Posted inଫୁରସତ

ଯୁବକ ତିଆରି କଲେ ୬ ସିଟର୍‌ ଇଲେକ୍ଟ୍ରିକ୍‌ ବାଇକ୍‌

ବେଳେବେଳେ କମ୍‌ ପଢିଥିବା ଓ ଗାଁ ଗହଳିରେ ରହୁଥିବା ବ୍ୟକ୍ତି ଏମିତି କିଛି କାମ କରି ଦେଖାନ୍ତି, ଯାହା ବେଶ୍‌ ଅବିଶ୍ୱସନୀୟ ଲାଗେ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ତାହା ପ୍ରମାଣିତ କରି ଦେଖାଇଛି। ଏମିତି କି ଆନନ୍ଦ ମହିନ୍ଦ୍ରା ବି ସେହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓଟି ହେଉଛି ଗାଁର ଜଣେ ସାଧରଣ ଯୁବକ ତିଆରି କରିଥିବା ଏକ ଅଜବ ଇଲେକ୍ଟ୍ରିକ୍‌ ବାଇକ୍‌ର, ଯେଉଁଥିରେ ୬ ଜଣ ଆରାମରେ ବସି ପାରୁଛନ୍ତି। ବାଇକ୍‌ର ଆଗରେ ଏହାକୁ ତିଆରି କରିଥିବା ଯୁବକ ବସିଥିବାବେଳେ ପଛପଟେ ସଂଯୋଗ ହୋଇଥିବା ୫ଟି ସିଟ୍‌ରେ ଆଉ ପାଞ୍ଚଜଣ ବସିଛନ୍ତି। ବାଇକ୍‌ର ଆଗପଟେ ଗୋଟିଏ ଚକ ଓ ପଛପଟେ ଗୋଟିଏ ଚକ ଲାଗିଛି। ଆଗରେ ଏଲଇଡି ଲାଇଟ୍‌ ବି ଲାଗିଛି। ଯୁବକଙ୍କ କହିବାନୁସାରେ ବାଇକ୍‌ଟିକୁ ସେ ୧୨ହଜାର ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି। ଏହାକୁ ଚାର୍ଜ କଲେ ମାତ୍ର ୧୦ ଟଙ୍କା ଖର୍ଚ୍ଚ ହୁଏ। ଆଉ ଗୋଟିଏ ଥର ଚାର୍ଜରେ ଗାଡି ୧୫୦ କି.ମି. ଯାଇପାରେ। ଆନନ୍ଦ ମହିନ୍ଦ୍ରା ଉକ୍ତ ଭିଡିଓକୁ ଶେୟାର କରିବା ସହ ଲେଖିଛନ୍ତି ଯେ, ‘ମୁଁ ସବୁବେଳେ ଗ୍ରାମୀଣ କ୍ଷେତ୍ରରେ ହେଉଥିବା ଟ୍ରାନ୍ସପୋର୍ଟର ଆବିଷ୍କାର ଦେଖି ଚକିତ ହୋଇଯାଏ। ଆଉ ଏହି ବାଇକ୍‌ରେ ତ ଛୋଟମୋଟ ପରିବର୍ତ୍ତନ କରିଦେଲେ ତାହା ବିଶ୍ୱ ସ୍ତରରେ ବ୍ୟବହାର କରି ହେବ।’
ୟୁରୋପରେ ଏହାକୁ ଟୁରିଷ୍ଟ ବସ୍‌ ପରି ମଧ୍ୟ ବ୍ୟବହାର କରିହେବ।’ ଏହି ଭିଡିଓକୁ ଅନେକେ ପ୍ରଶଂସା କଲାବେଳେ କେହି କେହି ଲେଖିଛନ୍ତି ଯେ, ଏହାକୁ କେବଳ ଚିଡିଆଖାନା, ପାର୍କ, କର୍ପୋରେଟ୍‌ ପ୍ଲେସ୍‌ ଭଳି ସ୍ଥାନରେ ବ୍ୟବହାର କରିହେବ। ହେଲେ ଗହଳି ସ୍ଥାନରେ ନୁହେଁ। କାରଣ ଏହାର ଟର୍ନିଂ ରାଡିୟସ ଅଧିକ ଓ ଟର୍ନ କଲାବେଳେ ସନ୍ତୁଳନ ବିଗିଡ଼ିବା ଆଶଙ୍କା ରହିଛି। ତେବେ ସେ ଯାହା ବି ହେଉ ଏହା ଟ୍ରାନ୍ସପୋର୍ଟ ଜଗତରେ ନୂଆ ଏକ ଦିଗ ନିଶ୍ଚିତଭାବେ ଦେଖାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବତାଙ୍କ ଦ୍ୱୀପ ବାଲି ଦ୍ୱୀପ

ଦ୍ୱୀପର ଦେଶ ଭାବେ ପରିଚିତ ଇଣ୍ଡୋନେସିଆର ଏକ ପ୍ରସିଦ୍ଧ ଦ୍ୱୀପ ହେଉଛି ବାଲି। ସମୁଦ୍ରତଟର ଆକର୍ଷଣ ସାଙ୍ଗକୁ ପର୍ଯ୍ୟଟକ ଏଠାରେ ଅନେକ ମନ୍ଦିର, ଗୁମ୍ଫା, ଝରଣା,...

କାଉଠୁ ବୁଦ୍ଧି ଶିଖି ବିନିଯୋଗ କରୁଛି ପକ୍ଷୀ, ଭିଡିଓ ଭାଇରାଲ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ବ୍ୟକ୍ତିତ୍ୱ: ଲେଖିକା ନାଓମି କ୍ଲେନ୍‌

ନାଓମି କ୍ଲେନ୍‌। ଏକାଧାରରେ ସେ ଜଣେ ଲେଖିକା, ସମାଜସେବୀ, ଚଳଚ୍ଚିତ୍ର ପ୍ରଯୋଜିକା। ଏତଦ୍‌ବ୍ୟତୀତ, ସାମ୍ବାଦିକତା ତଥା ସମୀକ୍ଷା ଜଗତରେ ମଧ୍ୟ ତାଙ୍କର ରହିଛି ଅମ୍ଳାନ ସ୍ବାକ୍ଷର।...

ଶିକ୍ଷକଙ୍କ କୃଷି ସଂଗ୍ରହାଳୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ପାରମ୍ପରିକ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ...

୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ

ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ...

ଗିଟାର ଆକୃତିର ହୋଟେଲ: ରାତିଏ ରହିଲେ ଦେବାକୁ ପଡ଼େ…

ଓ୍ବାଶିଂଟନ: ବିଭିନ୍ନ ପ୍ରକାର ହୋଟେଲ ଦେଖିଥିବେ। ମାତ୍ର ଗିଟାର ଆକୃତିର ହୋଟେଲ କେବେ ଦେଖିଛନ୍ତି। ଏପରି ହୋଟେଲ ଆମେରିକାର ଫ୍ଲୋରିଡ଼ାର ହଲିଉଡ୍‌ରେ ରହିଛି। ୩୨ ମହଲା...

କୁଣ୍ଡରେ ପଶି ମଜାରେ ଗାଧୋଉଛି ହାତୀଛୁଆ, ଭିଡିଓ ଭାଇରାଲ

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ହାତୀମାନଙ୍କର ଫଟୋ ଭାଇରାଲ ହୋଇଥାଏ। ଏଥିରୁ କିଛି ଫଟୋ ବେଶ୍‌ ଚର୍ଚ୍ଚାରେ ରହିଥାଏ। ଏବେ ସେମିତି ଏକ ଫଟୋ ଭାଇରାଲ...

୫୦ ବର୍ଷ ମଧ୍ୟରେ ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ଓ୍ବାଶିଂଟନ୍‌: ବେଳେବେଳେ କିଛି ଖରାପ ଜିନିଷ ମଧ୍ୟରେ ଖୁବ୍‌ ସୁନ୍ଦର ଝଲକ ଦେଖିବାକୁ ମିଳେ। ସେ ବୃକ୍ଷଲତା ହୁଅନ୍ତୁ କିମ୍ବା ଜୀବଜନ୍ତୁ। ଏମିତି ଏକ ସୁନ୍ଦର...

Advertisement
Archives

Model This Week