Posted inଖେଳ

ପିତାଙ୍କ ହତ୍ୟାରେ ଭାଙ୍ଗି ପଡି ନ ଥିଲେ ବିଶ୍ୱର ନଂ ୧ ମହିଳା ରେସଲର୍‌

ଭାରତର ତାରକା ରେସଲର ଭିନେଶ ଫୋଗେଟ ମାଟିଓ ପାଲିକନ ର଼୍ୟାଙ୍କିଙ୍ଗ ରେସଲିଂ ସିରିଜରେ କ୍ରମାଗତ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଏକମାତ୍ର ଭାରତୀୟ ମହିଳା ରେସଲର ଭାବେ ୨୬ ବର୍ଷୀୟା ଭିନେଶ ଟୋକିଓ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାକୁ ଏବେ ଭିନେଶ ଲକ୍ଷ୍ୟ ରଖିଛନ୍ତି। ବିଶ୍ୱର ଏକ ନମ୍ବର ରେସଲର ହେବାକୁ ଭିନେଶଙ୍କ ଯାତ୍ରା ଆଦୌ ସହଜ ନ ଥିଲା। ପିଲାଦିନେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା। କେବଳ ଏତିକି ନୁହେଁ, ଆହତ କାରଣରୁ ସେ ରିଓ ଅଲିମ୍ପିକ୍ସରୁ ମଧ୍ୟ ବାହାରେ ଥିଲେ। ଏହା ସତ୍ତେ୍‌ ସେ ଭାଙ୍ଗି ନ ଥିଲେ। କଠିନ ପରିଶ୍ରମ କରିଚାଲିଥିଲେ। ଯାହାର ଫଳାଫଳ ଆଜି ସମଗ୍ର ବିଶ୍ୱ ସାମ୍ନାରେ ଅଛି।
ଭିନେଶ ଫୋଗାଟ ଅଗଷ୍ଟ ୨୪, ୧୯୯୪ରେ ହରିୟାଣାର ଭିବାନୀ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ହେଉଛନ୍ତି ପ୍ରେମଲତା ଏବଂ ରାଜପାଲ ସିଂ ଫୋଗାଟ। ତାଙ୍କ ପିତା ମହାବୀର ସିଂ ଫୋଗାଟଙ୍କ ଭାଇ ଥିଲେ। କୁସ୍ତିଯୋଦ୍ଧା ବବିତା, ରିତୁ ଏବଂ ଗୀତା ସେମାନଙ୍କର ସମ୍ପର୍କୀୟ ଅଟନ୍ତି। ସେ ୨୦୧୩ରେ ଏସୀୟ ରେସଲିଂ ଚାମ୍ପିଅନସିପ ସହିତ ନିଜର କୁସ୍ତି କ୍ୟାରିଅର୍‌ ଆରମ୍ଭ କରିଥିଲେ।
ଭିନେଶ ଫୋଗାଟଙ୍କ ପାଇଁ ସବୁକିଛି ସହଜ ହୋଇନାହିଁ। ଯେତେବେଳେ ସେ ଏବଂ ତାଙ୍କ ଭଉଣୀ ସାନ ଥିଲେ, ସେତେବେଳେ ସେମାନଙ୍କ ପିତାଙ୍କୁ ଏକ ଜମି ବିବାଦରେ ହତ୍ୟା କରାଯାଇଥିଲା। ସେ ତାଙ୍କ ସମ୍ପର୍କୀୟମାନଙ୍କ ସହିତ କୁସ୍ତିର କୌଶଳ ଶିଖିଲେ। ରିଓ ଅଲିମ୍ପିକ୍ସରେ ଆଘାତ ଯୋଗୁ ତାଙ୍କର ସ୍ବପ୍ନ ଭାଙ୍ଗି ଯାଇଥିଲା। କିନ୍ତୁ ସୁସ୍ଥ ହୋଇ ଏସିଆନ ଗେମ୍ସରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ଏସୀୟ ଖେଳ ଇତିହାସରେ ପ୍ରଥମଥର ପାଇଁ ରେସଲିଂରେ ଭାରତ ସ୍ବର୍ଣ୍ଣ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri