Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲ ଯଥାରୀତି ହେବ: ଆଇସିସି

ଦୁବାଇ, ୨୧ା୪ (ପି.ଟି.)-କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ବ୍ରିଟେନ ଭାରତକୁ ଏହାର ଟ୍ରାଭେଲ ‘ରେଡ୍‌ ଲିଷ୍ଟ’ରେ ସ୍ଥାନ ଦେଇଥିଲେ ମଧ୍ୟ ଜୁନ୍‌ ୧୮ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଯଥାରୀତି ଅନୁଷ୍ଠିତ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିର୍ଭର ପ୍ରତିଶ୍ରୁତି ଦେଇଛି। ‘ରେଡ୍‌ ଲିଷ୍ଟ’ ସ୍ଥାନ ପାଇଥିବାରୁ ବର୍ତ୍ତମାନ ବ୍ରିଟେନକୁ ଭାରତୀୟଙ୍କ ଗସ୍ତ ଉପରେ କଟକଣା ରହିବ। ଯଦି କୌଣସି ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ବାସିନ୍ଦା ସ୍ବଦେଶ ଫେରନ୍ତି ତେବେ ହୋଟେଲରେ ୧୦ ଦିନ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ହେଲେ ଏକ ଜୈବ-ସୁରକ୍ଷିତ ପରିବେଶରେ ଡବ୍ଲ୍ୟୁଟିସି ଫାଇନାଲ ଆୟୋଜନ ହୋଇପାରିବ ବୋଲି ଆଇସିସି ଦୃଢତାର ସହିତ କହିଛି। ମହାମାରୀ ସମୟରେ କିପରି ସୁରକ୍ଷିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ କରିହେବ ତାହା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମେତ ଅନ୍ୟ ସଦସ୍ୟ ଦେଶ ତାହା କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି। ତେଣୁ ଯୋଜନା ମୁତାବକ ଜୁନ୍‌ରେ ଡବ୍ଲ୍ୟୁଟିସି ଫାଇନାଲ ଖେଳାଯିବ ବୋଲି ଆଇସିସି ପକ୍ଷରୁ ସୋମବାର ରାତିରେ ସ୍ପଷ୍ଟ କରିଦିଆଯାଇଛି। ଆଇସିସି ତରଫରୁ ଇତିମଧ୍ୟରେ ୟୁକେ ସରକାରଙ୍କ ସହ ‘ରେଡ୍‌ ଲିଷ୍ଟ’ରେ ସ୍ଥାନ ପାଇଥିବା ଦେଶମାନଙ୍କ ଲାଗି କରାଯାଇଥିବା ନିୟମ ଉପରେ ଆଲୋଚନା ହୋଇସାରିଛି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଦେଶରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଉପୁଜିଛି, ସେତେବେଳେ ହୁଏତ ତାହା ନ ଥିବ। ଜୁନ୍‌ ପ୍ରଥମ ଭାଗରେ ଟିମ୍‌ର ଗସ୍ତ ବେଳକୁ ଭାରତର ନାମ ହୁଏତ ‘ରେଡ୍‌ ଲିଷ୍ଟ’ରେ ନ ଥିବ। ଯଦି ଅବା ସମାନ ପରିସ୍ଥିତି ଥାଏ ତେବେ ୧୦ଦିନ କଠିନ କ୍ୱାରାଣ୍ଟାଇନ୍‌ର ଆବଶ୍ୟକତା ପଡ଼ିବ। ଭାରତୀୟ ମହିଳା କ୍ରିକେଟ ଦଳ ଜୁନ୍‌ରେ ଏବଂ ପୁରୁଷ ଦଳ ଅଗଷ୍ଟ ୪ରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ୟୁନାଇଟେଡ୍‌ କିଙ୍ଗଡମ୍‌ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଲଡର୍‌ସଠାରେ ଜୁନ୍‌୨ରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଭାରତ ‘ରେଡ୍‌ ଲିଷ୍ଟ’ରେ ସ୍ଥାନ ପାଇବା ଦ୍ୱାରା ବର୍ତ୍ତମାନ ଆଇପିଏଲ୍‌ ଖେଳୁଥିବା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ଏକ ବଡ଼ ପ୍ରଶ୍ନ। ଆଇପିଏଲ୍‌ ମେ’ ୩୦ରେ ଶେଷ ହେବ। ଟାଇଟଲ ମୁକାବିଲା ଅହମଦାବାଦରେ ହେବ। ଖବର ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ନୂଆ ପଜିଟିଭ୍‌ଙ୍କ ସଂଖ୍ୟା ୨,୫୯, ୧୭୦ରେ ପହଞ୍ଚତ୍ଛି। ଦିନକରେ ଏହା ହେଉଛି ସର୍ବାଧିକ। ଦେଶରେ ମୋଟ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧.୫ କୋଟିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri