ଧନୀଙ୍କ ପୃଥିବୀ

ଅତ୍ୟଧିକ ତାପଜ ବିଦ୍ୟୁତ ଉତ୍ପାଦନ, ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର ଏବେ ମଣିଷକୁ ମୃତ୍ୟୁମୁଖକୁ ଠେଲୁଛି। ମଣିଷ ନିଜେ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି ଓ ଏହା କେତେ ଭୟଙ୍କର ହୋଇପାରେ ତାହା ହିମସ୍ଖଳନ, ବନାଗ୍ନି, ଭୀଷଣ ବର୍ଷା ବା ସ୍ୱଳ୍ପ ବୃଷ୍ଟି ଭଳି ପରିସ୍ଥିତିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପ ନିର୍ଗମନ ହେତୁ ବିଶ୍ୱତାପନ ବୃଦ୍ଧି ପାଉଛି। ଏହା ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ। ସମ୍ପୂର୍ଣ୍ଣ ୟୁରୋପ ଓ ଆମେରିକାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, କାଲିଫର୍ନିଆଠାରୁ ଗ୍ରୀସ ପର୍ଯ୍ୟନ୍ତ ଭୀଷଣ ବନାଗ୍ନି ଏହାର ପ୍ରମାଣ। ଆଣ୍ଟାର୍କଟିକାର ହିମଶୈଳ ଓ ହିମାଳୟରୁ ବରଫ ତରଳିବା ମଧ୍ୟ ଏହାର ପ୍ରାକ୍‌ ସୂଚନା। ଏହି ସମୟରେ ନିକଟରେ ପ୍ରକାଶିତ ଜାତିସଂଘର ଜଳବାୟୁ ସଂକ୍ରାନ୍ତୀୟ ଆନ୍ତଃ ସରକାରୀସ୍ତରୀୟ କମିଟି(ଆଇପିସିସି) ରିପୋର୍ଟ ଆଗାମୀ ଦିନରେ ଭୟଙ୍କର ବିପର୍ଯ୍ୟୟକୁ ସୂଚିତ କରିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭାରତରେ ତୀବ୍ର ହେବ ବୋଲି ସତର୍କ କରିଦେଇଛି। କେବଳ ଏତିକି ନୁହେଁ, ଆଣ୍ଟାର୍କଟିକା ବରଫ ଖଣ୍ଡ ତରଳି ସମୁଦ୍ର ସ୍ତର ବୃଦ୍ଧି ଘଟି ଭାରତର ମୁମ୍ବାଇ, ଚେନ୍ନାଇ, କୋଚି, କୋଲକାତା, ସୁରଟ ଓ ବିଶାଖାପଟନମ ଆଦି ବନ୍ଦର ସହର ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି। ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସରେ ସୀମିତ ରଖିବା ଲାଗି ଉଦ୍ୟମ କରାଯାଉଥିବାବେଳେ ଏହି ରିପୋର୍ଟ ବାସ୍ତବିକ ଚିନ୍ତା ବଢାଇ ଦେଇଛି।
ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ସବୁଜ ଗୃହ ବାଷ୍ପ କମ୍‌ କରିବାକୁ ହେବ। କିନ୍ତୁ ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକର ଶକ୍ତି ଚାହିଦା ପ୍ରବଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ସେ ହେତୁ ସେମାନଙ୍କ ଶକ୍ତି ଉପତ୍ାଦନ ବୃଦ୍ଧି ପାଉଛି। ତାହା ଫଳରେ ସବୁଜଗୃହ ବାଷ୍ପ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ଯାଉଛି। ସବୁଜ ଗୃହ ବାଷ୍ପ ନିର୍ଗମନରେ ଚାଇନା, ଆମେରିକା ପଛକୁ ଭାରତ ରହିଛି। ଏଣୁ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ପୃଥିବୀ ସମେତ ଭାରତକୁ ମଧ୍ୟ କ୍ଷତି କରିବ ଏହା ନିଃସନ୍ଦେହ। ୨୦୧୯ର ୟୁନାଇଟେଡ ନେଶନ୍‌ସ ଏମିଶନ ଗ୍ୟାପ୍‌ ରିପୋର୍ଟ ଅନୁଯାୟୀ, କାର୍ବନ ନିର୍ଗମନ ସ୍ତର ୨୦୩୦ ସୁଦ୍ଧା ୫୫% ହ୍ରାସ କରାଯାଇପାରିଲେ ବିଶ୍ୱ ତାପନ ବୃଦ୍ଧି ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖାଯାଇପାରିବ। କିନ୍ତୁ ମହାମାରୀ ସମୟରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ମୋଟ ତାପଜ ବିଦ୍ୟୁତ ଉତ୍ପାଦନ କ୍ଷମତା କମାଇଥିବାବେଳେ ଚାଇନା ନୂଆ ତାପଜ ବିଦ୍ୟୁତ ଶକ୍ତି କ୍ଷମତା ବୃଦ୍ଧି କରିବା ଏବେ ଚିନ୍ତାର ବିଷୟ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆମେରିକାର ବୋଇଂ କମ୍ପାନୀ ନିର୍ମାଣ କରୁଥିବା ପ୍ରତ୍ୟେକଟି ନୂଆ ଜେଟ୍‌ ବିମାନ ତାହାର ସମଗ୍ର କାର୍ଯ୍ୟକାଳ ମଧ୍ୟରେ ଏକ ମିଲିଅନ (୧୦ ଲକ୍ଷ) ଟନ୍‌ କାର୍ବନ ଡାଇଅକ୍ସାଇଡ ସୃଷ୍ଟି କରିବ। ଏଥିରୁ ବୁଝିବାକୁ ହେବ ଆଧୁନିକ ମଣିଷର ପ୍ରତ୍ୟେକଟି କାର୍ଯ୍ୟ ବାୟୁମଣ୍ଡଳକୁ କ୍ଷତି ପହଞ୍ଚାଇବା ଭଳି ମନେ ହୁଏ। ଏହି କ୍ଷତି କେବଳ ଉଡ଼ାଜାହାଜରେ ସୀମିତ ନୁହେଁ। ଗାଡ଼ିମୋଟର ଚଳାଇବାଠାରୁ ଆରମ୍ଭ କରି ଶିଳ୍ପ ସୃଷ୍ଟି କରୁଥିବା କ୍ଷତିକାରକ ବାଷ୍ପ ପୃଥିବୀର ବାୟୁମଣ୍ଡଳ ଉପରେ ପ୍ରଭାବ ପକାଉଛି। ଗବେଷକମାନଙ୍କ କହିବା ଅନୁଯାୟୀ ହାରାହାରି ୧୮-୨୨ ବର୍ଷ ବଞ୍ଚୁଥିବା ଗୋଟିଏ ଗାଈର ଜୀବନ କାଳ ସମୟରେ ତାହା ଦ୍ୱାରା ନିର୍ଗତ ବାୟୁ( ମିଥେନ୍‌) ପରିମାଣ ୫୦ ଜଣ ମଣିଷଙ୍କର ହାରାହାରି ୭୦ ବର୍ଷ ଜୀବନକାଳରେ ନିର୍ଗତ ବାୟୁ ସହିତ ସମାନ ହୋଇଥାଏ। ଏହି ମିଥେନ ବାୟୁମଣ୍ଡଳକୁ ବିଶେଷକରି ଓଜୋନକୁ କ୍ଷତି ପହଞ୍ଚାଉଛି।
ଆଜିର କରୋନା ଭାଇରସ ସଂକ୍ରମଣ ପରିସ୍ଥିତି ମଣିଷ ଜାତିକୁ ଅନେକ ଶିକ୍ଷା ଦେଇଛି। ୨୦୨୦ରୁ ଲାଗି ରହିଥିବା ବିଶ୍ୱବ୍ୟାପୀ ଲକ୍‌ଡାଉନ ପରିସ୍ଥିତି ଦ୍ୱାରା ବାୟୁମଣ୍ଡଳ ପ୍ରତି ଘଟୁଥିବା କ୍ଷତି ହ୍ରାସ ପାଇଛି। ଏଥିରୁ ବୁଝିବାକୁ ହେବ ଯେ, ଗମନାଗମନ ଏବଂ କ୍ଷତିକାରକ ଶିଳ୍ପ ବନ୍ଦ ହୋଇଯିବା ଫଳରେ ପୃଥିବୀର ସ୍ଥିତିରେ ପରିବର୍ତ୍ତନ ଆସିଛି। ଏହି ଚିନ୍ତାଧାରା ବିରୋଧରେ ଯୁକ୍ତି କରାଯାଇପାରେ ଯେ, ସବୁକିଛି ବନ୍ଦ ରହିଲେ ପୃଥିବୀର ଅର୍ଥନୀତି ଭୁଶୁଡି ପଡ଼ିବ। ଏହା ବ୍ୟତୀତ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବାରମ୍ବାର ଯେଉଁ ରିପୋର୍ଟ ପ୍ରକାଶ ପାଉଛି ତାହାର ମଧ୍ୟ ଅନେକ ସମର୍ଥକ ଏହି ପ୍ରକାରର ବନ୍ଦକୁ ବିରୋଧ କରନ୍ତି। ସେମାନେ କୌଣସି ସମୟରେ ଗରିବଙ୍କ ପ୍ରତି କାଣିଆଙ୍ଗୁଠି ମଧ୍ୟ ଉଠାଇ ନ ଥିବାବେଳେ, ଏବେ ତାଙ୍କର ଗରିବପ୍ରୀତି ଆଖିଦୃଶିଆ ଭାବେ ଦିଶୁଛି। କୋଭିଡ୍‌ ମହାମାରୀର ଶିକ୍ଷାକୁ ହାତଛଡ଼ା କଲେ ମଣିଷ ଜାତିର ଗୁରୁତର କ୍ଷତି ଘଟିବ। ଏହି ସମୟରେ ପ୍ରମାଣ ମିିଳିଲା ଯେ, ଆଧୁନିକ ମଣିଷର ସବୁ ପାଗଳାମିକୁ ଆୟତ୍ତ କରିପାରିଲେ ଭବିଷ୍ୟତରେ ମଣିଷ ଜାତି ବଞ୍ଚିକରି ରହିବ। ଗ୍ରେଟା ଥନ୍‌ବର୍ଗଙ୍କ ଭଳି ଯୁବ ନେତୃତ୍ୱର ବାଣୀକୁ ଶୁଣିବା ସହିତ ପୂର୍ବ ଢାଞ୍ଚାର ଜୀବନଶୈଳୀକୁ ମାର୍ଜିତ କରିବାକୁ ହେବ। କେବଳ ଅର୍ଥନୀତିକୁ ଲକ୍ଷ୍ୟ କରି ଅଳ୍ପ କେତେକ ଲୋକ କିମ୍ବା ପରିବାରକୁ ଅତ୍ୟଧିକ ଧନୀ କରିବାକୁ ଗଲେ ପୃଥିବୀରେ ଯେଉଁ ଅନ୍ଧକାର ବ୍ୟାପିବ ସେଥିରୁ ଆଲୋକକୁ ଯିବା କଷ୍ଟକର ହୋଇପଡ଼ିବ। ଏଥିତ୍ରୁ ବୁଝିବାକୁ ହେବ ଯେ କେବଳ ଗଛଟିଏ ଲଗାଇଲେ ପରିବେଶ ସୁରକ୍ଷା ହେବ ନାହିଁ, ପୃଥିବୀକୁ ବଞ୍ଚାଇବାକୁ ହେଲେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri