ମଜା ଆସିଲା ନାହିଁ ବୋଲି ୩.୫ କୋଟି ଟଙ୍କାର ଛାକିରି ଛାଡିଦେଲେ ଯୁବକ

ବାର୍ଷିକ ଦରମା ୩.୫ କୋଟି ଟଙ୍କା। ପ୍ରତିଦିନ ମାଗଣା ଖାଦ୍ୟ ଏବଂ ଅସୀମିତ ଛୁଟି। ତଥାପି ଏମିତି ଚାକିରି ପସନ୍ଦ ନ ଆସିବାରୁ ଆମେରିକାର ନେଟଫ୍ଲିକ୍ସରେ କାର୍ଯ୍ୟ କରୁଥିବା ଜଣେ ଇଞ୍ଜିନିୟର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମାଇକେଲ ଲିନ ନାମକ ଏହି ଯୁବକ ଜଣଙ୍କ ୨୦୧୭ ଠାରୁ ନେଟଫ୍ଲିକ୍ସର ଜଣେ ବରିଷ୍ଠ ସଫ୍ଟୱେୟାର୍‌ ଇଞ୍ଜିନିୟର ଥିଲେ। ଏହାପୂର୍ବରୁ ସେ ଆମାଜନରେ କାମ କରୁଥିଲେ। ସେ ଲିଙ୍କଡିନରେ ଲେଖିଛନ୍ତି, ମୁଁ ଭାବିଥିଲି ଯେ, ମୁଁ ନେଟଫ୍ଲିକ୍ସରେ ଚାକିରି ଛାଡିବି ନାହିଁ। ମୁଁ ବାର୍ଷିକ ୪,୫୦,୦୦୦ ଡଲାର (୩.୫ କୋଟି ଟଙ୍କା) ପାଉଥିଲି। ମାଗଣା ଖାଦ୍ୟ ଏବଂ ଅସୀମିତ ଛୁଟି ଥିଲା। ମୋଟାମୋଟି ଭାବେ, ପ୍ରତି ମାସରେ ୨୯ ଲକ୍ଷ ଟଙ୍କା ଦରମା ମିଳୁଥିଲା। ମେ ୨୦୨୧ରେ ଚାକିରି ଛାଡିବା ପରେ ମୋତେ ସମସ୍ତେ ପାଗଳ କହୁଥିଲେ। ପ୍ରଥମ ଆପତ୍ତି ମୋର ମାତାପିତା ଉଠାଇଥିଲେ। ତାଙ୍କ ପାଇଁ, ମୋର ଚାକିରି ଛାଡିବା କଠିନ ପରିଶ୍ରମର ଅପଚୟ ଭଳି ଥିଲା। ଏହା ପରେ ମୋର ଗୁରୁ ମଧ୍ୟ ଆପତ୍ତି ଉଠାଇଥିଲେ। ହାତରେ ଆଉ ଏକ ଚାକିରି ନ ହେବା ପର୍ଯ୍ୟନ୍ତ ମୁଁ ଚାକିରି ଛାଡି ନ ଥା’ନ୍ତି ବୋଲି ଗୁରୁ କହିଥିଲେ। ଚାକିରି ଛାଡିବା ପୂର୍ବରୁ ତିନି ଦିନ ଚିନ୍ତା କରିଥିବା କହନ୍ତି ଲିନ୍‌।
ଲିନ୍‌ କହିଛନ୍ତି, ମୁଁ ପ୍ରାରମ୍ଭିକ ବର୍ଷରେ ବହୁତ କିଛି ଶିଖିଲି। କିନ୍ତୁ ବର୍ଷ ବର୍ଷ ଧରି ଚାକରି କରିବା ପରେ ଏଥିରୁ ଚମକ କ୍ଷୀଣ ହେବାକୁ ଲାଗିଲା। ଆଉ ମଜା ଆସିଲା ନାହିଁ। ମୁଁ ଏକ ବଡ ପ୍ରଭାବ ସୃଷ୍ଟି କରିବାକୁ ଚାହୁଁଥିଲି। ମୋ ପାଇଁ, ଇଞ୍ଜିନିୟରିଂ କାର୍ଯ୍ୟ ଅପେକ୍ଷା କ୍ୟାରିୟର ଲକ୍ଷ୍ୟ ଅଧିକ ପ୍ରାସଙ୍ଗିକ ଥିଲା। ମୁଁ ପ୍ରଡକ୍ଟ ମ୍ୟାନେଜର ହେବାକୁ ଚାହୁଁଥିଲି। ନେଟଫ୍ଲିକ୍ସରେ ଦୁଇ ବର୍ଷ ନେଟୱାର୍କିଂ କରି ପ୍ରଡକ୍ଟ ମ୍ୟାନେଜର ଭୂମିକା ପାଇଁ ଆବେଦନ କରିଥିଲି। କିନ୍ତୁ କିଛି ହେଲା ନାହିଁ। ସେଥିପାଇଁ ବାଧ୍ୟ ହୋଇ ଚାକିରି ଛାଡିଲି।
ନେଟଫ୍ଲିକ୍ସରେ ଚାକିରି ଛାଡିବା ପରେ ତାଙ୍କ ସାମାଜିକ ଜୀବନ ପ୍ରଭାବିତ ହେବ ବୋଲି ଲିନ ଭୟ କରିଥିଲେ, କିନ୍ତୁ ଏହାର ବିପରୀତ ଘଟିଥିଲା। ସେ କହିଛନ୍ତି, ମୋର ବ୍ୟବସାୟ ଆରମ୍ଭ କରିବା ପରେ ମୁଁ ଅଧିକ ଲୋକ, ଲେଖକ ଏବଂ ସୃଷ୍ଟିକର୍ତ୍ତାଙ୍କୁ ଭେଟିଛି। ଏବେ ମୁଁ ସନ୍ତୁଷ୍ଟ। ମୋର ନେଟଫ୍ଲିକ୍ସ ଚାକିରି ଛାଡିବାର ୮ ମାସ ବିତିଗଲାଣି ଏବଂ ମୁଁ ବର୍ତ୍ତମାନ ନିଜ ପାଇଁ କାମ କରୁଛି। ଆୟର କୌଣସି ସ୍ଥିର ଉତ୍ସ ନାହିଁ ବୋଲି ଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟା ଜିନ୍ସ ଫ୍ୟାଶନ

ମାର୍କେଟ୍‌କୁ ଆସୁଥିବା ନୂଆ ନୂଆ ଡିଜାଇନ୍‌ର ଜିନ୍ସକୁ ନେଇ ଏକ୍ସପେରିମେଣ୍ଟ କରିବାରେ ସବୁଠୁ ଆଗରେ ଯୁବପିଢି। ତେବେ ବର୍ତ୍ତମାନ ଓଲଟା ଜିନ୍ସ ପାଲଟିଛି ଅନେକଙ୍କ ପାଇଁ...

ଭାରତୀୟ ଶାସ୍ତ୍ରୀୟ କଳାର ପ୍ରଶଂସା କଲା ବ୍ରିଟେନ! ଭାରତୀୟ ମୂଳ ବାସିନ୍ଦାଙ୍କୁ ସମ୍ମାନୀତ କଲେ କିଙ୍ଗ ଚାର୍ଲସ

ଲଣ୍ଡନ,୨୮।୪: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ଭାରତୀୟ ମୂଳ ବାସିନ୍ଦା ଡା. ଏମ.ଏନ. ନନ୍ଦକୁମାରଙ୍କୁ ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର(ଏମବିଇ)ର ଆଓ୍ବାର୍ଡରେ ସମ୍ମାନୀତ କରିଛନ୍ତି। ...

ଜ୍ୱାଇଁଙ୍କୁ ସ୍ବାଗତ କରିବାକୁ ପରିବାର ପକ୍ଷରୁ ପରଷାଗଲା ୧୭୩ ପ୍ରକାର ଖାଦ୍ୟ: ପ୍ରସ୍ତୁତି ପାଇଁ ଲାଗିଲା ୪ଦିନ

ହାଇଦ୍ରାବାଦ,୧୭।୧: ଝିଅର ସ୍ବାମୀ ଅର୍ଥାତ୍‌ ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ କିମ୍ବା...

୨୩ବର୍ଷରେ ସରପଞ୍ଚ ଦାୟିତ୍ୱ

ଫିରୋଜାବାଦ,୨୬।୫: ଉତ୍ତରପ୍ରଦେଶ ଫିରୋଜାବାଦରେ ପଞ୍ଚାୟତ ନିର୍ବାଚନ ସରିବା ପରେ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସରପଞ୍ଚଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରାଯାଇଛି। ଏହି...

ଫ୍ରାନ୍ସରୁ ମିଳିଲା ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ

ପ୍ୟାରିସ୍‌, ୨୮।୭: ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ ଫ୍ରାନ୍ସରୁ ମିଳିଛି। ଓଜେଙ୍କ୍‌ ଅଞ୍ଚଳରୁ ବିରାଟକାୟ ଜୀବାଶ୍ମର ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନେ ତାକୁ ନେଇ...

କାହିଁକି ଘୋଡ଼ା ଚଢି ବିବାହ ମଣ୍ଡପକୁ ଯାଏ ବର

ଆଧୁନିକ ଯୁଗରେ ବିବାହ କରିବାକୁ ବରମାନେ ଏବେ ଦାମୀ ଗାଡ଼ିରେ ଯାଉଥିବା ଦେଖାଯାଏ। ହେଲେ ଏବେବି ଅନେକ ସ୍ଥାନରେ ବର ଘୋଡ଼ା ଚଢି ବିବାହ ମଣ୍ଡପରେ...

ଏହି କାରଣ ପାଇଁ ଝିଅଙ୍କୁ ହେବାକୁ ପଡ଼ିଥାଏ ପୁଅ

ସମଗ୍ର ବିଶ୍ୱରେ ଅନେକ ଜାତିର ଲୋକ ବାସ କରନ୍ତି। ସମସ୍ତଙ୍କ ଧର୍ମ ଏବଂ ପରମ୍ପରା ଭିନ୍ନ ପ୍ରକାରର। ତେବେ ଅଲବାନିଆ ତା’ର ଭିନ୍ନ ପରମ୍ପରା ପାଇଁ...

ଭାରତ ମହାସାଗର-ଆଫ୍ରିକା ଉପକୂଳ ଉପରେ ଚାଇନାର ନଜର…

ବେଜିଂ,୧୫।୫ : ସମ୍ମିଳିତ ଐତିହାସିକ ଅଧିକାର ଆଧାରରେ ଦକ୍ଷିଣ ଚାଇନା ସାଗରକୁ ସୁରକ୍ଷିତ କରିବା ପରେ ଚାଇନ ବର୍ତ୍ତମାନ ଭାରତର ମହାସାଗରରେ ଆଟଲାଣ୍ଟିକ ମହାସାଗରରେ ଆଫ୍ରିକାର...

Advertisement
Archives

Model This Week