ଅବଧି ପରେ ବି କାମ ସରୁନାହିଁ

କଳିଙ୍ଗନଗର,୨ା୧(ଡି.ଏନ.ଏ.):ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଯାଜପୁର ରୋଡ ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନ ଅଧୀନରେ ଥିବା ଭିକିପୁର-ପହଙ୍ଗା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ଏହି ରାସ୍ତା ଉପରେ ରସୁଲପୁର,କୋରେଇ ଏବଂ ଦାନଗଦୀ ବ୍ଲକର ଲୋକମାନେ ନିର୍ଭର କରିଥାନ୍ତିି ା ହେଲେ ଦୀର୍ଘଦିନ ହେବ ସେହି ରାସ୍ତାଟି ମରଣଯନ୍ତା ପାଲଟିଛି ା ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ା ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ତପତ୍ରତା ପ୍ରକାଶ ପାଇଥିଲା ା ଏନେଇ ୮ ଲକ୍ଷ ୮୪ ହଜାର ୬ଶହ ୮୪ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଥିଲା ା ଇତିମଧ୍ୟରେ ଟେଣ୍ଡର ଅବଧି ଶେଷ ହୋଇଛି ା ହେଲେ କାମ ଆରମ୍ଭ ହୋଇ ନ ଥିଲା ା ଅବଧି ଶେଷର ପ୍ରାୟ ଦୁଇ ମାସ ପରେ ତରବରିଆଭାବେ ଜଣେ ଠିକାଦାର ନିଜ ଇଛା ମୁତାବକ କାମ କରୁଥିବା ଅଭିଯୋଗ ହୋଇଛି ା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଏବଂ ଏସ୍‌ଡିଓ କିମ୍ବା କର୍ମଚାରୀଙ୍କ ଉପସ୍ଥିତ ରହୁ ନାହାନ୍ତି ା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ା
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଟକଳ ଅନୁଯାୟୀ, ଏହି ରାସ୍ତାର ଭଙ୍ଗା ପିଚୁ ଅଂଶକୁ ୫୦ ମିମି ଖୋଳି ୧୦୦୦ମିଟର ଦୂରତାରେ ପକାଇବାର ନିୟମ ରହିଛି ା ହେଲେ ଠିକାଦାର ଅଟକଳ ଅନୁଯାୟୀ ନ ଖୋଳି ତାକୁ ରାସ୍ତା କଡ଼ରେ ପକାଇଦେଇଛନ୍ତି। ସେହିପରି ଭିକିପୁର ପଟୁ ଆରମ୍ଭ କରାଯାଇଥିବା କାର୍ଯ୍ୟସ୍ଥଳର କିଛି ଢଳାଇ ଅଂଶ ପାଇପ ବିଛା ବେଳେ ଭାଙ୍ଗିଯାଇଥିଲା ା ତାକୁ ଅଣଦେଖା କରି ଠିକାଦାର ଏବଂ ବିଭାଗ କାର୍ଯ୍ୟ କରୁଛନ୍ତି ା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପିଚୁ କାର୍ଯ୍ୟ କରାଯିବା ପୂର୍ବରୁ ରାସ୍ତାରୁ ଧୂଳି ସଫା କରିବା ଓ ଇମୁଲେଶନ ପ୍ରେସର ଡଷ୍ଟ୍ରିବୁଟର ମାଧ୍ୟମରେ ଟ୍ରାକ୍‌ କୋଟ ପକାଯିବାର ବିଭାଗୀୟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଠିକାଦାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ା ସେହିପରି ପିଚୁ ରାସ୍ତାରେ ବିଛାଇବା ନିମନ୍ତେ ମେକାନିକାଲ ପେଭର ଫିନିସରର ବ୍ୟବହାର ଓ ରାସ୍ତା ମରାମତି ପାଇଁ ଅଟକଳରେ ସ୍ବଷ୍ଟ ଭାବେ ଉଲ୍ଲେଖ ରହିଥିଲେ ମଧ୍ୟ ଠିକାଦାର ଟ୍ରଲି ମାଧ୍ୟମରେ ପରିବହନ କରି ମନଇଛା କାର୍ଯ୍ୟ କରୁଛନ୍ତି ା ସେହିପରି ରୋଲିଂ କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ ା ରାସ୍ତାର ଦୁଇ ପାର୍ଶ୍ୱରେ ମୋଟା ଭାଗ ପିଚୁ ପକାଇ ସଠିକ କାର୍ଯ୍ୟ କରାଯାଉଥିବା ଭଳି ଲୋକଙ୍କ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ା ଗୁରୁତ୍ୱପୂର୍ଣ୍ଣ ପିଚୁ ବିଛା କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଅନୁପସ୍ଥିତକୁ ନେଇ ସାଧାରଣରେ ବିରୋଧାଭାସ ସୃଷ୍ଟି ହୋଇଛି ା ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ଏହି କାର୍ଯ୍ୟ କରାଯାଉଥିବା ଆଲୋଚନା ଜୋର ଧରିଛି ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଟକଳ ଅନୁଯାୟୀ ୦.୦୬ କ୍ୟୁ.ମି. ସିଲ ସହିତ ୬.୭ ମି.ମି.ର ଚିପ୍ସ ବ୍ୟବହାର କରି ରାସ୍ତା ନିର୍ମାଣ କରିବାର ଅଟକଳ ରହିଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ମାତ୍ର ୨ ମି.ମି. ଅନୁସାରେ କାର୍ଯ୍ୟ କରି ବିଲ ହାତେଇନେବାକୁ ମସୁଧା ଚଳାଇଛି ା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ଏପରି କରାଯାଉଛି ଯେ ରାସ୍ତାର ସ୍ଥାୟିତ୍ୱକୁ ନେଇ ଆରମ୍ଭରୁ ପ୍ରଶ୍ନ ଉଠିଛି ା ଏହି ରାସ୍ତାଟି ଏବର ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ପୂର୍ବ ନିର୍ବାଚନମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ସେ ଏ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ା ଏନେଇ ଯାଜପୁର ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ସେ ପ୍ରକାଶିତ ଖବରକୁ ମିଛ ବୋଲି କହିବା ସହ ଆମେ କାର୍ଯ୍ୟସ୍ଥଳରେ ରହିବାକୁ ବାଧ୍ୟ ନୁହଁ ବୋଲିି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri