୟ ପ୍ରକୃତରେ ସେ ସ୍ଥିର। ସେ ଉଭୟ ଜଡ଼ ଓ ଚେତନ ପଦାର୍ଥ ମଧ୍ୟରେ ବିଦ୍ୟମାନ। ଯେଉଁ ବ୍ୟକ୍ତି ଈଶ୍ୱରଙ୍କର ଏହିପରି ସତ୍ତାକୁ ଉପଲବ୍ଧି କରିଥାଏ ସେ କଦାପି ଭ୍ରମିତ ହୋଇ ନ ଥାଏ। ଆତ୍ମଜ୍ଞାନ ପ୍ରାପ୍ତ ହେଲେ ବ୍ୟକ୍ତି ସମସ୍ତ ଜୀବଠାରେ ଐଶ୍ୱରୀୟ ସତ୍ତା ଅନୁଭବ କରିଥାଏ। ସେଥିପାଇଁ ସେ ମୋହ ଓ ଶୋକଠାରୁ ଊର୍ଦ୍ଧ୍ୱରେ ଅବସ୍ଥାନ କରିଥାଏ। ମନୁଷ୍ୟ ଅବିଦ୍ୟା ଓ ବିଦ୍ୟାକୁ ଏକ ସଙ୍ଗରେ ଜାଣିପାରିଲେ ଅବିଦ୍ୟା ଦ୍ୱାରା ମୃତ୍ୟୁକୁ ପାର କରି ବିଦ୍ୟା ଦ୍ୱାରା ଅମରତ୍ୱ ପ୍ରାପ୍ତ ହୁଏ। ଏହାର ଅର୍ଥ ଅପରା ବିଦ୍ୟା ସଂସାର ଜଞ୍ଜାଳରୁ ମୁକ୍ତ କରେ, ମାତ୍ର ପରାବିଦ୍ୟା ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତ କରି ମୋକ୍ଷ ପ୍ରଦାନ କରିଥାଏ। ଅସମ୍ଭୂତି ଓ ସମ୍ଭୂତି ଉଭୟକୁ ସାଧନ ଭାବରେ ବ୍ୟବହାର କଲେ ମନୁଷ୍ୟ ମୃତ୍ୟୁକୁ ପାର କରି ଅମରତ୍ୱ ପ୍ରାପ୍ତ ହୁଏ। ଅସଂଭୂତି ବା ବିନାଶ କଳାର ଉପାସନା ଦ୍ୱାରା ଇନ୍ଦ୍ରିୟ ଭୋଗ ପରି ଅନିଷ୍ଟକାରୀ ସାଧନଗୁଡ଼ିକ ନଷ୍ଟ ହୋଇଯାଏ, ଯାହାଦ୍ୱାରା ମୃତ୍ୟୁରୁ ମୁକ୍ତି ମିଳିଥାଏ। ମାତ୍ର ସମ୍ଭୂତି ବା ସୃଜନ କଳାର ଉପାସନା ଦ୍ୱାରା ସକାରାତ୍ମକ ନିଷ୍କାମ କର୍ମ ସମ୍ପାଦନ ହୁଏ, ଯାହାଦ୍ୱାରା ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟ ଅମର ରହେ। ଗୋଟିଏ ବ୍ୟକ୍ତିଗତ ଉନ୍ନତିର ମାର୍ଗ ହୋଇଥିବା ବେଳେ ଅନ୍ୟଟି ସାମୂହିକ ଉନ୍ନତିର ପଥ ।
ଅଜ୍ଞାନତା ଓ ଭୋଗ୍ୟ ବସ୍ତୁର ମୋହ ବା ଆବରଣ ଦ୍ୱାରା ଈଶ୍ୱର ଉପଲବ୍ଧି ହୋଇପାରି ନ ଥାଏ। (ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟାପିହିତଂ ମୁଖମ୍‌)। ତେଣୁ ସତ୍ୟବୋଧ ପାଇଁ ଆତ୍ମ ଅବଲୋକନ କରୁଥିବା ବ୍ୟକ୍ତି ଏହିପରି ମୋହିତ ବସ୍ତୁରୁ ନିବୃତ ରହିବା ଦରକାର। ଅଜ୍ଞାନର ଅନାବରଣ ହେଲେ ବ୍ୟକ୍ତି ନିଜ ମଧ୍ୟରେ ବ୍ରହ୍ମ ଦର୍ଶନ କରିଥାଏ। ଆତ୍ମା ଅମର, ମାତ୍ର ଶରୀର ମରଣଶୀଳ। ସେଥିପାଇଁ ହେ ଶରୀରଧାରୀ ମାନବ ସର୍ବଦା ପରମାତ୍ମାଙ୍କୁ ସ୍ମରଣ କର, ନିଜର ସାମର୍ଥ୍ୟ ଓ କୃତ କର୍ମକୁ ସ୍ମରଣ କର। ଈଶ୍ୱର ଉପାସନା ଓ ଆତ୍ମାବଲୋକନ ମନୁଷ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେବ। ଅନ୍ତିମରେ ସର୍ବଶକ୍ତିମାନ ପରମାତ୍ମାଙ୍କୁ ବିନୟର ସହ ଭୂମିଷ୍ଟ ହୋଇ ପ୍ରଣାମ କରିବା ସହିତ କୁଟିଳ ପାପ କର୍ମରୁ ନିବୃତ ରହି ଶ୍ରେଷ୍ଠ ଓ ଐଶ୍ୱର୍ଯ୍ୟ ଦିଗରେ ମାର୍ଗ ଦର୍ଶନ ପାଇଁ ସର୍ବଦା ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଲାଗି ଉପଦେଶ ଦିଆଯାଇଛି।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri