ଭାରତକୁ ବିଶ୍ୱବ୍ୟାଙ୍କ ଦେଲା ୩୭ଶହ କୋଟି

ନୂଆଦିଲ୍ଲୀ,୨୯।୬: ଭାରତରେ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ରବିବାର ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାର (୩୭ ଶହ କୋଟି) ର ଋଣ ସହାୟତା ପ୍ରଦାନ କରିଛି। ବ୍ୟାଙ୍କର ବୋର୍ଡ ଅଫ ଏକଜିକ୍ୟୁଟିଭ ଡାଇରେକ୍ଟର୍ସ ଏହି ଋଣ ରାଶିକୁ ମଞ୍ଜୁର କରିଥିବା ସୂଚନା ରହିଛି। ଏହି ଅର୍ଥ ଷ୍ଟ୍ରେଦର୍ନିଂ ଟିଚିଂ-ଲର୍ଣ୍ଣିଙ୍ଗ ଆଣ୍ଡ ରେଜଲ୍ଟସ୍‌ ଫର ଷ୍ଟେଟ ପ୍ରୋଗ୍ରାମ(ଷ୍ଟାରସ୍‌) ଜରିଆରେ ଏହି ସହାୟତା ପ୍ରଦାନ ପାଇଁ ଅନୁମତି ଦେଇଥିବା ଜଣାପଡିଛି। ଭାରତର ପ୍ରାୟ ୨୫ କୋଟି ଛାତ୍ରୀଛାତ୍ର,୧୫ଲକ୍ଷ ସ୍କୁଲ ଏବଂ ୧୦ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରୋଗ୍ରାମ ମାଧ୍ୟମରେ ଉପକୃତ ହୋଇପାରିବେ। ୧୯୯୪ରୁ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ଲାଗି ଭାରତ ଓ ବିଶ୍ୱବ୍ୟାଙ୍କ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଶିକ୍ଷାର ବିକାଶ ସହ ସମସ୍ତଙ୍କ ଲାଗି ଶିକ୍ଷା ପ୍ରଦାନର ଲକ୍ଷ୍ୟ ନେଇ ଏହା ଗଠନ ହୋଇଥିବା ବ୍ୟାଙ୍କ କହିଛି। ଭାରତର ୬ଟି ରାଜ୍ୟ ଯଥା- ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, କେରଳ ଏବଂ ରାଜସ୍ଥାନ ପାଇଁ ଏହା ଦିଆଯାଇଛି। ସରକାରଙ୍କ ସହଯୋଗରେ ଶିକ୍ଷାର ବିକାଶ ଓ ଉନ୍ନତି ଦିଗରେ କାର୍ଯ୍ୟ କରିବ ବୋଲି ବିଶ୍ୱ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଜୁନୈଦ ଅହମ୍ମଦ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପୂର୍ବରୁ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

‘ବ୍ରିକ୍ସ ଥାଳି’ (BRICS Thali) କୁ ନେଇ ରାଜନୀତି ସରଗରମ; ନିରାମିଷ ଖାଦ୍ୟ ତାଲିକାକୁ ନେଇ କଂଗ୍ରେସ-ଭାଜପା ମଧ୍ୟରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ,୧୪।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀର ସଫଳ ସମାପ୍ତି ପରେ ଦେଶରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏହି ବିବାଦ ସମ୍ମିଳନୀ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?