
କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲ୍ରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଲୁହା ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ୍ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍ ତଦନ୍ତ କରିଥିଲା। ୪ ଜଣ ଚୋର ଓ ଜିନିଷ କିଣି ଥିବା କବାଡ଼ିଙ୍କୁ ପୋଲିସ ଗିରଫ କରି ପଚରାଉଚରା ସମସ୍ତ ପ୍ରମାଣିତ ହେଲା ପରେ ଶୁକ୍ରବାର ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଭବାନୀପାଟଣାରୁ ଏକ ସନ୍ଧାନୀ କୁକୁର ଦ୍ୱାରା ଅନୁସନ୍ଧାନ କରାଯାଇ ଚୋରଙ୍କୁ ଗିରଫ କରାଯାଇଛି। ଏହି ଚୋରମାନେ କେସିଙ୍ଗା ସହର ବୋଲି ଜଣାପଡ଼ିଛି।
ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ପଚାରିବାରୁ ଆଜି ଶୁକ୍ରବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେମାନଙ୍କଠାରୁ ସ୍ପିନିଙ୍ଗ ମିଲ୍ରେ ବ୍ୟବହୃତ ସାମଗ୍ରୀ ସିଜ୍ କରାଯାଇଛି ବୋଲି ପ୍ରକାଶ କରିଥିଲେ।