ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା ସତ୍ୟତା ଜାଣିବା ପାଇଁ ଆମକୁ ଭାରତୀୟ ଇତିହାସର କିଛି ଭାଗ ବୁଝିବାକୁ ପଡ଼ିବ। ଭାରତରେ ପ୍ରଥମେ ମୌର୍ଯ୍ୟ ସାମ୍ରାଜ୍ୟ ଥିଲା।
ପାଟଳିପୁତ୍ରରୁ ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମରେ ଭାରତର ବିଭିନ୍ନ ଅଞ୍ଚଳ ସହ ବାଣିଜି୍ୟକ ମାର୍ଗ ମାଧ୍ୟମରେ ଏହା ନିଜର ଶକ୍ତି ପ୍ରତିଷ୍ଠା କରିଥିଲା ବୋଲି ଅଶୋକଙ୍କ ରାଜକୀୟ ଆଦେଶ ବା ଅନୁଶାସନରେ ସୂଚିତ କରାଯାଇଛି।
ଯେତେବେଳେ ଜଣେ ଅଶୋକଙ୍କ ରାଜକୀୟ ଆଦେଶଗୁଡ଼ିକୁ ପଢ଼ିବ ସେତେବେଳେ ଜାଣିବାକୁ ପାଇବ ଯେ, ଦୁଇଟି ଗୋଷ୍ଠୀର ବିଚାରଧାରା ଏହି ଭୂମିରେ ପ୍ରାଧାନ୍ୟ ବିସ୍ତାର କରିଥିଲ। ପ୍ରଥମଟି ଶ୍ରମଣ କିମ୍ବା ଆଶ୍ରମ ବ୍ୟବସ୍ଥା ଯଥା ବୌଦ୍ଧ ଏବଂ ଜୈନ। ଅନ୍ୟଟି ବ୍ରାହ୍ମଣ, ଯାହା ବୈଦିକ ବିଚାରଧାରାକୁ ଗୁରୁତ୍ୱ ଦେଇଥିଲା। ଅଶୋକଙ୍କ ସମସ୍ତ ରାଜକୀୟ ଆଦେଶରେ ପ୍ରକୃତରେ ଅନ୍ୟ କୌଣସି ପ୍ରମୁଖ ଧର୍ମ ବିଷୟରେ ଲେଖା ନାହଁି। ଏହା କେବଳ ବୌଦ୍ଧଧର୍ମ ପ୍ରତି ଢଳି ରହିଥିବା ବେଳେ ଅନ୍ୟ ଧର୍ମକୁ ଏହା ପସନ୍ଦ କରି ନ ଥିବା ଜଣାପଡ଼େ। ସେହି ସମୟରେ ସାମ୍ରାଜ୍ୟ ଏବଂ ରାଜତନ୍ତ୍ରର ଧାରଣା ଅତ୍ୟନ୍ତ ଶକ୍ତିଶାଳୀ ହେଲା ଏବଂ ସମଗ୍ର ଭାରତରେ ସାମ୍ରାଜ୍ୟର ଧାରଣା ଶକ୍ତିଶାଳୀ ଥିଲା ଓ ଭାରତର ବିଭିନ୍ନ ଅଞ୍ଚଳରେ ରାଜଶାସନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସେହି ସମୟ ଯେତେବେଳେ ପୁରୁଣା ବୈଦିକ ବ୍ୟବସ୍ଥାର ପ୍ରାସଙ୍ଗିକତା ଥିଲାପରି ମନେହୁଏ। ପୁରାତନ ବୈଦିକ ବ୍ୟବସ୍ଥା ପଶୁପାଳକ ଏବଂ କୃଷି ସମ୍ପ୍ରଦାୟ ସହ ଜଡ଼ିତ ଥିବା ବୈଦିକ ସ୍ତୋତ୍ରରେ ପ୍ରମାଣ ରହିଛି ଓ ବୈଦିକ ମନ୍ତ୍ର ବ୍ରାହ୍ମଣ ନାମରେ ଜଣାଶୁଣା। ତେବେ ବୈଦିକ ସମୟର ପରିସମାପ୍ତି ଘଟି ବାଣିଜି୍ୟକବାଦ ସିଦ୍ଧାନ୍ତ ଆଧାରିତ ଏକ ନୂତନ ବିଶ୍ୱ ସୃଷ୍ଟି ହେଲା। ଏଥିରେ ରାଜପଥ ମାଧ୍ୟମରେ ଉତ୍ତର ଭାରତରୁ ମଧ୍ୟଏସିଆ ପର୍ଯ୍ୟନ୍ତ ଏବଂ ଏପରିକି ବିନ୍ଧ୍ୟ ପର୍ବତଠାରୁ ନର୍ମଦାର ଦକ୍ଷିଣରେ ଥିବା ଅଞ୍ଚଳ ଏବଂ ଭାରତର ପୂର୍ବ ଓ ପଶ୍ଚିମ ଉପକୂଳ ମଧ୍ୟରେ ସଂଯୋଗ ସ୍ଥାପନ ହୋଇଥିଲା। ଏହି ସମୟରେ ବ୍ରାହ୍ମଣମାନେ ବର୍ଣ୍ଣାଶ୍ରମ ବ୍ୟବସ୍ଥା ଆଧାରିତ ଏକ ନୂଆ ତତ୍ତ୍ୱକୁ ପ୍ରଚାର କରିବା ଆରମ୍ଭ କରିଦେଇଥିଲେ।
ଧର୍ମଶାସ୍ତ୍ରଗୁଡ଼ିକ ବ୍ରାହ୍ମଣମାନଙ୍କ ଦ୍ୱାରା ଲେଖାଯାଇଥିଲା। ଲୋକମାନେ କିଭଳି ଜୀବନଧାରଣ କରିବେ ସେ ସମ୍ପର୍କରେ ସେଥିରେ ବ୍ୟାଖ୍ୟା କରାଯାଇଥିତ୍ଲା। ସେମାନେ ସମାଜକୁ ଚାରୋଟି ମୁଖ୍ୟ ବର୍ଗରେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କଲେ । ସେମାନେ କହିଥିଲେ, ଆମେ ଯେଉଁ ବର୍ଗରେ ଅନ୍ତର୍ଭୁକ୍ତ ସେହି ଅନୁଯାୟୀ ଆମକୁ ଜୀବନଧାରଣ କରିବାକୁ ହେବ। ଏହାସହ ତୁମକୁ ଯାହା ଉପଯୁକ୍ତ ମନେହେଉଛି ତାହାକୁ ଅନୁସରଣ କରି ବଞ୍ଚିବାକୁ ପଡ଼ିବ। ପ୍ରଥମେ ଆମକୁ ଜଣେ ଛାତ୍ର ଭାବରେ, ପରେ ଜଣେ ଗୃହସ୍ଥ ଭାବେ ଜିଇବାକୁ ପଡ଼ିବ। ତା’ପରେ ସଂସାର ତ୍ୟାଗୀ ଏବଂ ଶେଷରେ ଜଣେ ସନ୍ନ୍ୟାସୀ ଭାବରେ ବଞ୍ଚିବାକୁ ହେବ। ଅନ୍ୟ ଅର୍ଥରେ, ଉଭୟ ପରିବାରର ବୃତ୍ତି ଏବଂ ବିବାହକୁ ଗୁରୁତ୍ୱ ଦିଆଯାଇଥିଲା। ଏହା ବୌଦ୍ଧଧର୍ମ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିପରୀତ ଥିଲା। ବୌଦ୍ଧ ଧର୍ମରେ ବିବାହ ନ କରିବା, ପାରିବାରିକ ବୃତ୍ତି ତ୍ୟାଗ କରିବା ଏବଂ ସନ୍ନ୍ୟାସୀ ହେବାର ବ୍ୟବସ୍ଥା ଥିଲା । ତେବେ ସେହି ସମୟରେ ପ୍ରାରମ୍ଭିକ ଧର୍ମଶାସ୍ତ୍ର ଲେଖା ଆରମ୍ଭ ହେଲା। ପ୍ରଥମେ ଲେଖାଯାଇଥିବା ଧର୍ମଶାସ୍ତ୍ର ଧର୍ମସୂତ୍ର ଭାବରେ ଜଣାଶୁଣା। କାରଣ ସେଗୁଡ଼ିକ ହେଉଛି ସଂକ୍ଷିପ୍ତ ମନ୍ତ୍ର ବା ସୂକ୍ତି କିମ୍ବା ସୂତ୍ରରେ ଲେଖାଯାଇଥିଲ। ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦ରେ ଗୌତମ ଏବଂ ବୌଦ୍ଧଯାନ ଏଗୁଡ଼ିକୁ ଲେଖି ଲୋକପ୍ରିୟ ହୋଇପାରିଥିଲେ। ଧର୍ମଶାସ୍ତ୍ର ସହିତ ସେ ସମୟରେ କାମଶାସ୍ତ୍ର ଓ ଅର୍ଥଶାସ୍ତ୍ର ରଚନା କରାଯାଇଥିଲା। ମୋକ୍ଷ ବିଷୟରେ ବିଭିନ୍ନ ବୈଦିକ ଦର୍ଶନକୁ ନେଇ ମୋକ୍ଷଶାସ୍ତ୍ର ମଧ୍ୟ ରଚନା କରାଯାଇଥିଲା। ଏପରିକି ମହାଭାରତର ଶାନ୍ତି ପର୍ବ ଏବଂ ଅନୁଶାସନ ପର୍ବରେ ଆମେ ଏହିସବୁ ଧାରଣା ପାଇଥାଉ।
ପ୍ରାୟ ତୃତୀୟ ଶତାବ୍ଦୀ ବେଳକୁ ଉତ୍ତର ଭାରତରେ ଗୁପ୍ତବଂଶର ରାଜାମାନଙ୍କ ଉତ୍‌ଥାନ ହୋଇଥିଲା। ସେହି ସମୟରେ ମନୁସ୍ମୃତି ରଚନା କରାଯାଇଥିଲା। ମନୁସ୍ମୃତି ପୂର୍ବରୁ ରଚିତ ଧର୍ମ ସୂତ୍ରଠାରୁ ସାମାନ୍ୟ ଭିନ୍ନ ଥିଲା। ଏହା ସୂତ୍ର ଶୈଳୀକୁ ତ୍ୟାଗକରି ଶ୍ଳୋକ ଶୈଳୀକୁ ଅନୁସରଣ କଲା, ଯାହାକି ଥିଲା ଅଧିକ ପଦ୍ୟାତ୍ମକ। ମନୁସ୍ମୃତିର ଅନ୍ୟ ନାମ ମାନବଧର୍ମ ଶାସ୍ତ୍ର। କୁହାଯାଏ ଏହାକୁ ବିଶ୍ୱର ପ୍ରଥମ ମଣିଷ ମନୁ ରଚନା କରିଥିଲେ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ଏହାକୁ ଲେଖିଥିଲେ। ଏହା ନିଶ୍ଚିତ ଯେ, ବ୍ରାହ୍ମଣମାନଙ୍କ ଦ୍ୱାରା ଲିଖିତ ଧର୍ମଶାସ୍ତ୍ର ବା ସୂତ୍ର ଆଉ ଧର୍ମନିରପେକ୍ଷ ଗ୍ରନ୍ଥ ହୋଇ ରହିଲା ନାହିଁ। ପ୍ରଥମରୁ ରଚିତ ଧର୍ମଶାସ୍ତ୍ରଗୁଡ଼ିକ କିପରି ଲୋକମାନେ ନିଜ ଜୀବନ ବଞ୍ଚାଇବା ଉଚିତ ତାହା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ସେଥିରେ ରାଜ୍ୟ ପ୍ରସଙ୍ଗରେ ଅଧିକ କିଛି ଲେଖା ନ ଥିଲା। କିନ୍ତୁ ମନୁସ୍ମୃତି ରାଜ୍ୟ ପ୍ରସଙ୍ଗରେ ବହୁତ ଦର୍ଶାଇଥିଲା, ଯାହା ରାଜାମାନଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟ ହୋଇପାରିଥିଲା। ମନୁସ୍ମୃତିରେ ଅନେକ ଟୀକା ଟିପ୍ପଣୀ ତଥା ନିବନ୍ଧ ଉଲ୍ଲେଖ କରାଯାଇଥିଲା ଏବଂ ଏହା ଭାରତର ବିଭିନ୍ନ ରାଜ୍ୟ ସମେତ ଦକ୍ଷିଣ ଏସିଆକୁ ବ୍ୟାପିଥିଲା। ଉଦାହରଣ ସ୍ବରୂପ, ବର୍ମା ଏବଂ ଥାଇଲାଣ୍ଡର ରାଜାମାନେ ମନୁସ୍ମୃତି ସମ୍ପର୍କରେ ଆଲୋଚନା କଲେ। ତେବେ ଦକ୍ଷିଣ-ପୂର୍ବ ଏସିଆରେ ରାଜାମାନେ ମନୁସ୍ମୃତିର ରାଜକୀୟ ଦିଗ ଉପରେ ଧ୍ୟାନ ଦେଇଥିଲେ, ହେଲେ ଜାତି ଉପରେ ଚିନ୍ତା କରି ନ ଥିଲେ। କିନ୍ତୁ ଭାରତରେ ମନୁସ୍ମୃତିର ରାଜ୍ୟ ଶାସନର ନୀତି ଓ ନିୟମ ଦିଗକୁ ଗୁରୁତ୍ୱ ଦେବା ବଦଳରେ ଏହାର ଜାତି ଅଂଶଟି ଉପରେ ପ୍ରାଧାନ୍ୟ ଦିଆଗଲା।
ଧର୍ମଶାସ୍ତ୍ରଗୁଡ଼ିକ ବିଶ୍ୱାସ କରେ ଯେ, ବିଭିନ୍ନ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି। ସମାଜରେ ସ୍ଥିତିକୁ ଆଧାର କରି ଲୋକମାନଙ୍କ ମଧ୍ୟରେ ଏହି ଭିନ୍ନତା ସମାନତାର ନୀତି ବିରୁଦ୍ଧ। ସେଥିପାଇଁ ଏବେ ପଣ୍ଡିତମାନେ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି। ଲିଙ୍ଗଗତ ବିଚାରରେ ଏହା ମଧ୍ୟ ମହିଳାମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖେ, ପୁରୁଷଙ୍କ ସହ ସେମାନେ ସମାନ ନୁହେଁ ବୋଲି ଦର୍ଶାଏ। ବିଂଶ ଶତାବ୍ଦୀରେ ମହିଳାଙ୍କ ଅଧିକାର ଆନ୍ଦୋଳନର ଉତ୍‌ଥାନ ପର୍ଯ୍ୟନ୍ତ ସବୁ ସମାଜରେ ଏଭଳି ଧାରଣା ସ୍ବାଭାବିକ ଥିଲା। ସମସ୍ତ ଧର୍ମଶାସ୍ତ୍ର ବିଶ୍ୱାସ କରନ୍ତି ଯେ, ସ୍ଥାନ, ସମୟ ଏବଂ ଲୋକଙ୍କୁ ନେଇ ନିୟମଗୁଡ଼ିକୁ ବଦଳାଇବାକୁ ପଡ଼ିବ ଏବଂ କୌଣସି ନିୟମ ସ୍ଥାୟୀ କିମ୍ବା କଠୋର ନୁହେଁ। ଏଭଳି ବିଶ୍ୱାସ ଧର୍ମଶାସ୍ତ୍ରଗୁଡ଼ିକୁ ବିଶ୍ୱର ଅନ୍ୟ ଭାଗରେ ଥିବା ଧର୍ମୀୟ ଆଦେଶଠାରୁ ବହୁତ ଭିନ୍ନ କରିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri