ପ୍ଲାଷ୍ଟିକ ପ୍ରଦୂଷଣ ବଳୟରେ ବିଶ୍ୱ

ଆମର ଚଳିତ ସଭ୍ୟତାର ପ୍ରଗତି ଓ ବିକାଶ ପଛରେ ଯେ, ପ୍ଲାଷ୍ଟିକର ପ୍ରମୁଖ ଭୂମିକା ରହିଛି ଏଥିରେ ଦ୍ବିମତ ନାହିଁ।ପ୍ଲାଷ୍ଟିକର ଅନେକ ଉପକାରୀ ଧର୍ମ ସତ୍ତ୍ୱେ ଏହାର ଏକ ବଡ଼ ପ୍ରତିକୂଳ ପ୍ରଭାବ ହେଉଛି ଏହା ଜୈବ ବିଘଟନଶୀଳ ନୁହେଁ; ଅର୍ଥାତ ପରିବେଶରେ ଏହାର ଜୀବନକାଳ ଅତିଶୟ ଦୀର୍ଘ ହୋଇଥିବାରୁ ଏହା ବିଘଟିତ ହୋଇ ମାଟିରେ ମିଶିପାରେ ନାହିଁ।ସୁତରାଂ ପ୍ଲାଷ୍ଟିକ ଆବର୍ଜନାକୁ ସୁଚାରୁ ପରିଚାଳନା କରି ନିରାପଦ ଉପାୟରେ ପ୍ରକୃତିରେ ବିସର୍ଜନ କରିବା ବୈଜ୍ଞାନିକମାନଙ୍କ ପାଇଁ ଆହ୍ବାନ ପାଲଟି ଯାଇଛି।ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ ସଂଶ୍ଳେଷିତ ପ୍ଲାଷ୍ଟିକ ୧୯୦୭ ମସିହାରେ ବେଲଜିୟମର ଲିଓ ବେକେଲାଣ୍ଡ ନାମକ ବୈଜ୍ଞାନିକ ପ୍ରସ୍ତୁତ କରି ପ୍ୟାଟେଣ୍ଟ ହାସଲ କରିଥିଲେ।
ବିଗତ ୧୯୫୦ ଦଶକରୁ ୨୦୧୮ ମସିହା ମଧ୍ୟରେ ବିଶ୍ୱରେ ସମୁଦାୟ ୬୩୦ କୋଟି ଟନ୍‌ ପ୍ଲାଷ୍ଟିକ ପ୍ରସ୍ତୁତ ହୋଇସାରିଛି। ୨୦୧୯ ମସିହା ସୁଦ୍ଧା ବିଶ୍ୱରେ ପ୍ରତି ବର୍ଷ ୩୬.୫ କୋଟି ଟନ୍‌ ପ୍ଲାଷ୍ଟିକ ଉତ୍ପାଦିତ ହେଉଛି।ଏଥିମଧ୍ୟରୁ ସର୍ବାଧିକ ୫୧% ଭାଗ ଉତ୍ପାଦିତ ହେଉଛି ଏସିଆ ମହାଦେଶରେ।ଚାଇନା ହେଉଛି ବିଶ୍ୱର ସର୍ବାଧିକ ପ୍ଲାଷ୍ଟିକ ଉତ୍ପାଦନକାରୀ ରାଷ୍ଟ୍ର।ବିଶ୍ୱର ବିକଶିତ ରାଷ୍ଟ୍ରଗୁଡ଼ିକରେ ସମୁଦାୟ ଉତ୍ପାଦନର ପ୍ରାୟ ୫୦% ଭାଗ ପ୍ଲାଷ୍ଟିକ ପ୍ୟାକେଜିଙ୍ଗ କ୍ଷେତ୍ରରେ ବ୍ୟବହୃତ ହୁଏ।ଦିନକୁଦିନ ପ୍ଲାଷ୍ଟିକର ଉତ୍ପାଦନ ବୃଦ୍ଧି ପାଉଥିବାରୁ ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ୨୦୫୦ ସୁଦ୍ଧା ବିଶ୍ୱରେ ସମୁଦାୟ ପ୍ଲାଷ୍ଟିକ ଉତ୍ପାଦନର ପରିମାଣ ପ୍ରତି ବର୍ଷ ୧୧୦ କୋଟି ଟନ୍‌ ଅଙ୍କକୁ ଅତିକ୍ରମ କରିଯିବ ବୋଲି ଆଶଙ୍କା ପ୍ରକାଶ କରାଯାଏ।
ବିଶ୍ୱରେ ସମୁଦାୟ ପ୍ଲାଷ୍ଟିକ ଉତ୍ପାଦନର ମାତ୍ର ୯% ଭାଗ ପୁନଃଚକ୍ରୀକରଣ ହେଉଥିଲାବେଳେ କେବଳ ୧୨% ଭାଗକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରିଦିଆଯାଏ।ଏ କ୍ଷେତ୍ରରେ ଆଉ ଏକ ସମସ୍ୟା ହେଲା, ଏବକାର ବ୍ୟସ୍ତବହୁଳ ଜୀବନଶୈଳୀରେ ମାତ୍ର ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକର ବହୁଳ ପ୍ରସାର।
ପୃଥିବୀର ସ୍ଥଳଭାଗରେ ପ୍ଲାଷ୍ଟିକ ପ୍ରଦୂଷଣର ପଦଚିହ୍ନ ସୁସ୍ପଷ୍ଟ।ପ୍ଲାଷ୍ଟିକ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବଜନ୍ତୁ ଭକ୍ଷଣ କରିଥାନ୍ତି।ଏହା ସେମାନଙ୍କ ଅନ୍ତନଳୀରେ ପ୍ରବେଶ କରି ଖାଦ୍ୟପଥକୁ ବନ୍ଦ କରିଦିଏ। ଏହା ମଧ୍ୟ ସମୟକ୍ରମେ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଜରିଆରେ ପ୍ରାଣୀର ଜୀବକୋଷରେ ପ୍ରବେଶ କରେ।
ଏହାଦ୍ୱାରା କର୍କଟ ରୋଗ ସୃଷ୍ଟି ହେବା ସାଙ୍ଗକୁ ହର୍ମୋନ କ୍ଷରଣରେ ଅନିୟମିତତା ଉତ୍ପନ୍ନ ହୁଏ, ଯାହା ସମୟକ୍ରମେ ପ୍ରାଣୀର ପ୍ରଜନନ କ୍ଷମତା, ଅଭିବୃଦ୍ଧି ହାର ଓ ମାନସିକ ଅବଧାରଣା ପ୍ରକ୍ରିୟାକୁ ଗୁରୁତର ପ୍ରଭାବିତ କରେ।ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ବର୍ଷକୁ ପ୍ରାୟ ୧ ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି ବୋଲି ଜଣାଯାଏ। ପ୍ଲାଷ୍ଟିକଜାତ ପଦାର୍ଥ ମଧ୍ୟ ମାଟିରେ ପୋତି ହୋଇ ପଡ଼ିବା ଯୋଗୁ ମୃତ୍ତିକାର ଗୁଣବତ୍ତା କମିଯିବା ସାଙ୍ଗକୁ ମାଟିର ଜଳଧାରଣ କ୍ଷମତାର ହ୍ରାସ ଘଟି ଭୂତଳ ଜଳ ଉତ୍ସର ଅବକ୍ଷୟ ଘଟୁଛି I
ପୃଥିବୀର ସମୁଦ୍ର ଓ ମହାସମୁଦ୍ର ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ। ଏକ ହିସାବରୁ ଜଣାଯାଏ ଯେ, ପ୍ରତି ବର୍ଷ ପ୍ରାୟ ୮୮ ଲକ୍ଷ ଟନ୍‌ ପ୍ଲାଷ୍ଟିକ ସାମଗ୍ରୀ ସମୁଦ୍ରରେ ଆବର୍ଜନା ରୂପେ ମିଶିଥାଏ ।ଅର୍ଥାତ ସମୁଦ୍ରରେ ପ୍ରତି ମିନିଟରେ ପ୍ରାୟ ୧ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ମିଶୁଛି, ଯାହା ଏକ ଟ୍ରକ ଭର୍ତ୍ତି ଆବର୍ଜନା ସଙ୍ଗେ ସମାନ।୨୦୧୩ ମସିହା ସୁଦ୍ଧା ପୃଥିବୀର ସମୁଦ୍ରରେ ପ୍ରାୟ ୮୬୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ମିଶିଛି।ଏହି ପ୍ଲାଷ୍ଟିକ ଆବର୍ଜନା ସମୟକ୍ରମେ ଭାଙ୍ଗି କ୍ଷୁଦ୍ର କଣିକାରେ ପରିଣତ ହୁଏ, ଯାହାକୁ ‘ମାଇକ୍ରୋପ୍ଲାଷ୍ଟିକ’ କହନ୍ତି।ଏହା ଘଟଣାକ୍ରମେ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ବିଭିନ୍ନ ଜଳଚର ଜୀବ ଯଥା ମାଛ, କଇଁଛ, ଡଲ୍‌ଫିନ, ତିମି, ସାମୁଦ୍ରିକ ପକ୍ଷୀଙ୍କ ଶରୀରକୁ ସଞ୍ଚାରିତ ହୁଏ।ଏହା ସେମାନଙ୍କ ପାକସ୍ଥଳୀରେ ଭରିଯିବା ହେତୁ ଖାଦ୍ୟ ଗ୍ରହଣ କ୍ଷମତା ଗୁରୁତର ହ୍ରାସ ପାଇ ପରିଶେଷରେ ସେମାନଙ୍କ ମୃତ୍ୟୁ ଘଟେ।ଏକ ହିସାବରୁ ଜଣାଯାଏ ଯେ, ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ ସାମୁଦ୍ରିକ ପକ୍ଷୀଙ୍କ ମୃତ୍ୟୁ ଘଟୁଛି।
ଜଳ ଓ ସ୍ଥଳ ପ୍ରଦୂଷଣ ବ୍ୟତୀତ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଜଳବାୟୁ ପରିବର୍ତ୍ତନର ଧାରା ତ୍ୱରାନ୍ବିତ ହେଉଛି। ଅଶୋଧିତ ପେଟ୍ରୋଲିୟମ୍‌ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଗୃହ ଗ୍ୟାସ ଉତ୍ପନ୍ନ ହୋଇ ପରିବେଶକୁ ନିର୍ଗମନ ହୁଏ।ପୁଣି ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରାଯିବା ଦ୍ୱାରା ଅନେକ ସବୁଜଗୃହ ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ।୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଯେ, ପ୍ଲାଷ୍ଟିକ ଉତ୍ପାଦନ ଓ ଭସ୍ମୀକରଣ ପ୍ରକ୍ରିୟା ଯୋଗୁ ବାୟୁମଣ୍ଡଳକୁ ସମୁଦାୟ ୮୫୦ ମିଲିୟନ ଟନ୍‌ ସବୁଜଗୃହ ଗ୍ୟାସ ଉତ୍ସର୍ଜିତ ହୋଇଛି।ଆଗାମୀ ୨୦୫୦ ବେଳକୁ ଏହା ଆଶାତୀତ ବୃଦ୍ଧି ପାଇ କେବଳ ପ୍ଲାଷ୍ଟିକ ଯୋଗୁ ଉତ୍ସର୍ଜିତ ସବୁଜଗୃହ ଗ୍ୟାସର ପରିମାଣ ସମୁଦାୟ ବିଶ୍ୱ ଉତ୍ସର୍ଜନର ୧୪% ମାତ୍ରାରେ ପହଞ୍ଚିବ ବୋଲି ଆଶଙ୍କା ପ୍ରକାଶ କରାଯାଏ। ଏହି ବିପୁଳ ସବୁଜଗୃହ ଗ୍ୟାସ ଯେ ଭବିଷ୍ୟତରେ ବିଶ୍ୱତାପନ ପ୍ରକ୍ରିୟାରେ ସହାୟକ ହୋଇ ବିଶ୍ୱ ଜଳବାୟୁ ପରିବର୍ତ୍ତନର ଧାରାକୁ ଘୋର ତ୍ୱରାନ୍ବିତ କରିବ ଏଥିରେ ସନ୍ଦେହ ନାହିଁ।
ତେବେ ଆମେ ଏବେଠୁ ପ୍ଲାଷ୍ଟିକ ପ୍ରଦୂଷଣର ପ୍ରତିକାର ଚିନ୍ତା କରିବା ଉଚିତ।
ଆଗାମୀ ଦିନରେ ବ୍ୟବହାର ହ୍ରାସ, ପୁନଃଚକ୍ରୀକରଣ ଓ ପୁନଃବ୍ୟବହାର ଆମର ମୂଳ ମନ୍ତ୍ର ହେବା ଉଚିତ। ଏହାଦ୍ୱାରା ବିଶ୍ୱକୁ ପ୍ଲାଷ୍ଟିକର ବିଷାକ୍ତ ବଳୟରୁ ରକ୍ଷାକରି ଏକ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିହେବ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ଆମକୁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ ପଡିବ।ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗ ପରିବର୍ତ୍ତେ କନା ବ୍ୟାଗ ବ୍ୟବହାର କରିବାକୁ ହେବ। ବୈଜ୍ଞାନିକଙ୍କୁ ଅଣବିଘଟନଶୀଳ ପ୍ଲାଷ୍ଟିକ ପରିବର୍ତ୍ତେ ଜୈବବିଘଟନଶୀଳ ତଥା ମାଟିରେ ସହଜରେ ମିଶି ପାରୁଥିବା ନୂତନ ପ୍ଲାଷ୍ଟିକ ବିକଶିତ କରିବାକୁ ହେବ।ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ଫିଙ୍ଗି ନ ଦେଇ ସେଥିରୁ ପୁନଃଚକ୍ରୀକରଣ ପଦ୍ଧତିରେ ନୂତନ ପ୍ଲାଷ୍ଟିକ ସାମଗ୍ରୀ ପ୍ରସ୍ତୁତ କରିବାକୁ ପଡ଼ିବ।ଆହୁରି ମଧ୍ୟ ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକ ପଦାର୍ଥକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ହେବ।
ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଳ, ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?