ଜଜ୍‌ଙ୍କ ସମ୍ମୁଖରେ ପ୍ରେମିକଙ୍କ ହାତ ଧରିଲେ ଯୁବତୀ

ରାଜନଗର, ୧୦ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଞ୍ଚଳରେ ଘଟିଥିବା ଝିଆରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଦାଦାଙ୍କୁ ହତ୍ୟା କରାଯିବା ଘଟଣା ବୁଧବାର ଭିନ୍ନ ମୋଡ଼ ନେଇଛି। ତାଙ୍କୁ କେହି ହତ୍ୟା କରିନାହାନ୍ତି। ଦ୍ରୁତଗତିରେ ସେ ନିଜ ବାଇକ୍‌ ଚଳାଇ ଝିଆରୀଙ୍କୁ ଉଦ୍ଧାର କରିବାକୁ ଯାଉଥିଲେ। ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦାଦା ବିଚିତ୍ରାନନ୍ଦ ବିଶ୍ୱାଳ ଗୁରୁତର ହୋଇଥିଲେ। ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପ୍ରାଥମିକ ତଦନ୍ତ ପରେ ଏହି ସିଦ୍ଧାନ୍ତରେ ପହଞ୍ଚତ୍ଛି। ଏହି ଘଟଣାରେ ପୋଲିସ ଝିଆରୀଙ୍କ ପ୍ରେମିକ ସମେତ ୪ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା। ସେମାନଙ୍କ ବୟାନ ରେକର୍ଡ ପରେ ବୁଧବାର ସେମାନଙ୍କୁ ରାଜନଗର ଜେଏମ୍‌ଏଫ୍‌ କୋର୍ଟର ବିଚାରପତି ଜ୍ୟୋତିର୍ମୟୀ ଷଡଙ୍ଗୀଙ୍କ ସମ୍ମୁଖରେ ହଜାର କରାଯାଇଥିଲା। ବିଚିତ୍ରାନନ୍ଦଙ୍କ ଝିଆରୀ ବି କୋର୍ଟରେ ଏ ସଂକ୍ରାନ୍ତରେ ବୟାନ ଦେଇଥିଲେ। ତାଙ୍କ ବୟାନକୁ ଆଧାରକରି ପୋଲିସ ଅଟକ ରଖିଥିବା ୪ ଯୁବକଙ୍କୁ ଛାଡି ଦେଇଛି। ଦରକାର ପଡିଲେ ପୋଲିସ ୪ ଯୁବକଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଛି। ଏଥିପାଇଁ ସେମାନେ ଗଁା ଛାଡି ନ ଯିବାକୁ ତାଗିଦ୍‌ କରିଛି। ଅପରପକ୍ଷେ ଝିଆରୀ ବିଚାରପତିଙ୍କ ସମ୍ମୁଖରେ ନିଜ ପ୍ରେମିକଙ୍କ ହାତ ଧରି ତାଙ୍କ ସପକ୍ଷରେ ବୟାନ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ସୋମବାର ରାତ୍ରିରେ ରାଜନଗର ଥାନା ଅନ୍ତର୍ଗତ କୁରୁଣ୍ଟି ପଞ୍ଚାୟତ ଚନ୍ଦ୍ରଶିଖର ଗଁାର ଜଣେ ଯୁବତୀ ନିଜ ପ୍ରେମିକ ଶ୍ରୀକାନ୍ତ ଜେନା ଓରଫ ଲିପୁଙ୍କ ସହ ପଳାଉଥିଲେ। ଏହି ଘଟଣାରେ ଲିପୁଙ୍କ ୩ ସାଙ୍ଗ ବି ସାମିଲ ଥିଲେ। ଏ କଥା ଜଣାପଡ଼ିବା ପରେ ଯୁବତୀଙ୍କ ଦାଦା ବିଚିତ୍ରାନନ୍ଦ ନିଜ ବାଇକ୍‌ରେ ଯୁବକମାନଙ୍କୁ ଗୋଡାଇଥିଲେ। ହେଲେ ସେହି ଯୁବକମାନେ ବିଚିତ୍ରାନନ୍ଦଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ ବୋଲି ଯୁବତୀଙ୍କ ଭାଇ ଦେବେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଦଫା ୩୬୬, ୩୦୨ ଓ ୩୪ ଆଇପିସିରେ ନଂ. ୭୧/୨୨ ମାମଲା ରୁଜୁ କରି ଝିଆରୀଙ୍କ ପ୍ରେମିକ ଜୁଣୁପାଙ୍ଗରା ଗଁାର ଲିପୁ, ତାଙ୍କ ସାଙ୍ଗ ବାବୁନି ଜେନା, ଦେବୁନି ଜେନା ଓ ବିଶ୍ୱରଞ୍ଜନ ପ୍ରଧାନଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ହତ୍ୟାକାଣ୍ଡ ଘଟିଥିବାସ୍ଥଳରେ ଅନୁଧ୍ୟାନ କରି ପୋଲିସ ଏହା ହତ୍ୟାକାଣ୍ଡ ନୁହେଁ, ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜାଣିଥିଲା। ତଥାପି ସାଇଣ୍ଟିଫିକ ଟିମ୍‌ର ରିପୋର୍ଟ ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ବିଭୁପ୍ରସାଦ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri