ଅଧିକ ଟଙ୍କା ରୋଜଗାର ଆଶାରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ

ସୋରଡ଼ା,୧ା୭(ଲମ୍ବୋଦର ପାଣିଗ୍ରାହୀ): ଅଳ୍ପ ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଅଞ୍ଚଳର ଶତାଧିକ ଯୁବକ ଅର୍ଥ ଶ୍ରାଦ୍ଧ କରି ଏବେ ଚିନ୍ତାରେ ପଡ଼ିଛନ୍ତି। ଗଞ୍ଜାମ ଜିଲା ସୋରଡା ଏନ୍‌ଏସି ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ୪ ମାସ ହେଲା କାନାଡିଆନ ସୋଲାର ନାମରେ ଏକ ଆପ ଘୂରୁ ବୁଲୁଥିଲା। ଉକ୍ତ ଆପ୍‌ରେ ନାମ ପଞ୍ଜୀକରଣ ସହ ନିଜର ବ୍ୟାଙ୍କ ବିବରଣୀ ଦେଲା ପରେ ୬ ଅଙ୍କ ବିଶିଷ୍ଟ ଆଇଡି ଓ ଓ୍ବାଲେଟ ତିଆରି ହେଉଥିଲା। ପ୍ରଥମେ ସେଥିରେ ୫୫୦ଟଙ୍କା ପୁଞ୍ଜି ନିବେଶ କଲେ ତାହା ଦିନକୁ ୨୪ ଟଙ୍କା ଲେଖାଏ ପ୍ରତିଦିନ ନିଜ ବ୍ୟାଙ୍କ ଖାତାକୁ ଆସୁଥାଏ ୪୫ ଦିନ ପର୍ଯ୍ୟନ୍ତ। ଯାହାକି ୫୫୦ ଟଙ୍କା ବିନିଯୋଗରେ ୪୫ ଦିନରେ ୧୦୮୦ ଟଙ୍କା ଆସୁଥିଲା। ସେହିପରି ୩୫୦୦ ବିନିଯୋଗରେ ୫୫ ଦିନରେ ଦିନକୁ ୨୮୦ ଟଙ୍କା ହିସାବରେ ଓ ୧୨୫୦୦ ବିନିଯୋଗରେ ୫୫ ଦିନରେ ଦିନକୁ ୧୦୨୫ ଟଙ୍କା ବ୍ୟାଙ୍କ ଖାତାରେ ଆସି ଜମା ହେଉଥିଲା। ତେବେ ମାର୍ଚ୍ଚ ମାସରେ ଏଠାରେ ପ୍ରବେଶ କରିଥିବା ଏହି ଆପ୍‌ରେ କିଛି ଯୁବକ ପୁଞ୍ଜି ଲଗାଇ ଲାଭବାନ ହେବା ପରେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ଶୁଝାଇ ଏଥିରେ ପ୍ରବେଶ କରାଇଥିଲେ। ଜଣେ ଅନ୍ୟ ଜଣଙ୍କୁ ନିଜର ଆଇଡିରେ ଜଏନ କରାଇଲେ ବୋନସ ବ୍ୟବସ୍ଥା ମଧ୍ୟ ରହିଥିଲା। ଏପରିକି ଜଣେ ୧୦୦ ଜଣଙ୍କୁ ଜଏନ କଲେ ସେ ୧୦୦ ଆହୁରି ୩ ଜଣ ଲେଖାଏ କରିବେ ତା’ହେଲେ ଲକ୍ଷାଧିକ ଟଙ୍କା ବୋନସ ଆସିବାର ଆପ୍ପ ମାଧ୍ୟମରେ ସୂଚନା ମିଳିଥିଲା। ପ୍ରଥମେ ପ୍ରଥମେ ବହୁ ଜଣଙ୍କର ନିବେଶ ଅନୁଯାୟୀ ଅର୍ଥ ଆସିବାରେ ଲାଗିଲା। ସେମାନଙ୍କର ଏପରି ଅଯାତିତ ଅର୍ଥ ଆସିବାର ଦେଖି ଅନ୍ୟମାନେ ମଧ୍ୟ ଏଥିରେ ମାତିଥିଲେ। ୨ ମାସ ମଧ୍ୟରେ ଆଇଡି ସଂଖ୍ୟା ବଢିବାରେ ଲାଗିଲା। ଏପରିକି ୪ ମାସ ବେଳକୁ ସୋରଡାର ରଥପଦା,ବାଙ୍କବଜାର,ବରାଡି,ପାଇକ ସାହି,କବିରାଜ ସାହି,ଚନ୍ଦ୍ରମଣି ସାହି ସମେତ ବ୍ଲକର ବୋରଶିଙ୍ଗୀ, ହୁକୁମା ଓ ବିଭିନ୍ନ ଗ୍ରାମର ସହସ୍ରାଧିକ ଯୁବକ ଏଥିରେ ସାମିଲ ହୋଇଯାଇଛନ୍ତି। ଛୋଟ ବଡ଼ କରି ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଦେଇଛନ୍ତି । ଯାହାକି ଏବେ ୭ ଦିନରୁ ଊର୍ଦ୍ଧ୍ୱ ହେବ ଆଉ ଟଙ୍କା ଆସୁନି ଖାତାକୁ। ନିବେଶକଙ୍କ ଟଙ୍କା ନେଇ ଏହି ଆପ ବଡ଼ବଡ଼ କମ୍ପାନୀମାନଙ୍କରେ ନିବେଶ କରାଉଥିଲା ଏବଂ ଅଧିକ ମୁନାଫା ହେଉଥିଲା। ତେଣୁ ଆଇଡି ନେଇଥିବା ଓ ପୁଞ୍ଜି ନିବଶକଙ୍କୁ ଅଧିକ ଲାଭ ପଠାଉଥିବା ସୂଚନା ଦିଆଯାଉଥିଲା ଆପ୍‌ ମାଧ୍ୟମରେ ଜନସାଧାରଣଙ୍କୁ। ତେବେ ଯେଉଁମାନେ ତଳକୁ ତଳକୁ ଚେନ୍‌ କରି ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ପ୍ରବେଶ କରାଇ ଆଇଡି ଦେଇଥିଲେ। ସେମାନେ ଟଙ୍କା ଲଗାଇ ଏବେ ଚିନ୍ତାରେ ପଡ଼ିଛନ୍ତି। ପ୍ରାୟ ୧୦୦୦ ଲୋକ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରିଥିବା ଆଶଙ୍କା କରାଯାଉଛି।

ଏଥିରେ ଶିକ୍ଷିତ,ଅଶିକ୍ଷିତ,ବେପାରୀ,ଛାତ୍ର,ବୟସାଧିକ ମଧ୍ୟ ଛନ୍ଦି ହୋଇଯାଇଛନ୍ତି। ଅନ୍‌ଲାଇନ ଫ୍ରଡ୍‌ ଚଳିତ ଦିନରେ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଆପ୍‌ରେ ଅର୍ଥ ବିନିଯୋଗ ପାଇଁ ଫୋନ୍‌ ପେ,ଗୁଗ୍‌ଲୀ ପେ,ଅନଲାଇନ ବ୍ୟାଙ୍କିଙ୍ଗ ଜରିଆରେ ନିବେଶ ହେଉଥିଲା। ପ୍ରଥମେ ପ୍ରଥମେ ମୂଳ ,ସୁଧ ,ଲାଭ ଅର୍ଥ ମଧ୍ୟ ନିବେଶକାରୀଙ୍କ ବ୍ୟାଙ୍କ ଖାତାକୁ ବିଭିନ୍ନ ପ୍ରକାର ନାମଧାରୀ ଆକାଉଣ୍ଟରୁ ଅର୍ଥ ଆସି ଜମା ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?