ବାଇକ୍‌ ସହ ଜଳିଥିବା ଯୁବକଙ୍କ ପରିଚୟ ମିଳିଲା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଜୟଦେବବିହାର ନିକଟ ଓଭରବ୍ରିଜ୍‌ରେ ରବିବାର ରାତିରେ ଦୁର୍ଘଟଣା ଘଟିଥିଲା। ଖଣ୍ଡଗିରି ପଟୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଏକ ବାଇକ୍‌ ହୁତୁହୁତୁ ହୋଇ ଜଳିଯାଇଥିଲା । ଘଟଣାସ୍ଥଳରେ ହିଁ ଜଳି ଯାଇଥିଲେ ଜଣେ ଯୁବକ। ସମ୍ପୃକ୍ତ ଯୁବକଙ୍କ ପରିଚୟ ମିଳିଛି। ସେ ହେଲେ ଜଗତସିଂହପୁର ଜିଲା ପୁରୋହିତପୁରର ଅମ୍ବିକା ପ୍ରସାଦ ପତି। ଅମ୍ବିକା କେସୁରାରେ ଭଡ଼ାରେ ରହୁଥିଲେ। ସେ ଏକ କମ୍ପାନୀରେ ମାର୍କେଟିଂ କାମ କରୁଥିଲେ। ରବିବାର ରାତିରେ ଚନ୍ଦ୍ରଶେଖରପୁରରେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଅମ୍ବିକାଙ୍କ ପରିବାର ଲୋକଙ୍କୁ ପୋଲିସ ଯୋଗାଯୋଗ କରିଛି।

ଅନ୍ୟପକ୍ଷରେ ସେହି ସ୍ଥାନରେ ରସୁଲଗଡ଼ ପଟୁ ଖଣ୍ଡଗିରି ଆସୁଥିବା ବେଳେ ଏକ ହାଇଓ୍ବା ଟ୍ରକ୍‌ ସିରିଜ୍‌ ଦୁର୍ଘଟଣା ଘଟାଇଥିଲା । ଗୋଟିଏ କାର୍‌, ଗୋଟିଏ ପିକ୍‌ଅପ୍‌ ଭ୍ୟାନ ସହ ଆଉ ଦୁଇଟି ଗାଡ଼ିକୁ ଧକ୍କା ଦେଇ ଡିଭାଇଡର ଅନ୍ୟପଟ ରାସ୍ତାକୁ ଚାଲି ଆସିଥିଲା । ଏହି ଦୁର୍ଘଟଣାରେ ୩ରୁ ୪ଜଣ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କପାଳୀ ସେତୁ ରାସ୍ତା ଧସିଲା

ବନ୍ତ,୨୧।୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ପଥର ଟିଲୋ କପାଳୀ ସେତୁ ମୁଣ୍ଡ ରାସ୍ତା ଗୁରବାର ଧସି ଯାଇଛି ା ଉଲ୍ଲେଖଯୋଗ୍ୟ ଯେ,...

ବଜ୍ରପାତରେ ଜଣେ ମୃତ

ଚମ୍ପୁଆ, ୯।୧୦(ଡି.ଏନ.ଏ.): ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଠାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାଥ ଚନ୍ଦ୍ର ମହାନ୍ତ। ଖବର...

ଆରମ୍ଭରୁ ୟୁରିଆ କଳାବଜାର

ବରଗଡ଼ ଅଫିସ୍‌,୨୯।୧: ବରଗଡ଼ ଜିଲାରେ ରବିଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷୀମାନେ ଧାନ ବୁଣାବୁଣି କରିସାରିଥିବା ବେଳେ ଅନେକ ସ୍ଥାନରେ ଧାନପହ୍ଲା ରୁଆ ଚାଲିଛି। ତେବେ...

ସାମ୍ନାକୁ ଆସିଲା ମହା ଦୁର୍ନୀତି: ବଦଳେଇ ଦେଲେ ଜଳାଶୟ କିସମ

ଢେଙ୍କାନାଳ ଅଫିସ,୨୭।୮: ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ ବଦଳାଯାଇଛି ଜମି କିସମ। ଜମି ଦଲାଲମାନେ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତ କରି ଏକ ଜଳାଶୟକୁ...

ମାଟି ମା’ର ସୁରକ୍ଷା ଉପରେ ଗୁରୁତ୍ୱ

କେନ୍ଦୁଝର, ୫।୧୨(ସ୍ବ.ପ୍ର.): ସ୍ଥାନୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଜିଲା କୃଷି ଅଧିକାରୀ ଚିତ ରଞ୍ଜନ...

କାର୍ଯ୍ୟରେ ଯୋଗଦେଲେ ସୁବର୍ଣ୍ଣପୁରର ନୂଆ ଜିଲାପାଳ: ମୌଳିକ ସମସ୍ୟାର ସମାଧାନକୁ ଗୁରୁତ୍ୱ

ସୋନପୁର,୧୬।୭(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳଭାବେ ମନୀଷା ବାନାର୍ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବାନାର୍ଜୀ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଥିଲେ।...

୩ ବର୍ଷ ହେଲା ମେସ୍କୋ ଷ୍ଟିଲ କାରଖାନା ବନ୍ଦ, ଦୁର୍ଦ୍ଦିନରେ ବିସ୍ଥାପିତ ପରିବାର

ଯାଜପୁର ଅଫିସ,୧୮ା୧୨: କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ୨୦୧୯ ଡିସେମ୍ବରରୁ ବନ୍ଦ ପଡ଼ିଛି। କାମ ନାହିଁ ତ ଦରମା ନାହିଁ ନୀତିରେ ପ୍ରାୟ ୧୫୦୦ କର୍ମଚାରୀ...

ଅବକାରୀ ହେପାଜତରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ଚୌଦ୍ୱାର,୨୨।୧୨(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ଗ୍ରାମର ଶରତ ପ୍ରଧାନ ମଙ୍ଗଳବାର ଅପରାହ୍ନରେ ଗୁରୁଡ଼ିଝାଟିଆ ଥାନା କୁମାରପୁର-ବଳିପୁର ରାସ୍ତାରେ ଠିଆହୋଇଥିଲେ। ଏହି ସମୟରେ ଅବକାରୀ ବିଭାଗର...

Advertisement
Archives

Model This Week