ପ୍ଲାଷ୍ଟିକ ପ୍ରଦୂଷଣ ବଳୟରେ ବିଶ୍ୱ

ଆମର ଚଳିତ ସଭ୍ୟତାର ପ୍ରଗତି ଓ ବିକାଶ ପଛରେ ଯେ, ପ୍ଲାଷ୍ଟିକର ପ୍ରମୁଖ ଭୂମିକା ରହିଛି ଏଥିରେ ଦ୍ବିମତ ନାହିଁ।ପ୍ଲାଷ୍ଟିକର ଅନେକ ଉପକାରୀ ଧର୍ମ ସତ୍ତ୍ୱେ ଏହାର ଏକ ବଡ଼ ପ୍ରତିକୂଳ ପ୍ରଭାବ ହେଉଛି ଏହା ଜୈବ ବିଘଟନଶୀଳ ନୁହେଁ; ଅର୍ଥାତ ପରିବେଶରେ ଏହାର ଜୀବନକାଳ ଅତିଶୟ ଦୀର୍ଘ ହୋଇଥିବାରୁ ଏହା ବିଘଟିତ ହୋଇ ମାଟିରେ ମିଶିପାରେ ନାହିଁ।ସୁତରାଂ ପ୍ଲାଷ୍ଟିକ ଆବର୍ଜନାକୁ ସୁଚାରୁ ପରିଚାଳନା କରି ନିରାପଦ ଉପାୟରେ ପ୍ରକୃତିରେ ବିସର୍ଜନ କରିବା ବୈଜ୍ଞାନିକମାନଙ୍କ ପାଇଁ ଆହ୍ବାନ ପାଲଟି ଯାଇଛି।ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ ସଂଶ୍ଳେଷିତ ପ୍ଲାଷ୍ଟିକ ୧୯୦୭ ମସିହାରେ ବେଲଜିୟମର ଲିଓ ବେକେଲାଣ୍ଡ ନାମକ ବୈଜ୍ଞାନିକ ପ୍ରସ୍ତୁତ କରି ପ୍ୟାଟେଣ୍ଟ ହାସଲ କରିଥିଲେ।
ବିଗତ ୧୯୫୦ ଦଶକରୁ ୨୦୧୮ ମସିହା ମଧ୍ୟରେ ବିଶ୍ୱରେ ସମୁଦାୟ ୬୩୦ କୋଟି ଟନ୍‌ ପ୍ଲାଷ୍ଟିକ ପ୍ରସ୍ତୁତ ହୋଇସାରିଛି। ୨୦୧୯ ମସିହା ସୁଦ୍ଧା ବିଶ୍ୱରେ ପ୍ରତି ବର୍ଷ ୩୬.୫ କୋଟି ଟନ୍‌ ପ୍ଲାଷ୍ଟିକ ଉତ୍ପାଦିତ ହେଉଛି।ଏଥିମଧ୍ୟରୁ ସର୍ବାଧିକ ୫୧% ଭାଗ ଉତ୍ପାଦିତ ହେଉଛି ଏସିଆ ମହାଦେଶରେ।ଚାଇନା ହେଉଛି ବିଶ୍ୱର ସର୍ବାଧିକ ପ୍ଲାଷ୍ଟିକ ଉତ୍ପାଦନକାରୀ ରାଷ୍ଟ୍ର।ବିଶ୍ୱର ବିକଶିତ ରାଷ୍ଟ୍ରଗୁଡ଼ିକରେ ସମୁଦାୟ ଉତ୍ପାଦନର ପ୍ରାୟ ୫୦% ଭାଗ ପ୍ଲାଷ୍ଟିକ ପ୍ୟାକେଜିଙ୍ଗ କ୍ଷେତ୍ରରେ ବ୍ୟବହୃତ ହୁଏ।ଦିନକୁଦିନ ପ୍ଲାଷ୍ଟିକର ଉତ୍ପାଦନ ବୃଦ୍ଧି ପାଉଥିବାରୁ ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ୨୦୫୦ ସୁଦ୍ଧା ବିଶ୍ୱରେ ସମୁଦାୟ ପ୍ଲାଷ୍ଟିକ ଉତ୍ପାଦନର ପରିମାଣ ପ୍ରତି ବର୍ଷ ୧୧୦ କୋଟି ଟନ୍‌ ଅଙ୍କକୁ ଅତିକ୍ରମ କରିଯିବ ବୋଲି ଆଶଙ୍କା ପ୍ରକାଶ କରାଯାଏ।
ବିଶ୍ୱରେ ସମୁଦାୟ ପ୍ଲାଷ୍ଟିକ ଉତ୍ପାଦନର ମାତ୍ର ୯% ଭାଗ ପୁନଃଚକ୍ରୀକରଣ ହେଉଥିଲାବେଳେ କେବଳ ୧୨% ଭାଗକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରିଦିଆଯାଏ।ଏ କ୍ଷେତ୍ରରେ ଆଉ ଏକ ସମସ୍ୟା ହେଲା, ଏବକାର ବ୍ୟସ୍ତବହୁଳ ଜୀବନଶୈଳୀରେ ମାତ୍ର ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକର ବହୁଳ ପ୍ରସାର।
ପୃଥିବୀର ସ୍ଥଳଭାଗରେ ପ୍ଲାଷ୍ଟିକ ପ୍ରଦୂଷଣର ପଦଚିହ୍ନ ସୁସ୍ପଷ୍ଟ।ପ୍ଲାଷ୍ଟିକ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବଜନ୍ତୁ ଭକ୍ଷଣ କରିଥାନ୍ତି।ଏହା ସେମାନଙ୍କ ଅନ୍ତନଳୀରେ ପ୍ରବେଶ କରି ଖାଦ୍ୟପଥକୁ ବନ୍ଦ କରିଦିଏ। ଏହା ମଧ୍ୟ ସମୟକ୍ରମେ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଜରିଆରେ ପ୍ରାଣୀର ଜୀବକୋଷରେ ପ୍ରବେଶ କରେ।
ଏହାଦ୍ୱାରା କର୍କଟ ରୋଗ ସୃଷ୍ଟି ହେବା ସାଙ୍ଗକୁ ହର୍ମୋନ କ୍ଷରଣରେ ଅନିୟମିତତା ଉତ୍ପନ୍ନ ହୁଏ, ଯାହା ସମୟକ୍ରମେ ପ୍ରାଣୀର ପ୍ରଜନନ କ୍ଷମତା, ଅଭିବୃଦ୍ଧି ହାର ଓ ମାନସିକ ଅବଧାରଣା ପ୍ରକ୍ରିୟାକୁ ଗୁରୁତର ପ୍ରଭାବିତ କରେ।ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ବର୍ଷକୁ ପ୍ରାୟ ୧ ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି ବୋଲି ଜଣାଯାଏ। ପ୍ଲାଷ୍ଟିକଜାତ ପଦାର୍ଥ ମଧ୍ୟ ମାଟିରେ ପୋତି ହୋଇ ପଡ଼ିବା ଯୋଗୁ ମୃତ୍ତିକାର ଗୁଣବତ୍ତା କମିଯିବା ସାଙ୍ଗକୁ ମାଟିର ଜଳଧାରଣ କ୍ଷମତାର ହ୍ରାସ ଘଟି ଭୂତଳ ଜଳ ଉତ୍ସର ଅବକ୍ଷୟ ଘଟୁଛି I
ପୃଥିବୀର ସମୁଦ୍ର ଓ ମହାସମୁଦ୍ର ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ। ଏକ ହିସାବରୁ ଜଣାଯାଏ ଯେ, ପ୍ରତି ବର୍ଷ ପ୍ରାୟ ୮୮ ଲକ୍ଷ ଟନ୍‌ ପ୍ଲାଷ୍ଟିକ ସାମଗ୍ରୀ ସମୁଦ୍ରରେ ଆବର୍ଜନା ରୂପେ ମିଶିଥାଏ ।ଅର୍ଥାତ ସମୁଦ୍ରରେ ପ୍ରତି ମିନିଟରେ ପ୍ରାୟ ୧ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ମିଶୁଛି, ଯାହା ଏକ ଟ୍ରକ ଭର୍ତ୍ତି ଆବର୍ଜନା ସଙ୍ଗେ ସମାନ।୨୦୧୩ ମସିହା ସୁଦ୍ଧା ପୃଥିବୀର ସମୁଦ୍ରରେ ପ୍ରାୟ ୮୬୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ମିଶିଛି।ଏହି ପ୍ଲାଷ୍ଟିକ ଆବର୍ଜନା ସମୟକ୍ରମେ ଭାଙ୍ଗି କ୍ଷୁଦ୍ର କଣିକାରେ ପରିଣତ ହୁଏ, ଯାହାକୁ ‘ମାଇକ୍ରୋପ୍ଲାଷ୍ଟିକ’ କହନ୍ତି।ଏହା ଘଟଣାକ୍ରମେ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ବିଭିନ୍ନ ଜଳଚର ଜୀବ ଯଥା ମାଛ, କଇଁଛ, ଡଲ୍‌ଫିନ, ତିମି, ସାମୁଦ୍ରିକ ପକ୍ଷୀଙ୍କ ଶରୀରକୁ ସଞ୍ଚାରିତ ହୁଏ।ଏହା ସେମାନଙ୍କ ପାକସ୍ଥଳୀରେ ଭରିଯିବା ହେତୁ ଖାଦ୍ୟ ଗ୍ରହଣ କ୍ଷମତା ଗୁରୁତର ହ୍ରାସ ପାଇ ପରିଶେଷରେ ସେମାନଙ୍କ ମୃତ୍ୟୁ ଘଟେ।ଏକ ହିସାବରୁ ଜଣାଯାଏ ଯେ, ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ ସାମୁଦ୍ରିକ ପକ୍ଷୀଙ୍କ ମୃତ୍ୟୁ ଘଟୁଛି।
ଜଳ ଓ ସ୍ଥଳ ପ୍ରଦୂଷଣ ବ୍ୟତୀତ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଜଳବାୟୁ ପରିବର୍ତ୍ତନର ଧାରା ତ୍ୱରାନ୍ବିତ ହେଉଛି। ଅଶୋଧିତ ପେଟ୍ରୋଲିୟମ୍‌ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଗୃହ ଗ୍ୟାସ ଉତ୍ପନ୍ନ ହୋଇ ପରିବେଶକୁ ନିର୍ଗମନ ହୁଏ।ପୁଣି ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରାଯିବା ଦ୍ୱାରା ଅନେକ ସବୁଜଗୃହ ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ।୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଯେ, ପ୍ଲାଷ୍ଟିକ ଉତ୍ପାଦନ ଓ ଭସ୍ମୀକରଣ ପ୍ରକ୍ରିୟା ଯୋଗୁ ବାୟୁମଣ୍ଡଳକୁ ସମୁଦାୟ ୮୫୦ ମିଲିୟନ ଟନ୍‌ ସବୁଜଗୃହ ଗ୍ୟାସ ଉତ୍ସର୍ଜିତ ହୋଇଛି।ଆଗାମୀ ୨୦୫୦ ବେଳକୁ ଏହା ଆଶାତୀତ ବୃଦ୍ଧି ପାଇ କେବଳ ପ୍ଲାଷ୍ଟିକ ଯୋଗୁ ଉତ୍ସର୍ଜିତ ସବୁଜଗୃହ ଗ୍ୟାସର ପରିମାଣ ସମୁଦାୟ ବିଶ୍ୱ ଉତ୍ସର୍ଜନର ୧୪% ମାତ୍ରାରେ ପହଞ୍ଚିବ ବୋଲି ଆଶଙ୍କା ପ୍ରକାଶ କରାଯାଏ। ଏହି ବିପୁଳ ସବୁଜଗୃହ ଗ୍ୟାସ ଯେ ଭବିଷ୍ୟତରେ ବିଶ୍ୱତାପନ ପ୍ରକ୍ରିୟାରେ ସହାୟକ ହୋଇ ବିଶ୍ୱ ଜଳବାୟୁ ପରିବର୍ତ୍ତନର ଧାରାକୁ ଘୋର ତ୍ୱରାନ୍ବିତ କରିବ ଏଥିରେ ସନ୍ଦେହ ନାହିଁ।
ତେବେ ଆମେ ଏବେଠୁ ପ୍ଲାଷ୍ଟିକ ପ୍ରଦୂଷଣର ପ୍ରତିକାର ଚିନ୍ତା କରିବା ଉଚିତ।
ଆଗାମୀ ଦିନରେ ବ୍ୟବହାର ହ୍ରାସ, ପୁନଃଚକ୍ରୀକରଣ ଓ ପୁନଃବ୍ୟବହାର ଆମର ମୂଳ ମନ୍ତ୍ର ହେବା ଉଚିତ। ଏହାଦ୍ୱାରା ବିଶ୍ୱକୁ ପ୍ଲାଷ୍ଟିକର ବିଷାକ୍ତ ବଳୟରୁ ରକ୍ଷାକରି ଏକ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିହେବ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ଆମକୁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ ପଡିବ।ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗ ପରିବର୍ତ୍ତେ କନା ବ୍ୟାଗ ବ୍ୟବହାର କରିବାକୁ ହେବ। ବୈଜ୍ଞାନିକଙ୍କୁ ଅଣବିଘଟନଶୀଳ ପ୍ଲାଷ୍ଟିକ ପରିବର୍ତ୍ତେ ଜୈବବିଘଟନଶୀଳ ତଥା ମାଟିରେ ସହଜରେ ମିଶି ପାରୁଥିବା ନୂତନ ପ୍ଲାଷ୍ଟିକ ବିକଶିତ କରିବାକୁ ହେବ।ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ଫିଙ୍ଗି ନ ଦେଇ ସେଥିରୁ ପୁନଃଚକ୍ରୀକରଣ ପଦ୍ଧତିରେ ନୂତନ ପ୍ଲାଷ୍ଟିକ ସାମଗ୍ରୀ ପ୍ରସ୍ତୁତ କରିବାକୁ ପଡ଼ିବ।ଆହୁରି ମଧ୍ୟ ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକ ପଦାର୍ଥକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ହେବ।
ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଳ, ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri