ସେପଟେ ପାଣି, ଏପଟେ ବାଲି

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍‌, ୨୦।୫: ସେପଟେ ଢେଉ ଖେଳୁଛି ଅକାତକାତ ଜଳରାଶି। ଏପଟେ ରାଶି ରାଶି ବାଲି। ମରୁଭୂମିର ଭ୍ରମ। ଶୁଖିଲା ପଡ଼ିଛି ନଦୀ ଶଯ୍ୟା। ସୀମାନ୍ତ ଛତିଶଗଡ଼ର କଲ୍‌ମା ବ୍ୟାରେଜ୍‌ ଉପରୁ ମହାନଦୀର ଉଭୟ ପଟକୁ ଚାହିଁଲେ ଏଭଳି କିଛି ଦୃଶ୍ୟ ବ୍ୟଥିତ କରୁଛି। ଏଥିରୁ ସ୍ପଷ୍ଟ ହୋଇଛି ଓଡ଼ିଶାର ଜୀବନଧାରା କୁହାଯାଉଥିବା ମହାନଦୀ ଉପରେ ପଡ଼ୋଶୀ ରାଜ୍ୟର ଏଭଳି ଏକଚାଟିଆ ଅଧିକାର, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ କାର୍ଯ୍ୟକର୍ତ୍ତା।
ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ସଙ୍ଗଠନର ୧୫ଜଣ ସଦସ୍ୟ ଗୁରୁବାର କଲ୍‌ମା ବ୍ୟାରେଜ୍‌ ଉପରୁ ନଦୀର ଉଭୟ ପାର୍ଶ୍ୱର ଭିଡିଓ ଉତ୍ତୋଳନ କରି ସାର୍ବଜନୀନ କରିଛନ୍ତି। ଛତିଶଗଡ଼ ସରକାରଙ୍କ କିଭଳି ନଦୀ ପାଣିକୁ ଅବରୋଧ କରି ମନମାନି କରୁଛି ଏବଂ ତଳମୁଣ୍ଡକୁ ପ୍ରବାହିତ ହେବାକୁ ଦେଉନାହିଁ, ତାହା ଏହି ଭିଡିଓ ଚିତ୍ରରୁ ସ୍ପଷ୍ଟ ହୋଇଛି। କିଛିଦିନ ତଳେ ବ୍ୟାରେଜ୍‌ ନିକଟ ଓଡ଼ିଶା ପାର୍ଶ୍ୱରେ ମହାନଦୀରେ ପ୍ରବଳ ସ୍ରୋତ ପ୍ରବାହିତ ହେଉଥିଲା। ଏବେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇିଛି। ଓଡ଼ିଶା ପାର୍ଶ୍ୱ ନଦୀଶଯ୍ୟା ଟାଙ୍ଗରା ପଡ଼ିଛି। କାରଣ ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍‌ ବନ୍ଦ କରି ଦେଇଛନ୍ତି। ଏହାର ପ୍ରତିବାଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ର କର୍ମକର୍ତ୍ତା। ତୁରନ୍ତ ୫ଟି ଗେଟ୍‌ ଖୋଲିବା ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବ ବୋଲି ଜଳପୁରୁଷ ରାଜେନ୍ଦ୍ର କହିଛନ୍ତି। କଲ୍‌ମା ଏବଂ ସୁଖାସୋଢ଼ାଠାରେ ମହାନଦୀର ଦୃଶ୍ୟ ଦେଖି ଜଳପୁରୁଷ ରାଜେନ୍ଦ୍ର ଗଭୀର ଭାବେ ମର୍ମାହତ ହୋଇପଡ଼ିବା ସହ ଭାବବିହ୍ବଳ ବାର୍ତ୍ତା ଦେଇଛନ୍ତି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସେ ଓଡ଼ିଶାରେ ଥିବା ପର୍ଯ୍ୟନ୍ତ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ମହାନଦୀ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଚରମ ଅବହେଳାକୁ ଦର୍ଶାଇ ତୀବ୍ର ସମାଲୋଚନା କରିଛନ୍ତି। କାବେରୀ ଜଳ ବିବାଦ ପ୍ରସଙ୍ଗରେ ୭୦ ବର୍ଷ ହେଲା ଟ୍ରିବ୍ୟୁନାଲ୍‌ ଚାଲିଥିବାବେଳେ ଏହାର ସମାଧାନ ହୋଇପାରୁନାହିଁ। ମହାନଦୀ ଜଳ ବିବାଦ କେମିତି ଟ୍ରିବ୍ୟୁନାଲରେ ସମାଧାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ମହାନଦୀର ପୁନରୁଦ୍ଧାର ଲାଗି ଆଲୋଚନା କରନ୍ତୁ ବୋଲି ସେ ଦାବି କରିଛନ୍ତି। ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ର ଆବାହକ ସୁଦର୍ଶନ ଦାସ କହିଛନ୍ତି, କଲ୍‌ମା ନିକଟରେ ଛତିଶଗଡ଼ ସରକାର ମହାନଦୀର ତଣ୍ଟି ଚିପି ଦେଇଛନ୍ତି। ସୁଖାସୋଢ଼ାଠାରେ ରାଜ୍ୟ ସରକାର ମହାନଦୀକୁ ହତ୍ୟା କରିଛନ୍ତି। ପଡ଼ୋଶୀ ରାଜ୍ୟର କାର୍ଯ୍ୟକଳାପକୁ ରାଜ୍ୟ ସରକାର ବିରୋଧ ମଧ୍ୟ କରୁନାହାନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଏକଦିବସୀୟ ସତ୍ୟାଗ୍ରହ କରାଯିବ ବୋଲି ସୁଦର୍ଶନ ସୂଚନା ଦେଇଛନ୍ତି। ୨୦୧୮ରେ ଏହି ଅଞ୍ଚଳରେ ପ୍ରବଳ ପାଣି ଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଏବଂ ଦଳୀୟ ବିଜେଡି ନେତାମାନେ ଆସି ତମ୍ବିତୋଫାନ କଲେ। ତେବେ ୨୦୧୯ ନିର୍ବାଚନ ସରିବା ପରେ ସବୁ ନୀରବି ଗଲେ। ପୁଣି ନିର୍ବାଚନ ଆସିଲେ ବିଜେଡି ନେତାମାନେ ଆସି ପହଞ୍ଚତ୍ବେ। ଇତିହାସ କେବେ ହେଲେ ଭଳି ସରକାରକୁ କ୍ଷମା ଦେବେ ନାହିଁ ବୋଲି ସୁଦର୍ଶନ କହିଛନ୍ତି। କଲ୍‌ମା ବ୍ୟାରେଜ୍‌ ଉପରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ଆବାହକ ବାସୁଦେବ ଭଟ୍ଟ, ବିନୋଦ ବେଦଙ୍କର, ନରେନ୍ଦ୍ର ଚୁଗ୍‌, ଅକ୍ଷୟ ଜେନା, ଅଶୋକ ଠାକେର, ପ୍ରତାପ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri