Posted inଜାତୀୟ

ଭଗବାନ୍‌ଙ୍କ ଉପରେ ପ୍ରତିଶୋଧ ପାଇଁ ଚୋରି

ଦୁର୍ଗ,୧ା୯: ପ୍ରାୟ ୧୨ ବର୍ଷ ଧରି ଛତିଶଗଡ଼ର ଦୁର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ମନ୍ଦିରଗୁଡ଼ିକର ଦାନବାକ୍ସରୁ ଟଙ୍କା ଗାଏବ ହୋଇଯାଉଥିଲା। ତାଲା ଭାଙ୍ଗି ଦାନ ବାକ୍ସଗୁଡିକରୁ ଟଙ୍କା ଚୋରି ହେଉଥିଲା। ଶନିବାର ଦୁର୍ଗ ପୋଲିସ ୟଶଓ୍ବନ୍ତ ଉପାଧ୍ୟାୟ (୪୫) ନାମକ ଜଣେ ଏଚ୍‌ଆଇଭି ପଜିଟିଭ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ସେ ଦୋଷ ସ୍ବୀକାର କରିଛନ୍ତି। ତାଙ୍କୁ ଏଚ୍‌ଆଇଭି ସଂକ୍ରମଣ ହୋଇଥିବାରୁ ଏଥିପାଇଁ ସେ ଭଗବାନ୍‌ଙ୍କୁ ଦାୟୀ କରିଛନ୍ତି। ଭଗବାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ୧୨ ବର୍ଷ ହେବ ବିଭିନ୍ନ ମନ୍ଦିରର ଦାନବାକ୍ସରୁ ଟଙ୍କା ଚୋରାଉଥିଲେ ବୋଲି ୟଶଓ୍ବନ୍ତ କହିଛନ୍ତି। ୨୦୧୨ରେ ଏକ ମାର୍‌ପିଟ ମାମଲାରେ ଜେଲରେ ଥିବା ସମୟରେ ସେ ଏଚ୍‌ଆଇଭି ଆକ୍ରାନ୍ତ ହୋଇଥିଲେ। ଏହାପରେ ଧର୍ମ ଏବଂ ଈଶ୍ୱରଙ୍କ ଉପରୁ ତାଙ୍କର ଭରସା ଉଠିଯାଇଥିଲା। ଏଚ୍‌ଆଇଭି ସଂକ୍ରମଣକୁ ସେ ଭଗବାନଙ୍କ ଖେଳ ବୋଲି ବିବେଚନା କରି ଈଶ୍ୱରଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ ଏବଂ ୨୦୧୩ରେ ପ୍ରଥମ ଥର ପାଇଁ ମନ୍ଦିରରେ ଚୋରି କରିଥିଲେ। ପୋଲିସ ସୂଚନା ଅନୁଯାୟୀ, ୟଶଓ୍ବନ୍ତ ଦୁର୍ଗ ଓ ଏହାର ଆଖପାଖ ମନ୍ଦିରରେ ଅତି କମ୍‌ରେ ୧୦ଟି ଚୋରି କରିଥିବାର ସ୍ବୀକାର କରିଛନ୍ତି। ତେବେ ସେ ଆହୁରି ଅଧିକ ଚୋରି କରିଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି। ପ୍ରତ୍ୟେକ ଥର ସେ ସମାନ ଶୈଳୀରେ ଚୋରି କରୁଥିଲେ। ସେ ଦାନବାକ୍ସ ମଧ୍ୟରୁ କେବଳ ନଗଦ ଟଙ୍କା ଚୋରି କରୁଥିଲେ ଏବଂ ଅଳଙ୍କାରଗୁଡ଼ିକୁ ହାତ ମାରୁ ନ ଥିଲେ। ପ୍ରତ୍ୟେକ ଥର ଚୋରି ପୂର୍ବରୁ ଏବଂ ପରେ ସେ ପୋଷାକ ପରିବର୍ତ୍ତନ କରୁଥିଲେ, ଯାହାଦ୍ୱାରା ସିସିଟିଭି କ୍ୟାମେରାରେ ତାଙ୍କୁ ଚିହ୍ନିଟ କରାଯାଇ ପାରୁ ନ ଥିଲା। ସେହିପରି ସେ ସବୁବେଳେ ନିଜ ସ୍କୁଟିକୁ ମନ୍ଦିରଠାରୁ ବହୁ ଦୂରରେ ପାର୍କିଂ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?