ବନ୍ଦ ଘରୁ ମହିଳାଙ୍କ ମୃତଦେହ ଜବତ

ଦିଗପହଣ୍ଡି,୮ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ସାହସପୁର ପଞ୍ଚାୟତ ହାଟପଦା ଗ୍ରାମରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି । ସେ ହେଲେ ହାଟପଦା ଗ୍ରାମର ଏସ. ସରବା(୫୦)। ସରବା ଘରେ ଏକୁଟିଆ ରହୁଥିବା ବେଳେ ସାହି ପଡିଶାରେ ରହୁଥିବା ମହିଳାମାନଙ୍କ ସହ ସେ ଗୁରୁବାର ସନ୍ଧ୍ୟାରେ କଥା ବାର୍ତ୍ତା ହୋଇଥିଲେ। ପରେ ରାତ୍ରି ଭୋଜନ ସାରି ଘର ଭିତରେ ଶୋଇଥିଲେ। ଶୁକ୍ରବାର ସକାଳୁ ସରବାଙ୍କ ଘରର କବାଟ ଖୋଲି ନଥିବା ହେତୁ ସାହି ଲୋକ କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କବାଟ ନ ଖୋଲିବାରୁ ପାଟପୁର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସର ପହଞ୍ଚି ଘରରେ ଶୋଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିଲେ। ଏ ନେଇ ନଂ. ୯/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠକେଇ ଅଭିଯୋଗ: ୪ ଗିରଫ, ସ୍କର୍ପିଓ ଜବତ

ବ୍ରହ୍ମପୁର ଅଫିସ,୪|୮-ବୈଦ୍ୟନାଥପୁର ପୋଲିସ ୪ ଠକଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ଇଷ୍ଟ ଇଣ୍ଡିଆ-୧୮୧୮ ଲେଖା ହୋଇଥିବା ଏକ କଏନ (ମୁଦ୍ରା) ଯାହାକି ହନୁମାନ ପଇସା...

ଶିଳ୍ପ ବନ୍ଦ କଥା ସରକାରଙ୍କୁ ଅଜଣା

ଯାଜପୁର ଅଫିସ/ବାଲେଶ୍ୱର ଅଫିସ୍‌/ଅନୁଗୋଳ ଅଫିସ୍‌/ବଲାଙ୍ଗୀର ଅଫିସ୍‌/କେନ୍ଦୁଝର ସ୍ବ.ପ୍ର./ ସୁନ୍ଦରଗଡ଼/ଓଡ଼ାପଡ଼ା, ୫।୧୧(ଡି.ଏନ.ଏ.): ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି...

ଉଦଳାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ଉଦଳା,୧୫।୮(ଡି.ଏନ୍‌.ଏ.)- କପ୍ତିପଦା ଉପଖଣ୍ଡସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ଉଦଳା ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଉପଜିଲାପାଳ ଭଗବାନ ବେହେରା ଯୋଗଦେଇ ପତାକା...

ଜରାଜୀର୍ଣ୍ଣ ଅବସ୍ଥାରେ ଏକତା ଶିଶୁ ଉଦ୍ୟାନ

ଜଗତ୍‌ସିଂହପୁର ଅଫିସ, ୧୧।୪: ଜଗତ୍‌ସିଂହପୁର ସହରରେ ବୟସ୍କଙ୍କ ପାଇଁ କୌଣସି ପାର୍କ ନାହିଁ। ପିଲାମାନଙ୍କ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକତା ଶିଶୁ ଉଦ୍ୟାନଟି...

ପାନୀୟଜଳ ସମସ୍ୟା ନେଇ ଦାବିପତ୍ର

ଜି.ଉଦୟଗିରି,୨୭ା୨(ଡି.ଏନ୍‌.ଏ.) – ମହିଳା ଜୀବିକା ସୁରକ୍ଷା ମଞ୍ଚ ଜି.ଉଦୟଗିରି ତରଫରୁ ବୁଧବାର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ...

କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ, ୮ଶହ ଅଭିଭାବକ ସାମିଲ

କୁଆଁରମୁଣ୍ଡା,୧୬।୧(ଡି.ଏନ.ଏ.)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶମତେ ଗୁରୁବାର ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ...

ଜି.ଉଦୟଗିରି ବ୍ଲକରେ ୪୦୦ ଅସହାୟଙ୍କୁ ରନ୍ଧା ଖାଦ୍ୟ, ୧୬୫ ପ୍ରବାସୀ ଶ୍ରମିକଙ୍କୁ ସାମଗ୍ରୀ ଯୋଗାଉଛି ପ୍ରଶାସନ

ଜି.ଉଦୟଗିରି, ୧୬।୪ (ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏଥିଯୋଗୁ ଗରୀବ, ଅସହାୟ, ଓ ଫସି ରହିଥିବା ବାହାର...

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର: ମନ୍ତ୍ରୀ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର। ଏନେଇ ଶନିବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

Advertisement
Archives

Model This Week