ଦୁଇ ଥାନା ଅଞ୍ଚଳରୁ ଚୋରି, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ,୧୦ା୨: ବ୍ରହ୍ମପୁର ସହରର ଦୁଇଟି ଥାନା ଅଞ୍ଚଳରୁ ଚୋରି ଘଟଣା ସାମ୍ନାକୁ ଆସିଛି। ବୈଦ୍ୟନାଥପୁର ଥାନା ଗଣେଶନଗରରେ ଏକ ନିର୍ମାଣାଧୀନ ଘରୁ ଦୁଇଟି ପାଣି ପମ୍ପ, ୪୦ଟି ସୁଇଚ୍‌ ବୋର୍ଡ଼, ବିଦ୍ୟୁତ ତାର, ଗୋଟିଏ ଡ୍ରିଲ୍‌ ମେଶିନ୍‌ ଏଭଳି ପ୍ରାୟ ୪୦ରୁ ୫୦ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଲାଞ୍ଜିପଲ୍ଲୀ ଗୌଡ଼ ସାହିର ଚିନ୍ତାମଣି ଭୂୟାଁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ନିର୍ମାଣାଧୀନ ଘରଟି ତାଙ୍କ ଶ୍ୱଶୁରଙ୍କର। ଏହାର ତଦାରଖ ଦାୟିତ୍ୱ ଚିନ୍ତାମଣିଙ୍କ ଉପରେ ନ୍ୟସ୍ତ ଥିଲା। ଗତ ୮ ତାରିଖ ସକାଳେ ଘରୁ ଚୋରି ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ପୋଲିସ ଏକ ମାମଲା(ନଂ.୭୭/୨୩) ରୁଜୁ କରି ଘଟଣାର ତଦନ୍ତ କରୁଛି। ସେହିପରି ଗୋଷଣୀ ନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାରରେ ଜଣଙ୍କ ଘରୁ ଚୋରି ହୋଇଛି। ଗୃହ ନିର୍ମାଣ ବୋର୍ଡ଼ର ଜଣେ କନିଷ୍ଠ ଯନ୍ତ୍ରୀ ଗତ ୫ରୁ ୭ତାରିଖ ପର୍ଯ୍ୟନ୍ତ ଘରେ ତାଲା ପକାଇ ଆସିକାରେ ଚାଲିଥିବା କାମ ତଦାରଖ କରିବାକୁ ଯାଇଥିଲେ। ସେଠାରୁ ୮ତାରିଖରେ ଫେରିଲା ପରେ ସାମ୍ନାପଟ କବାଟ ତାଲା ଭଙ୍ଗି ଘରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଘରୁ ଏକ ବାଇକ୍‌ (ନଂ.ଓଆର୍‌୦୫ଏସ୍‌-୪୦୧୫) ଓ ଆଲମାରୀରୁ ୧୦ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୩୬/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri