ନକଲି ସୁନା ଅଳଙ୍କାର ବିକି ଧରାପଡ଼ିଲେ ଯୁବକ

ଚାନ୍ଦବାଲି,୧୩।୩(ଡି.ଏନ.ଏ.)-ବ୍ୟବସାୟୀଙ୍କୁ ନକଲି ସୁନା ଅଳଙ୍କାର ବିକ୍ରି କରୁଥିବା ବେଳେ ଧରା ପଡ଼ିଛନ୍ତି ଜଣେ ଯୁବକ। ତାଙ୍କ ନିକଟରୁ ୩୮ ଗ୍ରାମର ନକଲି ସୁନା ଅଳଙ୍କାର ସହିତ ଏକ କାର୍‌ ଜବତ କରିଛି ପୋଲିସ। ଶୁକ୍ରବାର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୪ଟା ବେଳେ ଜଣେ ଯୁବକ ଏକ କାର୍‌ରେ ଆସି ମୁହଁରେ ମାସ୍କ ଲଗାଇ ମତୋ ବଜାରର ଜଣେ ସୁନା ବ୍ୟବସାୟୀଙ୍କୁ ଚୁଡ୍‌ ବିକ୍ରି କରିବାକୁ ଦେଖାଇଥିଲେ। ଅଳଙ୍କାର ଉପରେ ବିଏସ୍‌ଆଇର ହଲମାର୍କ ମଧ୍ୟ ରହିଥିଲା। ଭଉଣୀ ବିବାହ ପାଇଁ ଏହି ଅଳଙ୍କାରକୁ ବିକି ଅନ୍ୟ କିଛି ଅଳଙ୍କାର ନେବାକୁ ସେ ଯୋଜନା କରିଥିବା କହିଥିଲେ। ସମ୍ପୃକ୍ତ ସୁନା ଦୋକାନୀଙ୍କର ସନ୍ଦେହ ହେବାରୁ ସେ ଏହାକୁ ପରୀକ୍ଷା କରିବା ପରେ ହଲ୍‌ମାର୍କ ସତ୍ତ୍ୱେ ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ଯୁବକଙ୍କୁ ତାଙ୍କ ଘର ପଚାରିବାରୁ ସେ ସ୍ଥାନୀୟ ବାଂଶଡ଼ା ଥାନା ଅଧୀନ ଯଶୀପୁର ବୋଲି କହିଥିଲେ। ଅଧିକ ପଚରାଉଚରା କରିବାରୁ ଘର କଟକ ଜିଲାର ସାଲେପୁର ଅଞ୍ଚଳରେ କହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଧରି ମତୋ ଫାଣ୍ଡିରେ ଜିମା ଦେଇଥିଲେ। ମତୋ ଫାଣ୍ଡିରୁ ତାଙ୍କୁ ଚାନ୍ଦବାଲି ଥାନାକୁ ନିଆଯାଇଛି। ଚାନ୍ଦବାଲିର କେତେଜଣ ବ୍ୟବସାୟୀଙ୍କୁ ଏପରି ଠକିଥିବା ନେଇ ଆଲୋଚନା ହେଉଛି। ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୭କୁ ବୃଦ୍ଧି ପାଇଛି। କେବଳ କେନ୍ଦ୍ରାପଡା...

ପାଣି ଭାବି ଏସିଡ୍‌ ପିଇଦେଲେ ଛାତ୍ର: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଡେରାବିଶ,୧୬।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଚାନ୍ଦେଳ ପଞ୍ଚାୟତ ପନାପଡ଼ା ଗ୍ରାମର ଜଣେ ଛାତ୍ରଙ୍କର ଶୁକ୍ରବାର ଏସିଡ୍‌ ପିଇ ମୃତ୍ୟୁ ଘଟିଛି। ସେ ହେଲେ...

ବନ୍ୟାସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ବନ୍ୟାସ୍ଥିତି ନିୟନ୍ତ୍ରଣରେ ଥିବା ଗୁରୁବାର ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ...

ସିପିଙ୍କ ଜବାବପତ୍ରକୁ ନେଇ ବିବାଦ

କଟକ ଅଫିସ,୧୯। ୯: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ନିକଟରେ ପୋଲିସ କମିଶନର(ସିପି) ଡ. ସୁଧାଂଶୁ ଷଡଙ୍ଗୀ ଦାଖଲ କରିଥିବା...

ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଆକ୍ରମଣ କଲା ବବ୍‌ଲୁ, ଭିଡିଓ ଭାଇରାଲ

ବାରିପଦା ଅଫିସ,୨୫।୧୨- ମୟୂରଭଞ୍ଜ ଜିଲା ସ୍ଥିତ ଶିମିଳିପାଳ ଅଭୟାରଣ୍ୟ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍‌ଲୁ ପର୍ଯ୍ୟଟକମାନଙ୍କୁ...

ଖୁବ୍‌ଶୀଘ୍ର ହେବ ପୌର ନିର୍ବାଚନ

ଭୁବନେଶ୍ୱର,୫ା୩(ବ୍ୟୁରୋ):ସ୍ଥାନ ସଂରକ୍ଷଣ ସମସ୍ୟା ଯୋଗୁ ଦୀର୍ଘଦିନ ହେବ ରାଜ୍ୟରେ ପୌର ନିର୍ବାଚନ ହୋଇପାରୁ ନାହିଁ। ତେବେ ପୌର ନିର୍ବାଚନ ହେବା ନେଇ ନଗର ଉନ୍ନୟନ ମନ୍ତ୍ରୀ...

ଛୁରାମାଡ଼ରେ ଯୁବକ ଗୁରୁତର: ପୋଲିସର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୬।୧୧: ଭଦ୍ରକରେ କାଳୀପୂଜା ପାଇଁ ଯାତ୍ରା ଚାଲିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଚରମ୍ପାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଚରମ୍ପାର...

ଏଣିକି ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ମିଳିବନି ପେଟ୍ରୋଲ

ବ୍ରହ୍ମପୁର ଅଫିସ,୧୯।୭: କଟକ ଭୁବନେଶ୍ୱର ସମେତ ସମ୍ବଲପୁର ପରେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) କୋଭିଡ୍‌ ନିୟମକୁ କଡ଼ାକଡ଼ି କରିଛି। ଏଣିକି କରୋନା ରୋକିବାକୁ...

Advertisement
Archives

Model This Week