ଅନଲାଇନ୍‌ ଗେମ୍‌ ଖେଳୁ ଖେଳୁ ଲିକ୍‌ ହେଲା ଚାଇନାର ଶକ୍ତିଶାଳୀ ଟ୍ୟାଙ୍କର ଗୁପ୍ତ ତଥ୍ୟ…

ବେଜିଂ, ୮।୬ : ଚାଇନାରେ ଅନଲାଇନ ଗେମ୍‌ ଖେଳିବାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ପସନ୍ଦ କରିଥାନ୍ତି। ବିଶେଷକରି ସାମରିକ ଯୁଦ୍ଧ ଖେଳ ଯୁବକମାନଙ୍କ ମଧ୍ୟରେ ବହୁତ କ୍ରେଜ ସୃଷ୍ଟି କରିଛି। ଅନଲାଇନ୍‌ ଖେଳ ଖେଳି ବ୍ୟକ୍ତି ଇଣ୍ଟରନେଟରେ ଚାଇନାର ମୁଖ୍ୟ ତଥା ଶକ୍ତିଶାଳୀ ଯୁଦ୍ଧ ଟ୍ୟାଙ୍କ ଟାଇପ-୯୯ର ସବିଶେଷ ତଥ୍ୟ ଲିକ କରିଥିଲେ।

ଆମେରିକୀୟ ମିଲିଟାରୀ ନ୍ୟୁଜ ୱେବସାଇଟ ଅନୁଯାୟୀ, ମାଗଣା ଟୁ-ପ୍ଲେ ଅନଲାଇନ୍‌ ସାମରିକ ଯାନ ଯୁଦ୍ଧ ଖେଳ ୱାର୍‌ ଥଣ୍ଡର ଖେଳିବାବେଳେ ଖେଳାଳୀ ଜଣକ ଚାଇନାର ଟ୍ୟାଙ୍କର ବର୍ଗୀକୃତ ସ୍କିମେଟିକ୍ସ ଲିକ କରିଥିବା ଅଭିଯୋଗ ହୋଇଛି। ଜଣେ ୟୁଜରଙ୍କ ସହିତ ଯୁକ୍ତିତର୍କ ସମୟରେ ସେ ଏଭଳି ବଡ଼ ଭୁଲ୍‌ କରି ବସିଛନ୍ତି।

 

ଚାଇନାରେ ସୂଚନା ପ୍ରସାରଣକୁ କଠୋର ନିୟନ୍ତ୍ରଣ କରାଯାଇଛି । ବିଶେଷ କରି ସୈନ୍ୟବାହିନୀ ସମ୍ବନ୍ଧୀୟ କୌଣସି ସୂଚନା ଲିକ୍‌ କରାଯାଇ ନଥାଏ। କିନ୍ତୁ ଖେଳାଳି ଜଣଙ୍କର ଏହି କାର୍ଯ୍ୟ ପରେ ସୋସିଆଲ ମିଡିଆରେ ଚାଇନାର ଟ୍ୟାଙ୍କର ସବିଶେଷ ତଥ୍ୟ ଭାଇରାଲ ହେବାରେ ଲାଗିଛି ।

ଟ୍ୟାଙ୍କର ଲିକ ହୋଇଥିବା ବିବରଣୀକୁ ସୋସିଆଲ ମିଡିଆରେ ଗତ ସପ୍ତାହରେ ହ୍ୟାଣ୍ଡେଲ ଆଟ୍‌ ଦି ରେଟ୍‌ ଓଣ୍ଟଟେକ୍ନିକାଲ(@Osinttechnical ) ରେ ଚିହ୍ନଟ କରାଯାଇଥିଲା। ଖେଳାଳୀ ଜଣକ ଶେଲର ଏକ କପି ଶେୟାର କରିଛନ୍ତି। ତଥ୍ୟ ଲିକ ହେବାର କିଛି ସମୟ ପରେ, ଖେଳାଳୀ ଏହାର କପି ୱାର୍ଡ଼ ଥଣ୍ଡରର ସମସ୍ତ ପ୍ଲାଟଫର୍ମରୁ ବାହାର କରିଦେଇଥିଲେ। କିନ୍ତୁ, ସେତେବେଳକୁ ଏହା ଅନ୍ୟତ୍ର ଶେୟାର କରାଯାଇଥିଲା ଏବଂ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଖେଳାଳୀଙ୍କୁ ୱାର୍ଡ଼ ଥଣ୍ଡର ଫୋରମରୁ ବାରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri