‘ନକାରାତ୍ମକ ମନୋଭାବର ପ୍ରତିଫଳନ’

କଟକ ଅଫିସ,୨୦ା୫: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିବାବେଳେ ଏବେ ହାଇକୋର୍ଟ ବାର୍‌ ଆସୋସିଏଶନ ଏହାକୁ ବିରୋଧ କରିବା ଘଟଣା ନୂଆ ମୋଡ଼ ନେଇଛି। ହାଇକୋର୍ଟ ବାର୍‌ ଆସୋସିଏଶନର ସଭାପତି ବରିଷ୍ଠ ଆଇନଜୀବୀ କାଳିପ୍ରସନ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ୨ଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦେଇଥିବା ପ୍ରସ୍ତାବକୁ ନିନ୍ଦା କରାଯାଇଥିଲା। ସମ୍ପ୍ରତି ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ ଦୂରତାକୁ ହ୍ରାସ କରିଛି। ତେଣୁ ଅନ୍ୟସ୍ଥାନରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା କେବଳ ଭିତ୍ତିଭୂମି କ୍ଷେତ୍ରରେ ଅର୍ଥ ବ୍ୟୟ କରିବା ଛଡ଼ା ଆଉ କିଛି ନୁହେଁ। ତେଣୁ ଏକ ଆକ୍ସନ କମିଟି ଗଠନ କରାଯାଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ମଞ୍ଜୁରୀ ନ ଦେବାକୁ ଅନୁରୋଧ କରାଯିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଛି ବୋଲି ମିଶ୍ର କହିଛନ୍ତି।
ଅପରପକ୍ଷରେ ହାଇକୋର୍ଟ ବାର୍‌ ଆସୋସିଏଶନର ଏଭଳି ପ୍ରସ୍ତାବକୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ବାର୍‌ ଆସୋସିଏଶନଗୁଡ଼ିକରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହାଇକୋର୍ଟ ବାର୍‌ ଆସୋସିଏଶନର ଏଭଳି ନିଷ୍ପତ୍ତି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ବିରୋଧୀ ମନୋଭାବକୁ ସୂଚାଉଛି ବୋଲି କୁହାଯାଉଛି। ହାଇକୋର୍ଟ ବାର ଆସୋସିଏଶନର ଏଭଳି ନିଷ୍ପତ୍ତିକୁ ସମ୍ବଲପୁର ଜିଲା ଓକିଲ ସଂଘ ନିନ୍ଦା କରିିଛି। ହାଇକୋର୍ଟର କେତେଜଣ ମୁଷ୍ଟିମେୟ ଓକିଲଙ୍କ ଏହା ନକାରାତ୍ମକ ମନୋଭାବର ପ୍ରତିଫଳନ ବୋଲି ଜିଲା ସଂଘ ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି। ପୂର୍ବରୁ ରାଜ୍ୟ ସରକାର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ୫ କୋଟି ଟଙ୍କାର ବଜେଟ ଅନୁମୋଦନ କରିବା ସହ ଆବଶ୍ୟକ ଜମି ଓ ଭିତ୍ତିଭୂମି ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ବାରମ୍ବାର ରାଜ୍ୟ ସରକାର ଓ ହାଇକୋର୍ଟକୁ ସ୍ପଷ୍ଟୀକରଣ ମାଗିଛନ୍ତି। ଆଇନ ବିଶାରଦ ଓ ଯଶବନ୍ତ ସିଂ କମିଟି ରିପୋର୍ଟ ଅନୁସାରେ ରାଜ୍ୟରେ ହାଇକୋର୍ଟ ବେଞ୍ଚର ଆବଶ୍ୟକ ରହିଛି। ତେଣୁ ରାଜ୍ୟ ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଏହା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ପରିସ୍ଥିତିରେ ହାଇକୋର୍ଟ ବାର୍‌ର କେତେଜଣ ଓକିଲ ନିଜ ସ୍ବାର୍ଥ ଦୃଷ୍ଟିରୁ ଆପତ୍ତି ଓ ବିରୋଧ କରୁଛନ୍ତି। ହେଲେ ରାଜ୍ୟ ଓ କେନ୍ଦ୍ର ସରକାର କାହାରି ଚାପରେ ନ ଆସି ଆଇନଗତ ପ୍ରକ୍ରିୟା ଶେଷ କରି ଖୁବ୍‌ଶୀଘ୍ର ବେଞ୍ଚ ସ୍ଥାପନ କରନ୍ତୁ ବୋଲି ସୁରେଶ୍ୱର କହିଛନ୍ତି। ସେହିପରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ କିଛି ସ୍ବାର୍ଥବାଦୀ ଗୋଷ୍ଠୀ ସେମାନଙ୍କ ବୃତ୍ତିଗତ ସ୍ବାର୍ଥରେ ବାଧା ଆସିବା ଆଶଙ୍କା କରି ଉଦ୍ଦେଶ୍ୟ ମୂଳକଭାବେ ବିରୋଧ କରୁଛନ୍ତି ବୋଲି କୋରାପୁଟ ଜିଲା ଓକିଲ ସଂଘ ସମ୍ପାଦକ ମନୋରଞ୍ଜନ ରାଉତରାୟ କହିଛନ୍ତି। ହାଇକୋର୍ଟ କାହା ଚାପରେ ନ ଆସି ସ୍ପଷ୍ଟ ମତ ରଖିବେ ବୋଲି ଆମର ବିଶ୍ୱାସ। ଅନେକ ବର୍ଷ ହେଲାଣି ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆମେ ଦାବି କରି ଆସୁଛୁ। ଆବଶ୍ୟକ ହେଲେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ରାଉତରାୟ କହିଛନ୍ତି। ସେହିପରି ଗଞ୍ଜାମ ଜିଲା ଓକିଲ ସଂଘ ମଧ୍ୟ ହାଇକୋର୍ଟ ବାରର ନିଷ୍ପତ୍ତିକୁ ବିରୋଧ କରିଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ଥାନ ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଅପରିହାର୍ଯ୍ୟ ହୋଇପଡ଼ିଛି। ଏଥିପାଇଁ ଗଞ୍ଜାମ ଓକିଲ ସଂଘ ଓ ଜିଲା କୋର୍ଟ ପରିସରରେ ସମସ୍ତ ଭିତ୍ତିଭୂମି ରହିଛି। ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଏକ ମାତ୍ର ବିକଳ୍ପ । ଏଣୁ ରାଜ୍ୟ ସରକାର ଅଧିକ ଅବହେଳା ନ କରି ତୁରନ୍ତ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ଗଞ୍ଜାମ ଜିଲା ଓକିଲ ସଂଘ ସମ୍ପାଦକ ସୁଶୀଳ କୁମାର ତ୍ରିପାଠୀ କହିଛନ୍ତି। ସେହିପରି ଆସନ୍ତା ୨୧ ତାରିଖରେ ଗଞ୍ଜାମ ଓକିଲ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଏଥିରେ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳରେ ରହୁଥିବା ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ କର୍ମକର୍ତ୍ତା ଓ ଖବରଦାତାମାନେ ଯୋଗଦେଇ ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି। ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲେ ସଂଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?