Posted inଫୁରସତ

ଯୁବକ ତିଆରି କଲେ ୬ ସିଟର୍‌ ଇଲେକ୍ଟ୍ରିକ୍‌ ବାଇକ୍‌

ବେଳେବେଳେ କମ୍‌ ପଢିଥିବା ଓ ଗାଁ ଗହଳିରେ ରହୁଥିବା ବ୍ୟକ୍ତି ଏମିତି କିଛି କାମ କରି ଦେଖାନ୍ତି, ଯାହା ବେଶ୍‌ ଅବିଶ୍ୱସନୀୟ ଲାଗେ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ତାହା ପ୍ରମାଣିତ କରି ଦେଖାଇଛି। ଏମିତି କି ଆନନ୍ଦ ମହିନ୍ଦ୍ରା ବି ସେହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓଟି ହେଉଛି ଗାଁର ଜଣେ ସାଧରଣ ଯୁବକ ତିଆରି କରିଥିବା ଏକ ଅଜବ ଇଲେକ୍ଟ୍ରିକ୍‌ ବାଇକ୍‌ର, ଯେଉଁଥିରେ ୬ ଜଣ ଆରାମରେ ବସି ପାରୁଛନ୍ତି। ବାଇକ୍‌ର ଆଗରେ ଏହାକୁ ତିଆରି କରିଥିବା ଯୁବକ ବସିଥିବାବେଳେ ପଛପଟେ ସଂଯୋଗ ହୋଇଥିବା ୫ଟି ସିଟ୍‌ରେ ଆଉ ପାଞ୍ଚଜଣ ବସିଛନ୍ତି। ବାଇକ୍‌ର ଆଗପଟେ ଗୋଟିଏ ଚକ ଓ ପଛପଟେ ଗୋଟିଏ ଚକ ଲାଗିଛି। ଆଗରେ ଏଲଇଡି ଲାଇଟ୍‌ ବି ଲାଗିଛି। ଯୁବକଙ୍କ କହିବାନୁସାରେ ବାଇକ୍‌ଟିକୁ ସେ ୧୨ହଜାର ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି। ଏହାକୁ ଚାର୍ଜ କଲେ ମାତ୍ର ୧୦ ଟଙ୍କା ଖର୍ଚ୍ଚ ହୁଏ। ଆଉ ଗୋଟିଏ ଥର ଚାର୍ଜରେ ଗାଡି ୧୫୦ କି.ମି. ଯାଇପାରେ। ଆନନ୍ଦ ମହିନ୍ଦ୍ରା ଉକ୍ତ ଭିଡିଓକୁ ଶେୟାର କରିବା ସହ ଲେଖିଛନ୍ତି ଯେ, ‘ମୁଁ ସବୁବେଳେ ଗ୍ରାମୀଣ କ୍ଷେତ୍ରରେ ହେଉଥିବା ଟ୍ରାନ୍ସପୋର୍ଟର ଆବିଷ୍କାର ଦେଖି ଚକିତ ହୋଇଯାଏ। ଆଉ ଏହି ବାଇକ୍‌ରେ ତ ଛୋଟମୋଟ ପରିବର୍ତ୍ତନ କରିଦେଲେ ତାହା ବିଶ୍ୱ ସ୍ତରରେ ବ୍ୟବହାର କରି ହେବ।’
ୟୁରୋପରେ ଏହାକୁ ଟୁରିଷ୍ଟ ବସ୍‌ ପରି ମଧ୍ୟ ବ୍ୟବହାର କରିହେବ।’ ଏହି ଭିଡିଓକୁ ଅନେକେ ପ୍ରଶଂସା କଲାବେଳେ କେହି କେହି ଲେଖିଛନ୍ତି ଯେ, ଏହାକୁ କେବଳ ଚିଡିଆଖାନା, ପାର୍କ, କର୍ପୋରେଟ୍‌ ପ୍ଲେସ୍‌ ଭଳି ସ୍ଥାନରେ ବ୍ୟବହାର କରିହେବ। ହେଲେ ଗହଳି ସ୍ଥାନରେ ନୁହେଁ। କାରଣ ଏହାର ଟର୍ନିଂ ରାଡିୟସ ଅଧିକ ଓ ଟର୍ନ କଲାବେଳେ ସନ୍ତୁଳନ ବିଗିଡ଼ିବା ଆଶଙ୍କା ରହିଛି। ତେବେ ସେ ଯାହା ବି ହେଉ ଏହା ଟ୍ରାନ୍ସପୋର୍ଟ ଜଗତରେ ନୂଆ ଏକ ଦିଗ ନିଶ୍ଚିତଭାବେ ଦେଖାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri