Posted inଖେଳ

କଳିଙ୍ଗରେ ହେବ ମହିଳା ଏସିଆନ କପ୍‌

କୁଆଲାଲମ୍ପୁର,୨୭।୩(ପି.ଟି.): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ୱସ୍ତରୀୟ ଫୁଟ୍‌ବଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବ। ଏହି ଇଭେଣ୍ଟର ଅନ୍ୟତମ ଭେନ୍ୟୁ ରୂପେ ଭୁବନେଶ୍ୱରକୁ ବଛାଯାଇଛି। ସେହିପରି ନଭି ମୁମ୍ବାଇ ଓ ଅହମଦାବାଦରେ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଏହି ମହାଦେଶୀୟ ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜାନୁୟାରୀ ୨୦ରୁ ଆରମ୍ଭ ହୋଇ ଫେବୃୟାରୀ ୬ ତାରିଖରେ ଶେଷ ହେବ ବୋଲି ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ତରଫରୁ ଘୋଷଣା କରାଯାଇଛି। ଏହାପରେ ଭାରତ ମଧ୍ୟ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବ ବୋଲି ସ୍ଥିରୀକୃତ ହୋଇଛି।
ଏସିଆ ମହାଦେଶରେ ମହିଳା ଫୁଟ୍‌ବଲ ବିଶ୍ୱସ୍ତରୀୟ ବୋଲି ଏଏଫ୍‌ସି ସାଧାରଣ ସମ୍ପାଦକ ଡାଟୋ’ ଓ୍ବିଣ୍ଡସୋର ଜନ କହିଛନ୍ତି। ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ ଲୋକାଲ ଅର୍ଗାନାଇଜିଂ କମିଟି (ଏଲ୍‌ଓସି) ଟୁର୍ନାମେଣ୍ଟ ପାଇଁ ଏହି ଭେନ୍ୟୁଗୁଡିକୁ ବାଛିଛନ୍ତି। ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ, ଅହମଦାବାଦର ଟ୍ରାନ୍ସଷ୍ଟାଡିଆ ଓ କଳିଙ୍ଗ ଷ୍ଟାଡିୟମରେ ଟୁର୍ନାମେଣ୍ଟର ସବୁ ମ୍ୟାଚ୍‌ଗୁଡିକ ଖେଳାଯିବ।
ଏଆଇଏଫ୍‌ଏଫ୍‌ ଓ ଏଲ୍‌ଓସି ସମେତ ୩ଟି ଆୟୋଜକ ସହର ନିକଟରେ ଏଏଫ୍‌ସି କୃତଜ୍ଞ ହୋଇ ରହିବ। ସଫଳତାର ସହ ଏହି ଟୁର୍ନାମେଣ୍ଟ ଆୟୋଜନ ହେବ ଓ ମହିଳା ଫୁଟ୍‌ବଲ ଏସିଆରେ ନୂଆ ସୋପାନରେ ପହଞ୍ଚିବ ବୋଲି ଜନ କହିଛନ୍ତି। ଏଆଇଏଫ୍‌ଏଫ୍‌ ଓ ଏଲ୍‌ଓସି ଏହି ଟୁର୍ନାମେଣ୍ଟ ଆୟୋଜନ କରିବାରେ ସଫଳ ହେବେ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି।
ସେହିପରି ନୂଆବର୍ଷ ପ୍ରାରମ୍ଭରେ ମହିଳା ଏସିଆନ କପ୍‌ ଆୟୋଜନ କରିବାକୁ ଆମେ ବେଶ୍‌ ଉତ୍ସାହିତ ରହିଛୁ ବୋଲି ଏଆଇଏଫ୍‌ଏଫ୍‌ ତଥା ଫିଫା କାଉନସିଲ ମେମ୍ବର ପ୍ରଫୁଲ୍ଲ ପଟେଲ କହିଛନ୍ତି। ଭୁବନେଶ୍ୱର, ଅହମଦାବାଦ ଓ ନଭି ମୁମ୍ବାଇରେ ଫୁଟ୍‌ବଲ ଭିତ୍ତିଭୂମିର ବିକାଶ ପାଇଁ ବହୁତ କିଛି କାର୍ଯ୍ୟ କରାଯାଇଛି। ନଭି ମୁମ୍ବାଇରେ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ ସଫଳତାର ସହ ଆୟୋଜିତ ହୋଇଥିଲା। ଏବେ ଭୁବନେଶ୍ୱର ଓ ଅହମଦାବାଦକୁ ଏହି ଟୁର୍ନାମେଣ୍ଟ ନେବା ଦ୍ୱାରା ଦେଶରେ ଫୁଟ୍‌ବଲର ସାମଗ୍ରିକ ବିକାଶ ହେବ ବୋଲି ସେ କହିଛନ୍ତି। ଏହି ଟୁର୍ନାମେଣ୍ଟର କ୍ୱାଲିଫାୟର୍ସ ସେପ୍ଟେମ୍ବର ୧୩ରୁ ୨୫ ତାରିଖ ମଧ୍ୟରେ ଆୟୋଜନ କରାଯିବ। ଏଏଫସି କାର୍ଯ୍ୟାଳୟରେ ମେ’ ୨୭ ତାରିଖରେ ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ସ୍ଥିର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି।…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

ହଠାତ୍‌ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି।…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri